ଓଡିଶା

odisha

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି, ଜଗତସିଂହପୁରରେ ଜଗନ୍ନାଥ ସେନାର ବିକ୍ଷୋଭ

By ETV Bharat Odisha Team

Published : Dec 17, 2023, 7:19 AM IST

Jagannath Sena Protests: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଜଗତସିଂହପୁରରେ ଗର୍ଜିଛି ଜଗନ୍ନାଥ ସେନା । ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ମାତ୍ରେ ଚାରି ଦ୍ୱାର ଖୋଲିବାକୁ ଦାବି କରିଛି ଜଗନ୍ନାଥ ସେନାର ।ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି କଲା ଜଗନ୍ନାଥ ସେନା
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି କଲା ଜଗନ୍ନାଥ ସେନା

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି କଲା ଜଗନ୍ନାଥ ସେନା

ଜଗତସିଂହପୁର: ପୁରୀ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ନେଇ ଜଗତସିଂହପୁରରେ ଗର୍ଜିଛି ଜଗନ୍ନାଥ ସେନା । ଆଜି(ଶନିବାର) ଅପରାହ୍ନରେ ଜଗତସିଂହପୁର ଉପକଣ୍ଠ ସିଦ୍ଧ ବାରଙ୍ଗ ପୀଠ ଜଗନ୍ନାଥଙ୍କ ମନ୍ଦିରରେ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିବା ସହିତ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବି କରିଥିଲେ । ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରିବା ସହିତ ତୁରନ୍ତ ଚାରିଦ୍ୱାର ଖୋଲିବା ପାଇଁ ଦାବି କରିଛନ୍ତି ।

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି,"ଗତ ନଭେମ୍ବର4 ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ମୁତାବକ ରତ୍ନ ଭଣ୍ଡାରର କେବଳ ଲେଜର ସ୍କାନିଂ କରାଯିବ । କିନ୍ତୁ ରତ୍ନ ଗଣତି କରାଯିବ ନାହିଁ । ଏହାକୁ ଜଗନ୍ନାଥ ସେନା ଘୋର ବିରୋଧ କରୁଛି । ଚାରିଦ୍ୱାର ନଖୋଲି ଏବେ ସରକାର ବଡ଼ଦାଣ୍ଡରେ ଶୀତତାପ ଟନେଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଫଳରେ ଚାରିଦ୍ୱାର ନଖୋଲିବାର ଷଡ଼ଯନ୍ତ୍ର ପଦାକୁ ଆସିଛି ।"ଏହା ସହ ଭିଆଇପିମାନେ କାହିଁକି ସାଇଡରେ ଏବଂ ସାଧାରଣ ଲୋକମାନେ କାହିଁକି ଲାଇନରେ ଯିବେ ବେଲି ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟପଢନ୍ତୁ.....ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ଶ୍ରୀଜିଉଙ୍କୁ ଲାଗି ହେଲା 32 ପ୍ରକାର ପିଠା ଓ ଧନୁମୁଆଁ

ଏହା ମଧ୍ୟପଢନ୍ତୁ.....୧୮ରେ ଶ୍ରୀଜିଉଙ୍କ ଓଢଣ ଷଷ୍ଠୀ ପର୍ବ, ଶୀତ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ

ଶ୍ରୀମନ୍ଦିର ଚାରିଦ୍ୱାର ୪ଦ୍ୱାର ବନ୍ଦ ହେତୁ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ଜଗନ୍ନାଥ ସେନା । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇ ଅଯଥା କୁତ୍ରିମ ଗହଳି ସୃଷ୍ଟି କରାଯାଉଛି । ଯାହାକୁ ନେଇ ଭକ୍ତଟିଏ କାଳିଆ ଶାଆନ୍ତଙ୍କ ଦର୍ଶନରୁ ବଞ୍ଚିତ ହୋଇ ବାଧ୍ୟ ହୋଇ ଫେରି ଆସୁଛି । ଏହାସହ ପ୍ରଶାସନିକ ଅଧିକାରୀମାନଙ୍କ ଏକ ଚାଟିଆ ନିଷ୍ପତ୍ତି ଯୋଗୁଁ ଲୋକେ ଏହି ପ୍ରକାର ହଇରାଣ ହରକତ ହେଉଥିବା ଅଭିଯୋଗ କରିଛି ଜଗନ୍ନାଥ ସେନା । ତେଣୁ ଭକ୍ତ ମାନଙ୍କ ସୁରକ୍ଷିତ ଦର୍ଶନ ଓ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ମାତ୍ରେ ଚାରି ଦ୍ୱାରକୁ ସରକାର ଖୋଲିବା ପାଇଁ ଦାବି କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଯଦି ସରକାର ଏହା ନକରନ୍ତି ଆଗାମୀ ଦିନରେ ଆନ୍ଦୋଳନ ଖାଲି ପୁରୀ କାହିଁକି ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାରକୁ ନା, କଟକଣା ଲଗାଇଲା ପ୍ରଶାସନ


ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details