ଓଡିଶା

odisha

Kotia Issue: 'ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ, ଏଥିରେ କୌଣସି ଦୁଇମତ ନାହିଁ'

By

Published : Apr 2, 2023, 5:05 PM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ର ଗୋ ବ୍ୟାକ ନାରାକୁ ବିଜେଡି ରାଜନୈତିକ ଉଦ୍ଦେଶ୍ୟ ରହିଥିବା କହିବା ପରେ ପ୍ରତିକ୍ରିୟା ରଖିଛି ବିଜେପି ।ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ ବୋଲି କହିଛି ଦଳ । ଅଧିକ ପଢନ୍ତୁ

BJP press meet on Kotia Issue
BJP press meet on Kotia Issue

ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ,

ଭୁବନେଶ୍ବର:ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ବିଜେଡି ଅଭିଯୋଗ କରିଥିଲା । ଏହାପରେ ପ୍ରତିକ୍ରିୟା ରଖିଛି ବିଜେପି । ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ । ଏଥିରେ କୌଣସି ଦୁଇମତ ନାହିଁ କିମ୍ବା ଦ୍ଵନ୍ଦ୍ୱ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଜାଗାରେ ଓଡିଶାର ମୁଖ୍ୟମନ୍ତ୍ରୀ ଯଦି ଉତ୍କଳ ଦିବସ କୋଟିଆରେ ପାଳନ କରିଥାଆନ୍ତେ ତେବେ ଦଳ ଏହାକୁ ସ୍ବାଗତ କରିଥାଆନ୍ତା ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ।

ଏ ନେଇ ବିଜେଡି ନେତା ପ୍ରଦୀପ ମାଝୀ ଅଭିଯୋଗ କରି କହିଥିଲେ, "ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଏ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ଏହି ଗସ୍ତରେ କୌଣସି ଆନ୍ତରିକତା ନଥିଲା । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ କୋରାପୁଟରୁ ଅନ୍ୟତ୍ର ନେବା ପାଇଁ ସେ ଆସିଥିଲେ। କୋଟିଆ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଦିନେ ମଧ୍ୟ କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି । ଗୋ ବ୍ୟାକ୍ ନାରା ବହୁତ ପୁରୁଣା । ୟାକୁ ଓଡ଼ିଶାବାସୀ ଗ୍ରହଣ କରିବେନି । ଯଦି ଆନ୍ତରିକତା ଥାନ୍ତା, ତେବେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କେନ୍ଦ୍ର ଏଠି ହସ୍ତକ୍ଷେପ କରିଥାନ୍ତା । ଦୁଇ ରାଜ୍ୟ ଭିତରେ ଥିବା ସୀମା ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତେ ।"

ଏହା ବି ପଢନ୍ତୁ- ଆନ୍ଧ୍ରକୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, 'ଗୋ-ବ୍ୟାକ୍ ଆନ୍ଧ୍ର' ନାରାରେ କମ୍ପିଲା କୋଟିଆ

ମୁଖ୍ୟମନ୍ତ୍ରୀ କୋଟିଆ ବିକାଶ ପାଇଁ ସବୁ ପ୍ରକାର ବାଟ ଖୋଲି ଦେଇଛନ୍ତି । ଏପରିକି କୋଟିଆର ବିକାଶ ପାଇଁ ୧୬୦ କୋଟି ଟଙ୍କା ପ୍ୟାକେଜ ଦେଇଛନ୍ତି । ସୁପ୍ରିମ କୋର୍ଟରେ କେସ ମଧ୍ୟ ଲଢ଼ୁଛନ୍ତି । ସେଥିପାଇଁ ଧର୍ମେନ୍ଦ୍ରଙ୍କ ବୟାନ ଏବଂ ତାଙ୍କ ଗସ୍ତକୁ ସମସ୍ତେ ନିନ୍ଦା କରୁଛନ୍ତି ବୋଲି କହିଛି ବିଜେଡି । ଶାସକ ଦଳର ଏପରି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେପି । ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ ବୋଲି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଓଡ଼ିଆ, ତାପରେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଆମକୁ କହିବାକୁ ପଡ଼ିନଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କୋଟିଆ ଯାଇଥିଲେ ଏବଂ ଏବେ ପୁଣି ଉତ୍କଳ ଦିବସ ଦିନ କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି । ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ । ଏଥିରେ କୌଣସି ଦୁଇମତ ନାହିଁ କିମ୍ବା ଦ୍ଵନ୍ଦ ନାହିଁ । ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦିନେ ବି କୋଟିଆ ଗଲେ ନାହିଁ, ଏହା ଅତ୍ୟନ୍ତ ଦୁଃଖଦାୟକ କଥା । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପାଟିରେ ବିଜେଡ଼ି ବିବୃତ୍ତି କରାଇଲା ।

ମୁଖ୍ୟମନ୍ତ୍ରୀ ଏବଂ ନରସିଂହ ମିଶ୍ର ଉଭୟ ବିଜେଡ଼ି ଓ କଂଗ୍ରେସର ମିଳିତ ପ୍ରେସମିଟ୍ କରି କୋଟିଆ ଉପରେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ । ୬୦ ଦଶକରେ ହୋଇଥିବା ମକଦ୍ଦମା ଆଜି ମଧ୍ୟ ବିଚାରାଧୀନ ଅଛି । ରାଜ୍ୟ ସରକାର କୋଟିଆକୁ ବଞ୍ଚାଇବା ପାଇଁ କୌଣସି ସ୍ପଷ୍ଟ ତଥ୍ୟ ଏ ପର୍ଯ୍ୟନ୍ତ ରଖିପାରିଲେ ନାହିଁ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବିଗତ ଦିନରେ କାହିଁକି ଓଡ଼ିଆ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସେ ନେଇ ମଧ୍ୟ ସ୍ପଷ୍ଟ ତଥ୍ୟ ରଖାଗଲା ନାହିଁ । ସେ ଆସିବା ପରଠୁ କୋଟିଆରେ ଆନ୍ଧ୍ର ଉପଦ୍ରବ ବଢିଛି । ଉତ୍କଳ ଦିବସ ଦିନ ମଧ୍ୟ ଆନ୍ଧ୍ର କୋଟିଆରେ ବୈଠକ କରୁଥିବା ବେଳେ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଟାଇଥିଲେ ।"

ସୂଚନା ଥାଉ କି, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିଲେ । କୋଟିଆ ମାଟି ଓଡ଼ିଶାର, ଆନ୍ଧ୍ରର ନୁହଁ । ଏ ମାଟି ଛାଡ଼ି ତୁମେ ଚାଲିଯାଅ କହିବା ସହ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେଇଥିଲେ । କୋଟିଆରେ ଉତ୍କଳ ଦିବସ ପାଳନ ଅବସରରେ ଆନ୍ଧ୍ର ଉଦ୍ଦେଶ୍ୟରେ ଏଭଳି ଚରମ ବାଣୀ ଶୁଣାଇଥିଲେ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details