ETV Bharat / sports

Hockey World Cup: ଭୁବନେଶ୍ୱରରେ ପହଁଞ୍ଚିଲେ ଆଉ ୩ଦଳ, ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ଉପରେ ନଜର

author img

By

Published : Jan 6, 2023, 6:45 PM IST

Updated : Jan 6, 2023, 7:43 PM IST

ହକି ବିଶ୍ବକପ ପାଇଁ ଆଉ ତିନୋଟି ଦଳ ଓଡିଶାରେ ପହଁଞ୍ଚିଛନ୍ତି । । ଭୁବନେଶ୍ବର ବିମାନ ବନ୍ଦରରେଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ସହିତ ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକା ହକି ଟିମକୁ ସ୍ବାଗତ କରାଯାଇଥିଲା । ବର୍ଷ ୨୦୧୮ରେ ହକି ବିଶ୍ବକପ ଫାଇନାଲ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବିଶ୍ବ ବିଜେତା ହୋଇଥିଲା ବେଲଜିୟମ । ଅଧିକ ପଢନ୍ତୁ

ଭୁବନେଶ୍ୱର ବିମାନ ବନ୍ଦରରେ ହକି ଖେଳାଳି
ଭୁବନେଶ୍ୱର ବିମାନ ବନ୍ଦରରେ ହକି ଖେଳାଳି

Hockey World Cup: ଭୁବନେଶ୍ବରରେ ପହଁଞ୍ଚିଲେ ଆଉ ୩ ଦଳ, ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ଉପରେ ରହିବ ନଜର

ଭୁବନେଶ୍ବର: ହକି ବିଶ୍ବକପକୁ ଆଉ ମାତ୍ର ୭ ଦିନ ବାକି ରହିଲା । ଗୋଟିଏ ପରେ ଗୋଟିଏ ଦଳ ଓଡିଶାରେ ପହଞ୍ଚିବାରେ ଲାଗିଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ସହିତ ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ଆଜି (ଶୁକ୍ରବାର) ଓଡିଶାରେ ପହଁଞ୍ଚିଛି । ଭୁବନେଶ୍ବର ବିମାନ ବନ୍ଦରରେ ଏହି ହକି ଟିମ୍‌କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସ୍ବତନ୍ତ୍ର ଏସକର୍ଟ ଯୋଗେ ଖେଳାଳିମାନଙ୍କୁ ହୋଟେଲକୁ ନିଆଯାଇଛି । ପୂର୍ବରୁ ଚିଲି ଓ ନେଦରଲାଣ୍ଡ ଟିମ ପହଞ୍ଚି ସାରିଛନ୍ତି । ସେହିପରି ଆଗକୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟିମ୍ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ବର୍ଷ ୨୦୧୮ରେ ହକି ବିଶ୍ବକପ ଫାଇନାଲ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବିଶ୍ବ ବିଜେତା ହୋଇଥିଲା ବେଲଜିୟମ । ଏଥର ମଧ୍ୟ ବେଲଜିୟମର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ଜାନୁଆରୀ 13ରୁ ଭୁବନେଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ମୋଟ ୧୬ଟି ଟିମ୍‌ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । 13 ତାରିଖରେ ସ୍ପେନ୍‌ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ପୂର୍ବରୁ ଡିସେମ୍ବର 27 ତାରିଖରେ ଭୁବନେଶ୍ବରେ ପହଞ୍ଚିଥିଲା ଭାରତୀୟ ଦଳ । ବର୍ତ୍ତମାନ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌ । ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଏଥର ହକି ବିଶ୍ବକପ ଖେଳିବ ଭାରତୀୟ ଦଳ ।

ସାରା ରାଜ୍ୟରେ ହକି କ୍ରେଜ୍‌ ଦେଖିବାକୁ ମିଳୁଛି । ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣ କ୍ରୀଡ଼ାପ୍ରେମୀଙ୍କ ମନରେ ହକି ବିଶ୍ବକପକୁ ନେଇ ଉତ୍ସାହ ଦେଖା ଦେଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହକି ବିଶ୍ବକପ ଟ୍ରଫି ଭ୍ରମଣ କରୁଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶା ଏହାର ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ଆସନ୍ତା ୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । ୨୦୧୮ ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 6, 2023, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.