ଓଡିଶା

odisha

ନିର୍ମାଣ ହେବ ମାଣିକେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର

By

Published : Jan 20, 2021, 9:32 PM IST

ନିର୍ମାଣ ହେବ ମାଁ ମାଣିକେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର। ଫେବୃଆରୀ ୨୨ ରେ ହେବ ଭୂମିପୂଜନ। ଅଧିକ ପଢନ୍ତୁ...

Manikeshwari's new grand temple will be built in kalahandi
ନିର୍ମାଣ ହେବ ମାଣିକେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର

ଭବନୀପାଟଣା : ନିର୍ମାଣ ହେବ ମାଁ ମାଣିକେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର। ଫେବୃଆରୀ ୨୨ରେ ହେବ ଭୂମିପୂଜନ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ଆଦିଶକ୍ତି ଥୁଆମୂଳ ରାମପୁର ପୀଠର ବହୁ ପୁରାତନ ମନ୍ଦିରକୁ ନବକଳେବର କରାଯିବା ନେଇ ନିଷ୍ପତ୍ତି ନେଇଛି ମନ୍ଦିର ନିର୍ମାଣ କମିଟି। ଏନେଇ ମାଁ ମାଣିକେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ନିର୍ମାଣ ହେବ ମାଣିକେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର

ଅନୁଷ୍ଠିତ ବୈଠକରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶକ୍ତି ,ଶିଳ୍ପ ଓ ଏମ୍ଏସ୍ଏମ୍ଇ ଓ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ଥିଲେ । ଏହାସହ ସମ୍ମାନୀୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ପୁର୍ବତନ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ।

କଳାହାଣ୍ତିରୁ ଅଜିତ ସିଂଙ୍କ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details