ଓଡିଶା

odisha

Best Three Police Stations In India: ଦେଶର ଶ୍ରେଷ୍ଠ ଥାନା ରୂପେ ଚୟନ ହେଲା ଗଞ୍ଜାମର ଆସିକା ଥାନା

By

Published : Jan 6, 2023, 8:45 PM IST

ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ କୃଷି ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ପୋଲିସ ମହାନିର୍ଦ୍ଦେଶକ ଓ ଆଇଜି ସମ୍ମିଳନୀରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah)ଙ୍କ ଠାରୁ ଟ୍ରଫି ଗ୍ରହଣ କରିବେ । ଅଧିକ ପଢନ୍ତୁ

ଆସିକା ଥାନାଆସିକା ଥାନା
ଆସିକା ଥାନାଆସିକା ଥାନା

Best Three Police Stations In India : ସ୍ଥାନ ପାଇଲା ଆସିକା ଥାନା

ବ୍ରହ୍ମପୁର: ଦେଶର ଶ୍ରେଷ୍ଠ ଥାନା ରୂପେ ଚୟନ ହେଲା ଗଞ୍ଜାମର ଆସିକା ଥାନା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ 2021 ମସିହା ପାଇଁ ଦେଶର ପ୍ରଥମ ତିନୋଟି ଶ୍ରେଷ୍ଠ ଥାନା ତାଲିକାରେ ସ୍ଥାନ ପାଇଛି ଆସିକା ଥାନା (Ganjam Aska Police Station has been selected by the Ministry of Home Affairs as one of the best three Police Stations in the country for 2022) । ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ତରୁଣ କୁମାର ଚିଠି ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଇଛନ୍ତି ।

Best Three Police Stations In India : ସ୍ଥାନ ପାଇଲା ଆସିକା ଥାନା

ଏହାବି ପଢନ୍ତୁ- ଜାନୁଆରୀ 8ରୁ ହୀରାକୁଦ ଜଳଭଣ୍ତାରରେ ଚଳିତ ବର୍ଷର ପକ୍ଷୀଗଣନା ଆରମ୍ଭ

ଆସନ୍ତା ଜାନୁୟାରୀ ୨୦ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ କୃଷି ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ପୋଲିସ ମହାନିର୍ଦ୍ଦେଶକ ଓ ଆଇଜି ସମ୍ମିଳନୀରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ( Union Home Minister Amit Shah) ଙ୍କ ଠାରୁ ଟ୍ରଫି ଗ୍ରହଣ କରିବେ । ଏନେଇ ଆସିକା ଥାନା ଅଧିକାରୀଙ୍କୁ ଦିଲ୍ଲୀରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

Best Three Police Stations In India : ସ୍ଥାନ ପାଇଲା ଆସିକା ଥାନା

ଏହାବି ପଢନ୍ତୁ- ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ ହକି ଟିମ୍, ଗତଥର ଓଡିଶାରୁ ନେଇଥିଲେ ବିଶ୍ବକପ

ଦେଶର ଶ୍ରେଷ୍ଠ ତିନୋଟି ଥାନା ମଧ୍ୟରେ ଆସିକା ଥାନା ସ୍ଥାନ ପାଇବା ପରେ ଗଞ୍ଜାମ ଜିଲ୍ଲାରେ ଖୁସିର ଲୋହରୀ ଖେଳିଯାଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦେଶର ପ୍ରଥମ ତିନି ଶ୍ରେଷ୍ଠ ଥାନା ମଧ୍ୟରେ ସ୍ଥାନ ପାଇଁ ପୁରସ୍କୃତ ହୋଇଛି । ଏବେ ପୁଣି ଥରେ ଜିଲ୍ଲାର ଆସିକା ଥାନା ଶ୍ରେଷ୍ଠ ଥାନା ଭାବରେ ଚୟନ ହୋଇଥିବାରୁ ବିଭିନ୍ନ ମହଲରେ ଖୁସିର ମାହୋଲ ।

ଏହାବି ପଢନ୍ତୁ- ୨୦୧୬ ବାଲିଅନ୍ତା ନାବାଳିକ ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

ମୁଖ୍ୟତଃ ସର୍ବଭାରତୀୟ ସ୍ତରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୬୫ ଟି ବର୍ଗରେ ଏହି ସର୍ଭେ କରାଯାଇଥିଲା । ଏହାରି ମଧ୍ୟରେ ଆସିକା ଶ୍ରେଷ୍ଠ ତିନୋଟି ଥାନା ମଧ୍ୟରେ ସ୍ଥାନ ପାଇଛି । ସର୍ଭେରେ ମାମଲାର ତ୍ୱରିତ ପଦକ୍ଷେପ, ଉତ୍ତମ ବ୍ୟବହାର, ସଚ୍ଚୋଟ କର୍ମଚାରୀ, ଥାନା ପରିସରରେ ସଫାସୁତୁରା, ଅଞ୍ଚଳବାସୀଙ୍କ ଥାନା ପ୍ରତି ରହିଥିବା ପ୍ରତିକ୍ରିୟା ପ୍ରମୁଖ ଦେଖିଥାଏ ଗୃହମନ୍ତ୍ରଣାଳୟ । 1936 ମସିହା ପରେ ଆସିକା ଥାନା ପ୍ରଥମ ଥାନା ଯାହାକି ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details