ବ୍ରହ୍ମପୁର କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ

By

Published : May 3, 2023, 8:54 PM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହାସହ ତାଙ୍କ ବରିଷ୍ଠ ଆଇ.ଏଫ୍.ଏସ୍ ଅଧିକାରୀ ଅଭୟ ପାଠକ ଦୁଇଟି ମାମଲାରେ, ଆକାଶ ପାଠକ ତିନୋଟି ମାମଲାରେ ବ୍ରହ୍ମପୁର ଏସ୍.ଡି.ଜେ.ଏମ୍ ଏବଂ ଜେ.ଏମ୍.ଏଫ୍.ସି କୋର୍ଟରେ ହାଜର ହୋଇଥିଲେ । ଟାଟା କମ୍ପାନୀରେ ଚାକିରି କରାଇ ଦେବା ଠକେଇକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ପାଞ୍ଚୋଟି ମାମଲା ରୁଜ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ମାମଲାରେ ଆଜି ଡିସ୍‌ଚାର୍ଜ ପିଟିସନ ଫାଇଲ କରାଯାଇଛି । ଡିସଚାର୍ଜ ପିଟିସନର ଶୁଣାଶି ପରେ ଟ୍ରଏଲ କରାଯିବ । ଉକ୍ତ ପିଟିସନ୍ ଉପରେ ସରକାରୀ ଆଇନଜୀବୀ ସମୟ ମାଗିଥିବା ବେଳେ ଡିସଚାର୍ଜ ପିଟିସନକୁ ନେଇ ବିଚାର ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏହାକୁ ନେଇ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି,‘‘ "କୋର୍ଟର ନ୍ୟାୟିକ ପ୍ରକ୍ରିୟା ଉପରେ ମୋର ସମ୍ପୂର୍ଣ୍ଣ ଆସ୍ଥା ରହିଛି । ନ୍ୟାୟାଳୟର ସମସ୍ତ କାର୍ଯ୍ୟରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି ।’’ 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.