ଓଡିଶା

odisha

ପରିବା ଭିତରେ ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ଟିମ୍‌

By

Published : Apr 23, 2021, 9:11 AM IST

innovative-ganja-seize

ପରିବା ଭିତରେ ଗଞ୍ଜେଇ ଭର୍ତ୍ତି କରି ଭୁବନେଶ୍ବର ଚାଲାଣ ହେବା ବେଳେ ମାଡ଼ିବସିଥିଲା ଫୁଲବାଣୀ ଅବକାରୀ ଟିମ୍। କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ସହ ଜଗତସିଂହପୁର ଜିଲ୍ଲାର ୩ ଗଞ୍ଜେଇ ମାଫିଆକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଫୁଲବାଣୀ:ଅଭିନବ ଉପାୟରେ ହେଉଛି ଗଞ୍ଜେଇ ଚାଲାଣ । ନୀତି ନୂଆ ନୂଆ ଉପାୟ ବାହାର କରୁଛନ୍ତି ଗଞ୍ଜେଇ ମାଫିଆ। ପରିବା ଭିତରେ ଗଞ୍ଜେଇ ଭର୍ତ୍ତି କରି ଭୁବନେଶ୍ବର ଚାଲାଣ ହେବା ବେଳେ ମାଡ଼ି ବସିଥିଲା ଫୁଲବାଣୀ ଅବକାରୀ ଟିମ୍। କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ସହ ଜଗତସିଂହପୁର ଜିଲ୍ଲାର ୩ ଗଞ୍ଜେଇ ମାଫିଆକୁ ଗିରଫ କରିଛି ।

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ,ତିନି ଗିରଫ

କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ 108 କେଜି ଗଂଜେଇ ଜବତ କରିବା ସହ ଏହି ଘଟଣାରେ 3ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନେତୃତ୍ୟରେ ଏକ ଟିମ ଫୁଲବାଣୀ ସାଧନ ଚକ ନିକଟରେ ଚଢ଼ାଉ କରି ବୋଲର ପିକଅପ ନଂ ଓଆର05ଏଇଉ 0547 ଗାଡିକୁ ଜବତ କରିବା ସହ ସେଥିରୁ 108 କେଜି ଗଂଜେଇ ଜବତ କରିଛି । ଫିରିଙ୍ଗିଆରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ଇନ୍ସପେକ୍ଟର ଅଜୟ ବେହେରା କହିଛନ୍ତି । ଗାଡ଼ିର ଉପରେ ବନ୍ଧା କୋବି କିନ୍ତୁ ଭିତରେ ଫୁଲ୍ କରାଯାଇଛି ପ୍ୟାକେଟ ପ୍ୟାକେଟ ଗଞ୍ଜେଇ।

ସେପଟେ ଗୁଇନ୍ଦା ସୂଚନା ଆଧାରରେ ସଫଳତା ମିଳିଥିବା କହିଛନ୍ତି ଅବକାରୀ ଅଧୀକ୍ଷକ । ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁରର ନାରାୟଣ ଜେନା,ଭଗବତୀ ମହାନ୍ତି ଓ ଚିତ୍ତରଞ୍ଜନ ଦାସ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜିଲ୍ଲା ଜେଲ ହାଜତକୁ ପଠାଇ ଦିଆଯାଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details