ଓଡିଶା

odisha

ପ୍ରଦୀପ ପାଣିଗ୍ରାହୀଙ୍କ 2 ମାମଲରେ ଡିସଚାର୍ଜ ପିଟିସନ ଦାଖଲ, ରାୟକୁ ଅପେକ୍ଷା

By ETV Bharat Odisha Team

Published : Nov 9, 2023, 9:35 AM IST

ଚାକିରି କରାଇ ଦେବା ନାଁରେ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରହିଥିବା ପାଞ୍ଚଟି ମାମଲାରୁ ଦୁଇ ଗୋଟି ମାମଲାରେ ଡିସଚାର୍ଜ ପିଟିସନ୍ ଦାଖଲ ହୋଇଛି । ଅଧିକ ପଢ଼ନ୍ତୁ

Gopalpur mla pradeep panigrahi
ପ୍ରଦୀପ ପାଣିଗ୍ରାହୀଙ୍କ 2 ମାମଲରେ ଡିସର୍ଚାର୍ଜ ପିଟିସନ ଦାଖଲ

ପ୍ରଦୀପ ପାଣିଗ୍ରାହୀଙ୍କ 2 ମାମଲରେ ଡିସଚାର୍ଜ ପିଟିସନ ଦାଖଲ

ବ୍ରହ୍ମପୁର:ଚାକିରି ଦେବା ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁଇ ମାମଲାରେ ଡିସଚାର୍ଜ ପିଟିସନ୍ କୋର୍ଟରେ ଦାଖଲ ହୋଇଛି । ଟାଟାରେ ଚାକିରି କରାଇ ଦେବା ନାଁରେ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରହିଥିବା ପାଞ୍ଚଟି ମାମଲାରୁ ଦୁଇ ଗୋଟି ମାମଲାରେ ଡିସଚାର୍ଜ ପିଟିସନ୍ ବ୍ରହ୍ମପୁର କୋର୍ଟରେ ଦାଖଲ କରିଥିଲେ ତାଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ । ଏବେ ରାୟକୁ ଅପେକ୍ଷା ରହିଛି ।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତ ଶନିବାର ଗୋଟିଏ ମାମଲାରେ କୋର୍ଟରେ ହାଜର ହୋଇଥିଲେ । ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନାର କାର୍ତ୍ତିକ ପ୍ରଧାନ ମାମଲା ଏବଂ ପ୍ରଶାନ୍ତ କର ପକ୍ଷରୁ ହୋଇଥିବା ଅନ୍ୟ ଏକ ମାମଲାରେ ଏହି ପିଟିସନ୍ ଦାଖଲ କରାଯାଇଥିଲା । ମାମଲାରେ ଗୋପାଳପୁର ବିଧାୟକ ଟାଟା କମ୍ପାନୀରେ ଚାକିରି କରାଇଦେବେ ବୋଲି ଲାଞ୍ଚ ମାଗିବା ନେଇ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା । ଉକ୍ତ ଦୁଇ ମାମଲା ମଧ୍ୟରୁ ଗୋଟିଏ ମାମଲାରେ ପ୍ରଦୀପଙ୍କ ସମେତ ତାଙ୍କ ଭାବି ସମୁଦି ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକକୁ ଯୋଡ଼ି ଦିଆଯାଇଥିବା ବେଳେ ଅନ୍ୟ ଏକ ମାମଲାରେ କେବଳ ପ୍ରଦୀପଙ୍କ ନାମରେ ମାମଲା ରହିଥିବା କୁହାଯାଇଛି ।

