ଓଡିଶା

odisha

ବିଏମସି ଭୁବନେଶ୍ୱରବାସୀଙ୍କୁ ଡେଙ୍ଗୁ ଉପହାର ଦେଇଛି: ବିଜେପି

By

Published : Aug 21, 2023, 7:31 PM IST

Updated : Aug 21, 2023, 10:07 PM IST

ଡେଙ୍ଗୁ ସ୍ଥିତିକୁ ନେଇ ବିଏମସି ଉପରେ ବର୍ଷିଲା ବିଜେପି । "ଗଲି ଗଲି ମେ ସୋର ହେ, ଡେଙ୍ଗୁ ବଡା ଜୋର୍ ହେ" କହି ରାଜ୍ୟ ସରକାରଙ୍କୁ ଉପହାସ କରିଛି ବିଜେପି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ବର: ରାଜ୍ଯରେ ଡେଙ୍ଗୁ ପରିସ୍ଥିତି ଅସମ୍ଭାଳ । ଡେଙ୍ଗୁ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସରକାରଙ୍କ ଉଦାସୀନତା ଉପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳ ପ୍ରଶ୍ନ ଉଠାଇଛି । "ଗଲି ଗଲି ମେ ସୋର ହେ, ଡେଙ୍ଗୁ ବଡା ଜୋର୍ ହେ" କହି ରାଜ୍ୟ ସରକାରଙ୍କୁ ଉପହାସ କରିଛି ବିଜେପି । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଭୁବନେଶ୍ଵରରେ ଘରେ ଘରେ ଡେଙ୍ଗୁ ରୋଗୀ । ଅଗଷ୍ଟ ମାସରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ସେହିପରି ସେପ୍ଟେମ୍ବରରେ ଆହୁରି ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବ । ଡେଙ୍ଗୁ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ଥିବାବେଳେ ରାଜ୍ୟ ସରକାର ପଙ୍ଗୁ ହୋଇପଡ଼ିଛନ୍ତି । ଡେଙ୍ଗୁ ପୀଡ଼ିତ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ଜୀବନ କ'ଣ ମୂଲ୍ୟହୀନ ?" ବୋଲି ପ୍ରଶ୍ନ କରିଛନ୍ତି ।

ଏହାସହ ସେ କହିଛନ୍ତି, "ରାଜ୍ୟ ସରକାର ସବୁବେଳେ କୁହନ୍ତି ଯେ, ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ । ହେଲେ ଡେଙ୍ଗୁରେ ଯେଉଁମାନେ ମରିଲେଣି ସେମାନଙ୍କ ଜୀବନ ମୂଲ୍ୟବାନ ନୂହେଁ କି ? ଭୁବନେଶ୍ୱର ଓ କଟକରେ ଡେଙ୍ଗୁର ଭୟଙ୍କର ରୂପ ଦେଖିବାକୁ ମିଳୁଛି । 20ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ମଶା ଘରୁ ବାହାରିଲେ ଫାଇନ ଆଦାୟ ହେବ କହି ତୋଗଲକି ଶାସନ କରୁଛି ପ୍ରଶାସନ । ବିଏମ୍‌ସି ଓ ସିଏମ୍‌ସି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବାଟବଣା କରିଛନ୍ତି । ଡେଙ୍ଗୁ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ ଆସେ । ତାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଏ । କିନ୍ତୁ ସରକାର କିଛି କଲେ ନାହିଁ । ନେଡି ଗୁଡ କହୁଣିକୁ ବୋହିଲା ପରେ ପଳାୟନପନ୍ଥୀ ସାଜିଲେ ସରକାର ।"

ଏହା ବି ପଢନ୍ତୁ...ଡେଙ୍ଗୁ ହଟସ୍ପଟ ଭୁବନେଶ୍ବର: ଚାପରେ କ୍ୟାପିଟାଲ ହସ୍ପିଟାଲ, ବଢିବ ବେଡ୍ ସଂଖ୍ୟା

ସେ ଆହୁରି ମଧ୍ୟ କହିଛନ୍ତି, "ମହାମାରୀର ରୂପ ନେଲାଣି ଡେଙ୍ଗୁ । ଠିକ୍ ସମୟରେ ପ୍ରତିକାର ନକରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପରିମଳ ପରିଚାଳନା କରି ପାରିଲେ ନାହିଁ । ଡ୍ରେନ୍‌ ସଫେଇ ହୋଇନାହିଁ । ସରକାର ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି । ତେଣୁ କେତେ ଲୋକଙ୍କର ମୃତ୍ୟୁ ହେଲାଣି ଏବଂ ମୃତକଙ୍କ ପରିବାର ପାଇଁ ସରକାର କ'ଣ ବ୍ୟବସ୍ଥା କରୁଛନ୍ତି, ତାହା ସାର୍ବଜନୀନ କରାଯାଉ ।"

ସେପଟେ ଭୁବନେଶ୍ଵର ଜିଲ୍ଲା ବିଜେପି ବାବୁ ସିଂ କହିଛନ୍ତି, "ଡେଙ୍ଗୁ ସରକାରଙ୍କ ନିୟନ୍ତ୍ରଣ ବାହାରେ, ଏକଥା ସବୁ ଜାଣିଲେଣି । ବିଜେଡ଼ି ସରକାରରେ ସବୁ କାର୍ଯ୍ୟକ୍ରମ ବିଶ୍ଵ ସ୍ତରୀୟ । ଡେଙ୍ଗୁ ବି ବିଶ୍ଵ ସ୍ତରୀୟ ହୋଇଛି । ବିଏମ୍‌ସି ଭୁବନେଶ୍ୱରବାସୀଙ୍କୁ ଉପହାର ଦେଇଛି ଡେଙ୍ଗୁ ରୋଗ । ମେୟର ଓ କମିଶନର ଯାହା ଘୋଷଣା କରନ୍ତି । ତାହାର ସବୁବେଳେ ଓଲଟା ହୁଏ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏଥିରେ ଭୁବନେଶ୍ଵରବାସୀ କଣ ଭୁଲ କରିଛନ୍ତି ସରକାର ସ୍ପଷ୍ଟ କରନ୍ତୁ । କମିଶନର ଓ ମେୟର କ୍ରିକେଟ ଖେଳରେ ମାତିଛନ୍ତି । ସ୍ୱାୟତ୍ତ ଶାସନ ଦିବସରେ ଆୱାର୍ଡ ପାଇବେ। ଡେଙ୍ଗୁ ନିୟନ୍ତ୍ରଣ ଓ ନିରାକରଣ ପାଇଁ ନିଘା ନାହିଁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପଦେଶ ଅନୁସାରେ, ଭୁବନେଶ୍ବର ବିଜେପି ତରଫରୁ ମେସିନ ବ୍ୟବସ୍ଥା କରାଯାଉଛି । ସବୁ ୱାର୍ଡର ଗଳିକନ୍ଦିରୁ ମଶା ନିପାତ କରିବା ପାଇଁ ଚେଷ୍ଟା କରୁଛୁ । କିନ୍ତୁ ସହରାଞ୍ଚଳରେ ନିର୍ବାଚିତ ପ୍ରତିନିଧି ହାତ ଟେକି ଦେଲେଣି ।" ପ୍ରେସମିଟ୍ ମାଧ୍ୟମରେ ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 21, 2023, 10:07 PM IST

ABOUT THE AUTHOR

...view details