ଓଡିଶା

odisha

ମୃତଦେହକୁ ସାଲାଇନ ଦେବା ଘଟଣା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

By

Published : Sep 12, 2019, 8:15 PM IST

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଅନ୍ୟପଟେ ଘଟଣାକୁ ଅସ୍ବୀକାର କରିବା ସହ ତଦନ୍ତ କରି 3 ଦିନ ମଧ୍ୟରେ ସ୍ବାସ୍ଥ୍ୟବିଭାଗକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଭାରପ୍ରାପ୍ତ ସିଡିଏମଓ । ସୂଚନା ଥାଉକି, ଗତକାଲି(ବୁଧବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ବିଷ ପିଇ ଥିବା ଜଣେ ଯୁବକକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଠିକ ସମୟରେ ଡାକ୍ତର ନଆସିବାରୁ ଯୁବକର ମୃତ୍ୟୁ ହେବା ପରେ ମୃତକଙ୍କ ଦେହରେ ସାଲାଇନ ଦେଇଥିଲେ ନର୍ସ । ଏଭଳି ଅଭିଯୋଗ କରିଥିଲେ ମୃତକଙ୍କ ପରିବାର । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ କୁ ସଲାଇନ ଦେବା ଓ ଭିଡ଼ିଓ ଭାଇରଲ ହେବା ଘଟଣା କୁନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଘଟଣା ବାବଦରେ ପଚାରିବାରୁ ମୃତ ବ୍ୟକ୍ତିଙ୍କୁ କେଉଁ ପରିସ୍ଥିତିରେ ସଲାଇନ ଦିଆଯାଇଥିଲା ସେନେଇ ଝାରସୁଗୁଡା CDMO ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ।ଅନ୍ୟପଟେ ଘଟଣା କୁ ଅସ୍ବୀକାର କରିଛନ୍ତି ଝାରସୁଗୁଡା ର ଭାରପ୍ରାପ୍ତ CDMO ଡୋଳାମଣି ପଟେଲ । ତଦନ୍ତ କରି ତିନି ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଗୃହ ଜିଲ୍ଲା ଝାରସୁଗୁଡା ରୁ ଗତକାଲି ଡାକ୍ତରୀ ଅବହେଳା ଅଭିଯୋଗ ହୋଇଥିଲା ଓ ଭିଡ଼ିଓ ଭାଇରଲ ହୋଇଥିଲା ।ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଷ ପିଇ ଥିବା ଜଣେ ଯୁବକକୁ ଭର୍ତ୍ତି କରାଯାଇଥିଲା। ଠିକ ସମୟରେ ଡାକ୍ତର ନ ଆସିବାରୁ ଯୁବକର ମୃତ୍ୟୁ ହେବା ପରେ ମୃତକଙ୍କ ଦେହରେ ସିଲାଇନ ଦେଇଥିଲେ ନର୍ସ।ଏଭଳି ଅଭିଯୋଗ କରିଥିଲେ ମୃତକର ପରିବାର। ମଙ୍ଗଳବାର ରାତିରେ ଲାଇକେରା ଥାନା ଅନ୍ତର୍ଗତ ଜଲିବାହଲ ଗାଁର କ୍ଷେତ୍ର କିଷାନ ନାମକ ବ୍ୟକ୍ତି ବିଷପାନ କରିଥିଲେ।ଏହା ଜଣାପଡିବା ପରେ ତାଙ୍କ ପରିବାର ଲୋକେ କ୍ଷେତ୍ରକୁ ନିକଟସ୍ଥ ମୁଦ୍ରାଜୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।କିନ୍ତୁ ସେଠାରେ ଚିକିତ୍ସା ଠିକ ନ ହେବାରୁ ପରିବାର ଲୋକେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଲେ।କିନ୍ତୁ ଡାକ୍ତର ରୋଗୀର ଚିକିତ୍ସା କରିବାରେ ବିଳମ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନଥିବାରୁ ଯୁବକର ମୃତ୍ୟୁ ହୋଇଥିଲା।ମୃତୁ ପରେ ନର୍ସ ଶବ ଦେହରେ ସାଳାଇନ ଲଗାଉଥିବା ସମୟରେ ଭିଡ଼ିଓ କରିବ ସହ ମୃତ ବ୍ୟକ୍ତିଙ୍କ ଭାଇ ପଚରାଉଚରା କରୁଥିବା କରିବାରୁ କିଛି ସମୟ ପାଇଁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ବାଇଟ1:ନବ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ।
ବାଇଟ2:ଡୋଳାମଣି ପଟେଲ,ଭାରପ୍ରାପ୍ତ CDMO, ଝାରସୁଗୁଡା ।Body:।।।।।Conclusion:

ABOUT THE AUTHOR

...view details