ଓଡିଶା

odisha

ବିଜୟା ଦଶମୀରେ ମାଣିକେଶ୍ୱରୀଙ୍କ ପୀଠରେ ଲାଖମରା ପର୍ବ

By

Published : Oct 4, 2022, 9:43 PM IST

ବିଜୟା ଦଶମୀ ତିଥୀରେ ମାଣିକେଶ୍ୱରୀଙ୍କ ପୀଠରେ ଆଜି ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ବିଜୟା ଦଶମୀରେ ମାଣିକେଶ୍ୱରୀଙ୍କ ପୀଠରେ ଲାଖମରା ପର୍ବ
ବିଜୟା ଦଶମୀରେ ମାଣିକେଶ୍ୱରୀଙ୍କ ପୀଠରେ ଲାଖମରା ପର୍ବ

ଭବାନୀପାଟଣା:କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀ । ମା’ଙ୍କ ଲାଖମରା ପର୍ବ ବିଜୟା ଦଶମୀ ଅବସରରେ ଆଜି (ମଙ୍ଗଳବାର) ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି । ଲାଖମରା ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବିଜୟ ଯାତ୍ରା ବା ରାଜ୍ୟଜୟର ପ୍ରତୀକ ଭାବେ ଏହି ପର୍ବ ପାଳିତ ହୁଏ ।

ବିଜୟା ଦଶମୀରେ ମାଣିକେଶ୍ୱରୀଙ୍କ ପୀଠରେ ଲାଖମରା ପର୍ବ



ବିଜୟା ଦଶମୀ ତିଥୀରେ ମାଣିଙ୍କେଶ୍ୱରୀଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଅପରାହ୍ନରେ ଛତ୍ର ବାହକ ମାଣିଙ୍କେଶ୍ୱରୀଙ୍କ ବିଜୟ ପ୍ରତିମା ଛତ୍ରକୁ ଧରି ବାହୁକ,ମୁଣ୍ଡଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ପଶ୍ଚିମ ଉପକଣ୍ଠରେ ଥିବା ଲାଖମରା ପଡିଆକୁ ଯାଇଥିଲେ । ଲାଖମରା ପଡିଆରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚ୍ଚନା ଓ ଛାଗଳ ବଳି ଦିଆଯାଇଥିଲା । ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜ ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ ।


ଏହା ମଦ୍ୟ ପଢନ୍ତୁ-କାଲି ରାବଣ ପୋଡି, ଚାଲିଛି ପ୍ରସ୍ତୁତି
ଏକ ସୁଉଚ୍ଚ ଖମ୍ୱରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । ମାଟି ହାଣ୍ଡିରେ ମାଣିଙ୍କେଶ୍ୱରୀଙ୍କ ପ୍ରସାଦ ଥାଏ । ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ କଳାହାଣ୍ଡି ରାଜ ପରିବାର ଯୁବରାଜ ଫତେ କେଶରୀ ଦେଓ ଲାଖ ଭେଦ କରିଥିଲେ । ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।

ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି ।ପରେ ପରେ ମୂଳାଷ୍ଟମୀ ଠାରୁ ମାଣିକେଶ୍ୱରୀଙ୍କୁ ମୁଣ୍ଡବସା ପର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ୱାରରେ କଣ୍ଟାବାଡ ଦିଆଯାଇଥାଏ । ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ । ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିବା ବେଳେ ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ ହେଲେ, ଚଳିତ ବର୍ଷ କଟକଣା ମୁକ୍ତ ହେବାରୁ ସହ ସଭ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଛି ।

ABOUT THE AUTHOR

...view details