ଓଡିଶା

odisha

ମଣ୍ଡିରେ ପ୍ରିୟାପ୍ରୀତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ପ୍ରତିବାଦ କଲେ ଚାଷୀ

By

Published : Jan 19, 2023, 7:48 PM IST

farmers protest
farmers protest ()

ଚାଷୀଙ୍କ ସମସ୍ୟାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଧାରଣା ଦେଲେ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା। ଅଧିକ ପଢନ୍ତୁ

ପ୍ରତିବାଦ କଲେ ଚାଷୀ

କେନ୍ଦ୍ରାପଡା:ମଣ୍ଡିରେ ଚାଷୀଙ୍କୁ ଲୁଟ ଅଭିଯୋଗ । ମଣ୍ଡି ଖୋଲିବାରେ ବିଳମ୍ବ ଏବଂ ମଣ୍ଡିରେ କଟନିଛଟନି ଚାଷୀଙ୍କ ସମସ୍ୟା ବଢାଇଛି । ଏନେଇ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଧାରଣା ଦେଲେ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା । ଆଜି ପୂର୍ବାହ୍ନରେ ଶତାଧିକ କୃଷକ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୨୦ରୁ ଊର୍ଦ୍ଧ୍ବ ବସ୍ତା ଧାନ ରଖି ପ୍ରତିବାଦ କରିଛନ୍ତି ।

ଜିଲ୍ଲାର ବିଭିନ୍ନ ସମବାୟ ସମିତି ଅଧୀନରେ ଥିବା ମଣ୍ଡିରେ ୩ ରୁ ୧୦ କିଲୋ ପର୍ଯ୍ୟନ୍ତ କଟନିଛଟନି କରାଯାଉଥିବା ଅଭିଯୋଗ ହୋଇଛି । ମଣ୍ଡିରୁ ଧାନ ସଂଗ୍ରହ ବଦଳରେ ମିଲରମାନେ ଚାଷୀଙ୍କୁ ତାଙ୍କ ନିକଟରେ ଧାନ ଦେବାକୁ ବାଧ୍ୟ କରିବା ଓ ଏଥିରେ ସୋସାଇଟି ସମ୍ପାଦକମାନେ ସମର୍ଥନ କରିବା ଯୋଗୁଁ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସମ୍ପାଦକମାନେ ପ୍ରିୟାପ୍ରୀତି ପୋଷଣ କରି ନିଜ ସମ୍ପର୍କୀୟଙ୍କ ନାମରେ ଟୋକନ କରୁଥିବା ବେଳେ ଚାଷୀମାନେ ଧାନ ଟୋକନ ପାଉନଥିବା ଭଳି ବିଭିନ୍ନ ଅଭିଯୋଗ କରିଛନ୍ତି ଚାଷୀ ନେତା ।

ପ୍ରଥମେ ମଣ୍ଡିରେ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ନଶୁଣିବାରୁ ଏବେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାକୁ ପଡିଛି ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା । ଚାଷୀ ଶୋଷିତ ହେବା ନେଇ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ମିଥ୍ୟା ଟୋକନ ମିଳିବାକୁ ଖଣ୍ଡନ କରିବା ସହ ଅଭିଯୋଗ ଆସିଲେ ଦୁଇଟି କଣ୍ଟ୍ରୋଲ ରୁମ ଦ୍ୱାରା ସଙ୍ଗେସଙ୍ଗେ ତ୍ୱରିତ ପଦକ୍ଷେପ ପାଇଁ ବ୍ୟବସ୍ଥା ରହିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Vaccination Drive: ଆଜିଠୁ ରାଜ୍ୟରେ କୋଭିସିଲ୍ଟ ଟୀକାକରଣ ଆରମ୍ଭ

ସେହିପରି ଭଦ୍ରକରେ ମଧ୍ୟ ଧାନ ବିକ୍ରି ବେଳେ ଉପୁଜିଛି ସମସ୍ୟା । ପ୍ରଶାସନ ଆବଶ୍ୟକତା ଅନୁସାରେ ଧାନବସ୍ତା ଦେଉ ନାହିଁ । ଫଳରେ ମଣ୍ଡିରେ ବିକ୍ରି ହେଇପାରୁନି ଧାନ । ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମିଳିନି ବସ୍ତା । ଯାହାକୁ ନେଇ ତାତିଛନ୍ତି ଚାଷୀ । ଅଖା ବସ୍ତାକୁ ନେଇ ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଉପୁଜିଛି ବିବାଦ । ଧାନ କିଣାରେ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ନେଇ ସୋମବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନ ଆରସା ସେବା ସମବାୟ ସମିତିର ଚାଷୀ ଧାରଣା ଦେଇଥିଲେ । ହେଲେ ଏନେଇ ସେବା ସମବାୟ ସମିତିର କୌଣସି ଅଧିକାରୀ କି କୌଣସି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details