ଓଡିଶା

odisha

ରାତ୍ର ଭୋଜନ ଖାଇ 37 ଛାତ୍ରୀ ଅସୁସ୍ଥ

By

Published : Sep 26, 2019, 6:10 PM IST

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ୟୁଜି ହାଇସ୍କୁଲରେ ରାତ୍ର ଭୋଜନ ଖାଇ 37 ଛାତ୍ରୀ ଅସୁସ୍ଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ରାତ୍ରୀ ଭୋଜନ ଖାଇ 37 ଛାତ୍ରୀ ଅସୁସ୍ଥ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ୟୁଜି ହାଇସ୍କୁଲରେ ରାତ୍ରୀଭୋଜନ ଖାଇ 37 ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ରାତ୍ରୀ ଭୋଜନ ଖାଇବା ପରେ ଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିବା ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅସୁସ୍ଥ ଛାତ୍ରୀମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ଡାକ୍ତର ପରୀକ୍ଷା କରିବା ପରେ ସମସ୍ତଙ୍କୁ ସ୍କୁଲ ହଷ୍ଟେଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଛାତ୍ରୀଙ୍କ କହିବା ଅନୁଯାୟୀ, ରାତ୍ର ଭୋଜନ ଖାଇବା ପୁର୍ବରୁ ସମସ୍ତେ ଠିକ ଥିଲେ ମାତ୍ର, ରାତ୍ର ଭୋଜନ ଖାଇବା ପରେ ଜଣଙ୍କ ପରେ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା । ପରେ ସମସ୍ତ ଛାତ୍ରୀଙ୍କୁ ୱାଡେନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ତେବେ ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଠିକ ଭାବରେ ଉତ୍ତର ରଖିପାରି ନଥିଲେ । ବର୍ତ୍ତମାନ ସମସ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା କହିଛନ୍ତି ଡାକ୍ତର ।
ଏନେଇ କିଛି ଅଧିକ ଚିନ୍ତା କରିବାର ନାହିଁ । ଏବେ ସମସ୍ତେ ସୁସ୍ଥ ଥିବା ସହ ଭାଇରାଲ ଫିବର ହୋଇଥିବା କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Intro:ରାତ୍ରୀ ଭୋଜନ ଖାଇ ୪୧ ଛାତ୍ରୀ ଅସୁସ୍ତ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ୟୁଜି ହାଇସ୍କୁଲ ରେ ରାତ୍ରୀ ଭୋଜନ ଖାଇ ୪୧ ଛାତ୍ରୀ ଗୁରୁତର। ରାତ୍ରୀ ଭୋଜନ ଖାଇବା ପରେ ଛାତ୍ରୀ ମାନଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। Body:ଛାତ୍ରୀ ମାନେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।
ପରେ ଡାକ୍ତର ପରୀକ୍ଷା କରିବା ପରେ ସମସ୍ତଙ୍କୁ ସ୍କୁଲ ହଷ୍ଟେଲ କୁ ପଠାଇ ଦିଆଯାଇଥିଲା।ତେବେ ଛାତ୍ରୀଙ୍କ କହିବା ଅନୁଯାୟୀ ରାତ୍ରୀ ଭୋଜନ ଖାଇବାପୁର୍ବରୁ ସମସ୍ତେ ଠିକ ଥିଲେ ଓ ଖାଇସାରିବା ପରେ ଜଣଙ୍କ ପରେ ଜଣଙ୍କ ସ୍ୱାସ୍ତ୍ୟ ଖରାପ ହେବାରେ ଲାଗି ଥିଲା ପରେ ସମସ୍ତ ଛାତ୍ରୀଙ୍କୁ ସ୍ୱାସ୍ତ୍ୟ ଖରାପ ହେବାରେ ଲାଗିବା ପରେ waden ସମସ୍ତଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସଲ୍ୟ କୁ ଆଣିଥିଲେ ।Conclusion:ତେବେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଠିକ ଭାବରେ ଉତ୍ତର ରଖିପାରିନଥିଲେ।ବର୍ତମାନ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା କହିଛନ୍ତି ତାକ୍ତର।
ବାଇଟ-ଆଦିତ୍ୟ ଅଣ୍ଡା(ପ୍ରଧାନ ଶିକ୍ଷକ )
ବାଇଟ-ତାପସ୍ୱିନୀ ମାଝୀ(ଛାତ୍ରୀ)
ବାଇଟ-ଦୀନବନ୍ଧୁ ସାହୁ (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର)

ABOUT THE AUTHOR

...view details