ଓଡିଶା

odisha

ପାରାଦ୍ବୀପରେ ବିଜେପି ବିଜେଡି ମୁହାଁମୁହିଁ, ପ୍ରେସମିଟ୍‌ରେ ଗର୍ଜିଲା ବିଜେଡି

By

Published : Sep 15, 2022, 9:49 PM IST

ପାରାଦ୍ବୀପରେ ବିଜେପି ବିଜେଡି ମୁହାଁମୁହିଁ, ପ୍ରେସମିଟ୍‌ରେ ଗର୍ଜିଲା ବିଜେଡି
ପାରାଦ୍ବୀପରେ ବିଜେପି ବିଜେଡି ମୁହାଁମୁହିଁ, ପ୍ରେସମିଟ୍‌ରେ ଗର୍ଜିଲା ବିଜେଡି ()

ଜଗତସିଂହପୁର ଜିଲ୍ଲା ବିଜେପି ଉପରେ ବର୍ଷିଛି କୁଜଙ୍ଗ ବିଜୁ ଜନତା ଦଳ (Kujang BJD targeted BJP)। ଏହାକୁ ନେଇ କୁଜଙ୍ଗ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଅଧିକ ପଢ଼ନ୍ତୁ

ପାରାଦ୍ବୀପ: ବିଭିନ୍ନ ଅଭିଯୋଗ ନେଇ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ଉପରେ ବର୍ଷିଛି କୁଜଙ୍ଗ ବିଜୁ ଜନତା ଦଳ(Kujang BJD targeted BJP) । ଏହାକୁ ନେଇ କୁଜଙ୍ଗ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । କୁଜଙ୍ଗ ଥାନା ପରିସରରେ ବିଜେପି ନେତା ଓ କର୍ମୀଙ୍କ ଧାରଣା ଦିଆଯିବା( BJP dharna in kujang police station ), ଡାକବାଜି ଯନ୍ତ୍ର ଦ୍ବାରା ଭାଷଣ ଦେବା ଏବଂ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମିଥ୍ୟାରୋପ ଲଗାଇବାକୁ ବିରୋଧ କରିଛି ବିଜେଡି ।

ପାରାଦ୍ବୀପରେ ବିଜେପି ବିଜେଡି ମୁହାଁମୁହିଁ, ପ୍ରେସମିଟ୍‌ରେ ଗର୍ଜିଲା ବିଜେଡି

ଖାଲି ସେତିକି ନୁହେଁ, ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ଆଇନ୍ ବିରୋଧୀ କାର୍ଯ୍ୟକୁ ବିରୋଧ କରିଛି ବିଜେଡି । ଗଣେଶ ପୂଜା ଭସାଣୀ ବେଳେ କୁଜଙ୍ଗ ବଉଳାଙ୍ଗ ଗ୍ରାମରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାପରେ ବି ବିଜେପି ଏହି ଘଟଣାକୁ ନେଇ କୁଜଙ୍ଗ ଥାନା ପରିସରରେ ଧାରଣାରେ ବସିଥିଲା । ତାସହିତ ବିଧାୟକ ସମ୍ବିତ ରାଉତରାୟ ବିରୋଧରେ ବିଜେପି ଆକ୍ଷେପ କରିଥିଲା ।

ଏହି ଘଟଣାକୁ ବିଜେଡି ପକ୍ଷରୁ ଜୋରଦାର ବିରୋଧ କରାଯିବା ସହିତ ନିନ୍ଦା କରାଯାଇଛି । ବିଜେପି ଓ ଏହାର ନେତା ଯଦି ଏଭଳି ମିଥ୍ୟା ଅପପ୍ରଚାରରୁ ବିରତ ନହୁଅନ୍ତି ତେବେ କୁଜଙ୍ଗ ବିଜେଡି ପକ୍ଷରୁ ଏହାର ଦୃଢ ଜବାବ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

ଏହାକୁ ନେଇ କୁଜଙ୍ଗ ବିଜେଡି ନେତା ରଘୁନାଥ ସାହୁ କହିଛନ୍ତି, "ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ବିଜେପି କର୍ମୀ କୁଜଙ୍ଗ ଥାନା ଭିତରକୁ ବେଆଇନ ଭାବରେ ଧସେଇ ପଶିଛନ୍ତି । ତା ସହିତ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମିଥ୍ୟାରୋପ କରିଛନ୍ତି । ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details