ETV Bharat / state

ଶ୍ରଦ୍ଧା କିଏ ପ୍ରସଙ୍ଗ: ମୁହଁ ଖୋଲିବା ବଦଳରେ ବସନ୍ତଙ୍କୁ ଟାର୍ଗେଟ, ବାଉଳି ହେଉଛନ୍ତି ବସନ୍ତ କହିଲେ ଦିବ୍ୟଶଙ୍କର

author img

By ETV Bharat Odisha Team

Published : Oct 1, 2023, 12:57 PM IST

Updated : Oct 1, 2023, 1:17 PM IST

2022ରେ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବଙ୍କ ସହିତ ଭାଟିକାନ ସିିଟି ଯାଇଥିବା ଶ୍ରଦ୍ଧା କିଏ । ଏହାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରଦ୍ଧା କିଏ ଏନେଇ ମୁହଁ ଖୋଲି ନାହାନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କ ମିଶ୍ର । ଅଧିକ ପଢ଼ନ୍ତୁ

mla Dibya Sankar Mishra targets bjp mp basanta panda
ବସନ୍ତଙ୍କୁ ଦିବ୍ୟଶଙ୍କରଙ୍କ ଟାର୍ଗେଟ

ମୁହଁ ଖୋଲିବା ବଦଳରେ ବସନ୍ତଙ୍କୁ ଟାର୍ଗେଟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ସଟିବ 2022ରେ ଭାଟିକାନ ସିଟି ଯାଇଥିବା ସମୟରେ ତାଙ୍କ ସହ ଥିବା ଶ୍ରଦ୍ଧା ନାମକ ମହିଳା ଜଣକ କିଏ ? ଶ୍ରଦ୍ଧାର ପରିଚୟ କଣ ? ତେବେ ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ ବୋଲି ପ୍ରଶ୍ନ କରିଥିଲେ ବିଜେପି ସାଂସଦ ବସନ୍ତ ପଣ୍ଡା । ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ହୋଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ଟାର୍ଗେଟ୍‌ କରିଛନ୍ତି ଜୁନାଗଡ଼ର ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଶ୍ରଦ୍ଧା ପ୍ରସଙ୍ଗରେ ସାଂସଦ ବସନ୍ତ ପଣ୍ଡା ପଚାରିଥିବା ପ୍ରଶ୍ନକୁ ଏଡାଇ ଦେଇଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଶ୍ରଦ୍ଧା ପ୍ରସଙ୍ଗରେ ପଚାରିବାକୁ ମୁହଁ ବୁଲାଇ ଚାଲି ଯାଇଛନ୍ତି ବିଜେଡି ବିଧାୟକ ।

ଶ୍ରଦ୍ଧାଙ୍କ ପରିଚୟ କଣ ବୋଲି ପଚରା ଯାଇଥିବା ପ୍ରଶ୍ନରେ ମୁହଁ ଖୋଲି ନାହାନ୍ତି ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଏ ପ୍ରସଙ୍ଗରେ ସେ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,"ନିର୍ବାଚିତ ହେବା ପରେ ଥରେ ବି କଳାହାଣ୍ଡି କଥା ସଂସଦରେ ଉଠାଇ ନାହାଁନ୍ତି ବସନ୍ତ । ସେ ଜାଣି ସାରିଲେଣି କଳାହାଣ୍ଡିରେ ତାଙ୍କର ସ୍ଥିତି ନାହିଁ । ଅର୍କକେଶରୀ ଆସି ଗଲେ ସେ କାଳେ ନିର୍ବାଚନ ଲଢିବେ ସେଥିପାଇଁ ସେ ବାଉଳି ଚାଉଳି ହେଉଛନ୍ତି । ଓଡ଼ିଶା ବିରୋଧୀ କାର୍ଯ୍ୟକଳାପ ସେ ଦିଲ୍ଲୀରେ କରିଛନ୍ତି । ଏବେ ଅର୍କକେଶରୀ ବିଜେପିରେ ମିଶିବା ପରେ ବସନ୍ତ ବିଳିବିଳେଉଛନ୍ତି । ସେଥିଲାଗି ଏବେ ବସନ୍ତ ମିଡ଼ିଆକୁ ଆସି ବୟାନ ବାଜି କରୁଛନ୍ତି । ଅଯଥାରେ ଅନେକ କଥା ମିଡ଼ିଆରେ କହୁଛନ୍ତି ।"

