ଓଡିଶା

odisha

ପୋଲିସ ଆଖିରେ ଧୂଳିଦେଇ ଗୋଚାଲାଣ, ୧୬ଚକିଆ କଣ୍ଟେନରକୁ ଜବତ କଲା STF

By

Published : Nov 21, 2022, 9:19 AM IST

ଗୋଚାଲାଣ

ମାର୍ବଲ ଗାଡି ଆଳରେ ପଶ୍ଚିମବଙ୍ଗ ଗୋଚାଲାଣ ବେଳେ ମାଡିବସିଲା ଏସଟିଏଫ । 16 ଚକିଆ କଣ୍ଟେନରକୁ ଜବତ କରିବା ସହ 2 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପୋଲିସ ଆଖିରେ ଧୂଳି ଦେଇ ଚାଲିଥିଲା ଗୋ ଚାଲାଣ । 16 ଚକିଆ କଣ୍ଟେନରକୁ ଜବତ କରିଲା ଏସଟିଏଫ। ମାର୍ବଲ ଗାଡି ଆଳରେ ପଶ୍ଚିମବଙ୍ଗ ଚାଲାଣ ବେଳେ ମାଡିବସିଲା ଏସଟିଏଫ । ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅନ୍ତର୍ଗତ ସାହା ପଡିଆ ହାଟ ନିକଟରେ ଠାବ କରିଛି ଏସଟିଏଫ୍ ଟିମ୍ ।

ଗୋଚାଲାଣ

ଓଡିଶାରୁ ପଶ୍ଚିମବଙ୍ଗକୁ ବେଧଡକ ଗୋରୁ ଚାଲାଣ ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ଏସଟିଏଫ । ଯାହାକୁ ଆଧାର କରି ତନାଘନା ଆରମ୍ଭ କରିଥିଲା ଏସଟିଏଫ । ତେବେ ରବିବାର ଯାଜପୁର ପାଣିକୋଇଲିରୁ ଟ୍ରକଟି ପଶ୍ଟିମବଙ୍ଗ ଯାଉଥିବା ବେଳେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅନ୍ତର୍ଗତ ସାହା ପଡିଆ ହାଟ ନିକଟରେ ଠାବ କରିଥିଲା ଏସଟିଏଫ୍ ଟିମ୍ । ଏହି ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 34 ହଜାର ଟଙ୍କା କ୍ୟାସ ଜବତ କରାଯାଇଛି । 2 ଗିରଫ ଅଭିଯୁକ୍ତ ହେଲେ କମ୍ ଶିୟାଜୁଦିନ ଖାନ ଓ ମହମ୍ମଦ କରିମ । ୧୬ଚକିଆ ଟ୍ରକରେ ୧୫୫ଟି ଗୋରୁ ଚାଲାଣ ହେଉଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ: ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ, ୨ ମୃତ

ସୂଚନାଅନୁସାରେ, ଦୃତ ଗତିରେ କଣ୍ଟେନରଟି ଯାଉଥିବା ବେଳେ ସାହା ପଡିଆ ହାଟ ପାଖରେ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ପରେ ଭଦ୍ରକର ଦୁଇ ବ୍ୟକ୍ତି ପଶ୍ଚିମବଙ୍ଗ ଗଳାବାଟ ଦେଇ ବାଂଲାଦେଶ ପଠାଇବା ପାଇଁ ଯୋଜନା କରୁଥିଲେ । ଏଥିପାଇଁ ପୋଲିସ ଚେକିଂ ଓ ଟୋଲ ଗେଟ୍ ଅତିକ୍ରମ ପାଇଁ ମଧ୍ୟ ବିଭିନ୍ନ ରୁଟ ବାଛି ନେଇଥିଲେ । ମାର୍ବଲ ବୋଝେଇ ଟ୍ରକ କହି ଏପରି ଚାଲାଣ କରୁଥିବାର ଖବର ପାଇ ଶେଷରେ ଟ୍ରକଟିକୁ ଧରି ଗୋଚାଲାଣ ରାକେଟରେ ଫର୍ଦ୍ଦାଫାସ କରିଛନ୍ତି । ଏନେଇ ଆନିମଲ କ୍ରୁଏଲିଟି ଆକ୍ଟ,ଏମଭି ଆକ୍ଟ ଓ ୧୨ବି ଷଡ଼ଯନ୍ତ୍ର ମାମଲାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କଣ୍ଟେନରକୁ ଜବତକରି ଅଧିକ ତଦନ୍ତ ଆରମ୍ଭ କରିଛି ଏସଟିଏଫ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details