ଓଡିଶା

odisha

କେନ୍ଦ୍ରପଡାରେ ପ୍ରତାପକୁ ବିରୋଧ: ଅଣ୍ଡାମାଡ ସହ କଲେ କଳାପତାକା ପ୍ରଦର୍ଶନ

By

Published : Nov 20, 2021, 7:21 PM IST

5T ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଓ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ। ଅଧିକ ପଢନ୍ତୁ

Egg through and black flaw show in minister pratap jena
ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ

କେନ୍ଦ୍ରାପଡା: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡିକୁ ଅଣ୍ଡାମାଡ । ରାସ୍ତାରେ ମମିତା ହତ୍ୟାକାଣ୍ଡ ତାତି । 5T ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଓ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ । ବିରୋଧୀ ଛାତ୍ର କଂଗ୍ରେସ ଓ ବିଜେପି ଯୁବ ଏବଂ ମହିଳା ମୋର୍ଚ୍ଚା ସଦସ୍ୟ ଜୋରଦାର ବିରୋଧ କରିଛନ୍ତି।

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ

କେନ୍ଦ୍ରାପଡାରେ ପଞ୍ଚାୟତିରାଜ,ନଗର ଉନ୍ନୟନ,ଆଇନ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ କଡା ପୋଲିସ ପାଟ୍ରୋଲିଂ ଥିବା ସତ୍ତ୍ବେ ଗାଡି ଉପରକୁ ଅଣ୍ଡାମାଡ଼ ଓ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ସଦସ୍ୟ ସଦସ୍ୟା ସ୍ଥାନୀୟ ମାରୁତି ଛକ ଠାରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରିବା ସହ ପ୍ରତାପ ଜେନା ହାଏହାଏ ନାରା ଦେଇଥିଲେ। ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ଗରାପୁର ଠାରେ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ସହ ପ୍ରତାପ ଜେନା ଗୋ ବ୍ୟାକ ନାରା ଦେଇଥିଲେ।

ସୂଚନାଯୋଗ୍ୟ ଆଜି କେନ୍ଦ୍ରାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ମୋ ସ୍କୁଲ ଅଧିନରେ ଜିଲ୍ଲାର ୩୦ଟି ରୂପାନ୍ତରିତ ସ୍କୁଲକୁ ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବା ପାଇଁ କେନ୍ଦ୍ରାପଡା ଗସ୍ତ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details