ସେ ଆହୁରି କହିଛନ୍ତି, "ସେ ଜାଣି ସାରିଲେଣି କଳାହାଣ୍ଡିରେ ତାଙ୍କର ଆଉ ସ୍ଥିତି ନାହିଁ । ଗୋଟିଏ ଦିନ କଳାହାଣ୍ଡିରେ ତାଙ୍କର ଦେଖା ଦର୍ଶନ ନାହିଁ । ଲୋକଙ୍କ ପ୍ରତିନିଧି ଲୋକଙ୍କ ସ୍ୱାର୍ଥ ପାଇଁ ଦିଲ୍ଲୀରେ ଲଢ଼େଇ କରିବା କଥା । କେନ୍ଦୁପତ୍ର ଉପରେ ଜିଏସଟି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଗରିବ ଜନତାଙ୍କ ଜମିର ଫସଲ ବୀମା, ଡାଲି ଓ କପାର ଫସଲ ବୀମା କଥା କେବେ ବି ଥରେ ସେ ସଂସଦରେ ଲୋକଙ୍କ କଥା ଉଠାଇ ନାହାନ୍ତି । ସେଥିପାଇଁ ଗତ ଜିଲ୍ଲା ପରିଷଦ ନିର୍ବାଚନରେ କୌଣସି ଗୋଟିଏ ବି ଜୋନ୍‌ରେ ତାଙ୍କୁ ସମର୍ଥନ ମିଳିନଥିଲା । କଳାହାଣ୍ଡି କିମ୍ବା ନୂଆପଡ଼ା ଜିଲ୍ଲାର ଲୋକେ ତାଙ୍କୁ ଭରସା କଲେ ନାହିଁ ।" ଶ୍ରଦ୍ଧା ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ କିଛି କହି ନାହାନ୍ତି କ୍ୟାପଟେନ । ପ୍ରଶ୍ନକୁ ଏଡାଇ ମୁହଁ ମୋଡି ଚାଲି ଯାଇଛନ୍ତି ବିଜେଡି ବିଧାୟକ ।

ଏହା ବି ପଢନ୍ତୁ....ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧା କିଏ ? ଉତ୍ତର ମାଗିଲା ବିଜେପି

ଗତ ସେପ୍ଟମ୍ବର 29 ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦ ବସନ୍ତ ପଣ୍ଡା କହିଛନ୍ତି,"ଶ୍ରଦ୍ଧା କଥା ଶୁଣିଲେ ବିଳି ବିଳାଉଛି ବିଜୁ ଜନତା ଦଳ । ରାଜ୍ୟ ସରକାର “ଶ୍ରଦ୍ଧା” ନାଁ ଧରିଲେ ଡରୁଛନ୍ତି । ଡାଲି ଖାଇଲେ ଚଳିବ, କିନ୍ତୁ ଡାଲି ଦେଖିଲେ ଭୟଭୀତ ହେଉଛନ୍ତି ବାଚସ୍ପତି । ଦାନ୍ତ ନଥିବା “ଶ୍ରଦ୍ଧା ଓ ଡାଲି” ଆଜି ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ନେତାଙ୍କୁ କାମୁଡି ଦେଇଛି । ଶ୍ରଦ୍ଧା କିଏ ଯାହା ପାଇଁ ଏତେ ଶ୍ରଦ୍ଧା । କିଏ ସେହି ଶ୍ରଦ୍ଧା କାହିଁକି ଭାଟିକାନ ସିଟି ଯାଇଥିଲେ । କାହିଁକି ଶ୍ରଦ୍ଧାଙ୍କୁ ସରକାରୀ କ୍ବାର୍ଟର ମିଳିଛି । କଣ ପାଇଁ ସରକାରୀ ଖର୍ଚ୍ଚରେ ରୋମ୍‌ ଯାତ୍ରା କାହିଁକି ନବୀନ ନିବାସକୁ ଶ୍ରଦ୍ଧାଙ୍କୁ ଅନୁମତି ମିଳିଛି ବୋଲି ବିଜେପି ପ୍ରଶ୍ନ କରିଥିଲା । ଏହାର ଉତ୍ତର ଦେବାକୁ ମୁହାଁ ବୁଲାଇ ନେଇଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ।"

ଇଟିିଭି ଭାରତ, ଭୁବନେଶ୍ବର

Last Updated :Oct 1, 2023, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.