ETV Bharat / city

କାଲି ରାବଣ ପୋଡି, ଚାଲିଛି ପ୍ରସ୍ତୁତି

author img

By

Published : Oct 4, 2022, 8:23 PM IST

ଦୁଇ ବର୍ଷ ପରେ କଟକଣା ମୁକ୍ତ ଦଶହରା ସାଙ୍ଗକୁ ରାବଣ ପୋଡ଼ିକୁ ମଧ୍ୟ ମିଳିଛି ଅନୁମତି । ଆସନ୍ତାକାଲି ରାବଣ ପୋଡ଼ି ହେବାକୁ ଥିବାବେଳେ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବାକୁ ପ୍ରସ୍ତୁତ ରହିଛି ପ୍ରଶାସନ । ସେପଟେ ଦୀର୍ଘ ୩୦ ବର୍ଷ ଧରି ରାବଣ ତିଆରି କରି ଆସୁଥିବା ପରିବାର କରୁଛନ୍ତି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ରାବଣ ପୋଡ଼ି, ଚାଲିଛି ପ୍ରସ୍ତୁତି
ଆସନ୍ତାକାଲି ରାବଣ ପୋଡ଼ି, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ଧୂମଧାମରେ ରାଜ୍ୟବାସୀ ପାଳୁଛନ୍ତି ଦୂର୍ଗା ପୂଜା । ମା'ଙ୍କ ପୂଜାରେ ଉତ୍ସବମୁଖର ହୋଇପଡିଛି ରାଜଧାନୀ ଭୁବନେଶ୍ଵର । ତେବେ ଚଳିତ ବର୍ଷ କୋରୋନା କଟକଣା ନଥିବାରୁ ଦୁର୍ଗାପୂଜା ସାଙ୍ଗକୁ ଆସନ୍ତାକାଲି ରାବଣ ପୋଡ଼ି ଉତ୍ସବକୁ ଉପଭୋଗ କରିବେ ଭୁବନେଶ୍ଵରବାସୀ । ସେପଟେ ରାବଣ ପୋଡି ପାଇଁ ଦୀର୍ଘ ୩୦ ବର୍ଷ ଧରି ରାବଣ ତିଆରି କରି ଆସୁଥିବା ପରିବାର କରୁଛନ୍ତି ପ୍ରସ୍ତୁତି ।

ଆସନ୍ତାକାଲି ରାବଣ ପୋଡ଼ି, ଚାଲିଛି ପ୍ରସ୍ତୁତି

ଦଶହରା ଆସିଲେ ରାବଣ ପୋଡି କଥା ମନକୁ ଆସେ । କୋରୋନା କଟକଣା ଭିତରେ ୨ ବର୍ଷ ଧରି ସବୁ କିଛି ଠପ ହୋଇ ପଡ଼ିଥିଲା । ମଣ୍ଡପରେ ମା'ଙ୍କ ପୂଜା କରାଯାଉ ଥିଲେ ମଧ୍ୟ ଭକ୍ତଙ୍କୁ ଅନୁମତି ମିଳୁନଥିଲା । ଚଳିତ ବର୍ଷ କୋରୋନା କଟକଣା ହଟିଥିବା ବେଳେ ଭକ୍ତଙ୍କୁ ଅନୁମତି ମିଳିବା ସହ ରାବଣ ପୋଡିକୁ ମଧ୍ୟ ମିଳିଛି ଅନୁମତି । ଏଥର ରାଜଧାନୀର 4ଟି ସ୍ଥାନରେ ରାବଣ ପୋଡି ଅୟୋଜୋନ କରାଯାଇଛି । ବରମୁଣ୍ଡା, ଝାରପଡା, ନହରକଣ୍ଟା ଓ ନୟାପଲ୍ଲୀରେ ରାବଣ ପୋଡି ସହ ଆତସବାଜିର ଆୟୋଜୋନ କରାଯାଇଛି । କୌଣସି ସ୍ଥାନରେ ଅଘଟଣ ସମଭାବ୍ୟ ଅଘଟଣକୁ ରୋକିବା ପାଇଁ ଆମ୍ବୁଲାନସ, ଫାୟର ବ୍ରିଗେଡ୍ ଏବଂ ପୋଲିସ କର୍ମୀ ସଜାଗ ରହିଛନ୍ତି ।

ସେପଟେ ଡାକବଙ୍ଗଳା ଛକ ପଣସ କୋଟାର ଏକ ପରିବାର ଦୀର୍ଘ ୩୦ ବର୍ଷ ଧରି ଏହି ରାବଣ ପୋଡ଼ି ପାଇଁ ତିଆରି କରି ଆସୁଛନ୍ତି ରାବଣ । ଏହି ରାବଣ ତିଆରି ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିଥାଏ । ବରମୁଣ୍ଡା ପୂଜା କମିଟି ୮୦ ମିଟର ଉଚ୍ଚତାର ତିଆରି କରୁଥିବା ବେଳେ ନହରକଣ୍ଟା, ବାଙ୍କୁଆଳ ୬୦ ମିଟର ଉଚ୍ଚତାର ତିଆରି ହେଉଛି । ବାଉଁଶ, ମଇଦା ଅଠା, ତେନ୍ତୁଳି ଅଠା, କଇଁଥ ଅଠା ସହ କଟନ କପଡା, ରଙ୍ଗ ଆଦି ବ୍ୟବହାର କରି ତିଆରି ହୁଏ ଏହି ରାବଣ । ଗୋଟେ ରାବଣ ତିଆରି କରିବାକୁ ପ୍ରାୟ ୩୦ ହଜାର ଟଙ୍କା ଲାଗେ । ଫାଇଲିନ ସମୟରେ ୨୧ଟି ରାବଣ ତିଆରି କରିଥିବା ବେଳେ ଚଳିତ ବର୍ଷ ୫ଟି ରାବଣ ତିଆରି କରିଛନ୍ତି ଏହି ପରିବାର ।

ସବୁଠାରୁ ବଡ଼କଥା ହେଲା ଏହି ରାବଣ ତିଆରି କରୁଥିବା ମହିଳା କାରିଗର ଶୋଭାରାଣୀ ମହାପାତ୍ର ଜଣେ ଚିତ୍ରଶିଳ୍ପୀ ହୋଇଥିବା ବେଳେ ଜଣେ ଗୃହିଣୀ ମଧ୍ୟ । ଦୀର୍ଘ ୩୦ ବର୍ଷ ହେବ ସେ ଦଶହରାରେ ରାବଣ ପୋଡ଼ି ପାଇଁ ରାବଣ ତିଆରି କରୁଛନ୍ତି । ତେବେ ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ପାଇଁ ରାବଣ ପ୍ରସ୍ତୁତିରେ ବାଧା ଉପୁଜିଛି । ଏନେଇ ଚିନ୍ତାରେ କାରିଗର । ତେବେ ଦୀର୍ଘ ୨ ବର୍ଷ ପରେ କଟକଣା ମୁକ୍ତ ଦଶହରା ସାଙ୍ଗକୁ ରାବଣ ପୋଡ଼ି ଦେଖିବାକୁ ଶ୍ରଦ୍ଧାଳୁ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.