ଓଡିଶା

odisha

କଳାହାଣ୍ଡିରେ ହାତୀ ଉପଦ୍ରବ, ବ୍ୟାପକ କ୍ଷୟକ୍ଷତି

By

Published : Oct 19, 2021, 8:30 AM IST

କଳାହାଣ୍ଡୀ ଜିଲ୍ଲାରେ ହାତୀ ଉପଦ୍ରବ , ବ୍ୟାପକ କ୍ଷୟକ୍ଷତି
କଳାହାଣ୍ଡୀ ଜିଲ୍ଲାରେ ହାତୀ ଉପଦ୍ରବ , ବ୍ୟାପକ କ୍ଷୟକ୍ଷତି ()

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଜଙ୍ଗଲୀ ହାତିପଲ ଜନବସତି ମୁହାଁ ହୋଇଥିବାବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ଅଧିକ ପଢନ୍ତୁ...

ଭବାନୀପାଟଣା: ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଫଳରେ ଜନଜୀବନ ଏବେ ଅସ୍ତବ୍ୟସ୍ତ ହୋଇପଡିଛି । ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତସାପୁଲକୁଚା ଗାଁରେ ପ୍ରାୟ ୧୫ଟି ଜଙ୍ଗଲୀ ହାତୀ ମକା, କପା, କାନ୍ଦୁଲ ଓ ଧାନ ଫସଲ ଆଦି ନଷ୍ଟ କରିଥିବା ଜଣାପଡିଛି । ସେହିପରି ଗତ ଶନିବାର ଏହି ହାତୀପଲ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଆସି ସାପୁଲକୁଚା ଗାଁରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିଲେ ।

କଳାହାଣ୍ଡୀ ଜିଲ୍ଲାରେ ହାତୀ ଉପଦ୍ରବ , ବ୍ୟାପକ କ୍ଷୟକ୍ଷତି

ତେବେ ହାତୀ ପଲକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିବା ବେଳେ ଏନେଇ ବନ ବିଭାଗକୁ ଖବର ଦେଇଥଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଓ ହାତୀ ଜଗୁଆଳି ମାନେ ସାପୁଲକୁଚା ଗାଁକୁ ଆସି ହାତୀପଲକୁ ଘଉଡାଥିଲେ । ଗତ ୨୫ ଦିନ ହେଲା ଏହି ଅଞ୍ଚଳରେ ହାତୀପଲ ଅନେକ ଘରଦ୍ଵାର ଏବଂ ଚାଷବାସ ନଷ୍ଟ କରିଛନ୍ତି । ବିଶ୍ଵନାଥପୁର ବନପାଳ ସୁରେଶ ଚନ୍ଦ୍ର ରାଉତ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିବାସହ ହାତୀପଲକୁ ଘଉଡାଇବାକୁ ବନବିଭାଗ ଓ ହାତୀ ଜଗୁଆଳୀମାନେ ନଜର ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

କଳାହାଣ୍ଡୀ ଜିଲ୍ଲାରେ ହାତୀ ଉପଦ୍ରବ , ବ୍ୟାପକ କ୍ଷୟକ୍ଷତି

ସେହିପରି ଅକ୍ଟୋବର ୪ରେ କୁମଖାଲ ଗ୍ରାମ ପଞ୍ଚାୟତ ଡେଲାଙ୍ଗଭଟ୍ଟା ଗାଁର ଭଁଏରା ମାଝୀ ଓ ଟଙ୍କ ମାଝୀଙ୍କ ଘର ଭାଙ୍ଗିବା ସହ ଗୃହ ବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ କରିଥିଲେ ଏହି ହାତୀପଲ। ସେପ୍ଟେମ୍ବର ୧୪ ତାରିଖରେ ଢେପଗୁଡା ବିଟ୍ ଅଞ୍ଚଳରେ ଗୋଟିଏ ମାଈ ହାତୀର ମୃତ୍ୟୁ ପରେ ଏହି ହାତୀପଲ ୧୫ କିମି ବ୍ୟବଧାନରେ ଘୁରି ବୁଲିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details