ଓଡିଶା

odisha

କନ୍ଧମାଳ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, କହିଲେ ପର୍ଯ୍ୟଟନ ବିକାଶର ହିଁ ମିଳିବ ନୂଆ ପରିଚୟ

By

Published : Aug 15, 2023, 12:58 PM IST

Updated : Aug 15, 2023, 2:11 PM IST

କନ୍ଧମାଳ ଜିଲ୍ଲା ଗସ୍ତ କରି ଆୟୋଜିତ ଅମୃତ କନ୍ଧମାଳ ମହୋତ୍ସବ 2023ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଧିକ ପଢନ୍ତୁ

bishweswar tudu visits kandhamal
kandhamal mahotsav 2023

କନ୍ଧମାଳ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ଫୁଲବାଣୀ: କନ୍ଧମାଳ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଜିଲ୍ଲା ଫୁଲବାଣୀସ୍ଥିତ ବିଜୁ ସ୍ମୃତି କଲ୍ଯାଣ ମଣ୍ଡପ ପରିସରରେ ଆୟୋଜିତ ଅମୃତ କନ୍ଧମାଳ ମହୋତ୍ସବ 2023 ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ବିଭାଗ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ଏହି ମହୋତ୍ସବରେ ଯୋଗ ଦେଇ କନ୍ଧମାଳରେ କେନ୍ଦ୍ର ସରକାରଙ୍କ ଦ୍ବାରା 75 ଗୋଟି ଅମୃତ ସରୋବର ନିର୍ମାଣ କରି ଭୂତଳ ଜଳ ସଂଗ୍ରହ କରି ଜଳସଙ୍କଟକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ଦେବା ସହ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ଵାରୋପ କରିଛନ୍ତି । ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ବଳର ବିନିଯୋଗ ହୋଇପାରିଲେ ଏବଂ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ହୋଇପାରିଲେ କନ୍ଧମାଳ ଭାରତ ମାନଚିତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ହୋଇପାରିବ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ରଖିଛନ୍ତି ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି, "କନ୍ଧମାଳ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ, ଜିଲ୍ଲାର ଇତିହାସ ସାଙ୍ଗକୁ ବିଶେଷତ୍ୱ ଏହି ଭଳି ମହୋତ୍ସବ ମାଧ୍ୟମରେ ଜାଣିବାର ସୁଯୋଗ ମିଳୁଛି । ଅମୃତ କନ୍ଧମାଳ ମହୋତ୍ସବ ଏକ ପ୍ଲାଟଫର୍ମ । କନ୍ଧମାଳର ସଂସ୍କୃତି ନିଆରା ଏଠିକାର ଆଦିବାସୀ ଓ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ରସରକାର ଧ୍ୟାନ ଦେଉଛନ୍ତି ।"

ଏହା ବି ପଢନ୍ତୁ...ଦିନିକିଆ କନ୍ଧମାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ଏକଲବ୍ୟ ବିଦ୍ୟାଳୟର କଲେ ଶିଳାନ୍ୟାସ

କନ୍ଧମାଳ ମହୋତ୍ସବରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଆହୁରି କହିଛନ୍ତି, ଏ ମହୋତ୍ସବ ସ୍ବାଗତଯୋଗ୍ୟ । ଏ ଉତ୍ସବ ଜରିଆରେ ଜିଲ୍ଲାର ଇତିହାସ ଜାଣିବା, ପ୍ରତିଭା ଓ ସମାଜସେବୀଙ୍କ ବିଷୟରେ ଜାଣିବାକୁ ମିଳିଛି । କନ୍ଧମାଳ ହଳଦୀ ବିଶ୍ବରେ ପରିଚୟ ହାସଲ କରିଛି । ଏହି ମହୋତ୍ସବ ମାଧ୍ୟମରେ ଜିଲ୍ଲାର ଅନେକ ଜିନିଷ ଲୋକଲୋଚନକୁ ଆସିଛି । ଏହା ଆଗାମୀ ପୀଢିକୁ ପ୍ରେରଣା ଦେବ । ଆଗାମୀ ଦିନରେ ଦେଶ ଆହୁରି ସଶକ୍ତ ହେବ । ସବୁ କ୍ଷେତ୍ରରେ ଆଗକୁ ବଢିବ । 2047 ସୁଦ୍ଧା ଭାରତ ସମୃଦ୍ଧ ସଶକ୍ତ ଭାରତ ହେବ ।"

ଅନ୍ୟତମ ଅତିଥି ଭାବେ କନ୍ଧମାଳ ମାଟିର ଗର୍ବ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଯୋଗ ଦେଇ ଜିଲ୍ଲା ବିକାଶ ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ହରିହର ମହାପାତ୍ର, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଅମୃତ କନ୍ଧମାଳ ମହୋତ୍ସବ କମିଟିର ସଂଯୋଜକ ଭଗବାନ ମହାନ୍ତି, ସମାଜସେବୀ ଅଶୋକ ପରିଡା ପ୍ରମୁଖ ଯୋଗଦେଇ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଜିଲ୍ଲାରେ ଏଭଳି ଏକ ମହୋତ୍ସବର ଆୟୋଜନ କରାଯାଇ ପାରିଥିବାରୁ କନ୍ଧମାଳବାସୀଙ୍କୁ ଧନ୍ଯବାଦ ଜଣାଇଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated :Aug 15, 2023, 2:11 PM IST

ABOUT THE AUTHOR

...view details