ଏହା ବି ପଢନ୍ତୁ...ବ୍ରହ୍ମପୁର କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ

ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ କହିଛନ୍ତି, "ଗୋପାଳପୁର ବିଧାୟକ ଜଣଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ । ସେହି ସମୟରେ ଯିଏ ଲାଞ୍ଚ ଦେଲେ ବୋଲି କହୁଥିଲେ ସେ ପଚାରୁଥିଲେ କାହା ସହ କଥା ହେଉଛନ୍ତି । ଯାହାକି ପ୍ରଦୀପ କୁଆଡେ ପାଠକ ଆଜ୍ଞା ବୋଲି କହିଥିଲେ । କିନ୍ତୁ ଅପରପକ୍ଷରେ ସତରେ ପ୍ରଦୀପ କାହା ସହିତ କଥା ହେଉଥିଲେ ତାହା ପୋଲିସ ପକ୍ଷରୁ କୋର୍ଟରେ ପ୍ରମାଣ କରାଯାଇ ପାରିନାହିଁ । କାରଣ ସିଡିଆର ରିପୋର୍ଟ କହିବ ଜଣେ ଜଣଙ୍କୁ ଟେଲିଫୋନ କଲେ ତେବେ ରିସିଭ୍‌ ହୋଇଥିବା କଲ୍‌ ଓ ଯିଏ କଲ୍‌ କରୁଛି ତାହା ସିଡିଆର ରିପୋର୍ଟରୁ ଜଣାପଡ଼ିବ । ପୋଲିସ କୌଣସି ସିଡିଆର ରିପୋର୍ଟ ଦେଇନାହିଁ ।"

ଦ୍ୱିତୀୟ କଥା ଅଭୟ ପାଠକଙ୍କ ପୁଅ ଆକାଶ ପାଠକକୁ ସେହି ଏତଲାରେ କୌଣସି ସ୍ଥାନରେ ଏମ୍‌ଡି ବୋଲି ଦର୍ଶାଇନାହିଁ । କେବଳ ଟାଟା କମ୍ପାନୀରୁ ଇ-ମେଲ୍‌ ପାଇଥିବା ଦର୍ଶାଇଛନ୍ତି । ଏପରିକି ସେହି ଇ-ମେଲ୍‌ଟି କିଏ ପଠାଇଥିଲା ତାହାର ମଧ୍ୟ ଅନୁଧ୍ୟାନ କରି ପୋଲିସ ଚାର୍ଜସିଟରେ ଦାଖଲ କରିନାହିଁ । ତେଣୁ ଏହି ଦୁଇରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଧାର କରି ଏହି ଦୁଇ ମାମାଲରେ ସମସ୍ତ ମୁଦାଲାକୁ ଏହି ମାମଲାରୁ ଡିସଚାର୍ଜ କରିବା ପାଇଁ କୋର୍ଟକୁ ଅନୁରୋଧ କରାଯାଇଛି । କୋର୍ଟରେ ମାମଲାର ଶୁଣାଣି ହୋଇଥିଲା ଖୁବ୍ ଶ୍ରୀଘ୍ର ରାୟ ପ୍ରକାଶ କରିବେ ।

ଏହା ବି ପଢନ୍ତୁ...ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଟ୍ରାଏଲ ଆରମ୍ଭ, ଭୁବନେଶ୍ବର କୋର୍ଟରେ ହେଲା ଚାର୍ଜଫ୍ରେମ୍

ସେପଟେ ଏହି ଦୁଇ ମାମଲାକୁ ନେଇ ସରକାରୀ ଆଇନଜୀବୀଙ୍କ ପକ୍ଷରୁ ନିଜ ପ୍ରତିକ୍ରିୟାରେ କୋର୍ଟରେ ନିଜର ପକ୍ଷ ରଖାଯାଇ ଏହି ଦୁଇ ମାମଲା ସମସ୍ତ ପ୍ରକାର ସାକ୍ଷ୍ୟପ୍ରମାଣ ରହିଥିବା ବେଳେ ମାମଲାର ଶୁଣାଣି ହୋଇଥିବା ବେଳେ ନିର୍ଦ୍ଦେଶକୁ ଅପେକ୍ଷା ବୋଲି କହିଛନ୍ତି । ଅନ୍ୟ ଏକ ମାମଲାରେ ଡିସଚାର୍ଜ ପିଟିସନ୍ ଖାରଜ ହୋଇଥିବାରୁ ଆସନ୍ତା ୨୯ ତାରିଖରେ ସେହି ମାମଲାର ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଥିବା କୁହାଯାଇଛି ।

ଇଟିଭି ଭାରତ, ଗଞ୍ଜାମ

ABOUT THE AUTHOR

...view details