ଓଡିଶା

odisha

କଇଁଫୁଲ ତୋଳୁ ତୋଳୁ ଅଘଟଣ; ୨ ମୃତ, ଜଣେ ଗୁରୁତର

By

Published : Oct 18, 2021, 4:41 PM IST

ଫୁଲ ତୋଳିବାକୁ ଯାଇ ନଦୀରେ ବୁଡିଗଲେ ବାଳକ, ଦୁଇ ମୃତ ଜଣେ ଗୁରୁତର

ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମରେ ଅଘଟଣ । ନଦୀକୁ କଇଁଫୁଲ ତୋଳିବାକୁ ଯାଇ ବୁଡିଗଲେ ୩ ବାଳକ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ଯାଜପୁର: ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମରେ ଅଘଟଣ । ନଦୀକୁ କଇଁଫୁଲ ତୋଳିବାକୁ ଯାଇ ବୁଡିଗଲେ ତିନି ବାଳକ । ଗୋପକୂଳ ଗ୍ରାମର କୁନି ଜେନାଙ୍କ ପୁଅ ବିଭୂତି(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟରଞ୍ଜନ(୧୭) ବୈତରଣୀ ନଦୀର କୁଟୁରିଆ ଠାରେ ଥିବା ଏକ କଣ୍ଡିଆରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ତେବେ ବିଜୟ ଜେନାଙ୍କ ପୁଅ ଶୁଭମ(11) ଗୁରୁତର ଅବସ୍ଥାରେ ମଙ୍ଗଳପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଦୁଇ ବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details