ଓଡିଶା

odisha

ଦୁର୍ନୀତି ବିରୋଧରେ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି

By ETV Bharat Odisha Team

Published : Nov 22, 2023, 1:30 PM IST

Updated : Nov 22, 2023, 2:25 PM IST

ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି
ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ବ୍ରହ୍ମପୁର:ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି, ଭ୍ରଷ୍ଟାଚାର ଅଭିଯୋଗ ଆଣି ଗଞ୍ଜାମରେ ଗର୍ଜିଲା ଭାରତୀୟ ଜନତା ପାର୍ଟି । ଏନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଉଥିବା ବେଳେ ଏହି କ୍ରମରେ ମଙ୍ଗଳବାର ବିଜେପି ପକ୍ଷରୁ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ରାଜ୍ୟରେ ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ମାତ୍ରାରେ ପିସି କାରବାରକୁ ବିରୋଧ କରି ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାରରେ ଓଡ଼ିଆ ଲୋକମାନେ ନିର୍ଯାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ବୁଡ଼ି ରହିଥିବା ଏହି ସରକାର, ଅଣଓଡ଼ିଆ ଅଫିସର ଠିକାଦାର ବ୍ୟବସାୟୀଙ୍କ ସହ ମଧୂଚନ୍ଦ୍ରିକାରେ ସାଧାରଣ ଜନତା ଅଣନିଶ୍ବାସୀ ହୋଇଯାଇଥିବା ବିଜେପି ଅଭିଯୋଗ କରିଛି । ଛତ୍ରପୁର ଓ ଗଞ୍ଜାମ ବ୍ଳକକୁ ତୁରନ୍ତ ମରୁଡି ଘୋଷଣା କରି ଚାଷୀମାନଙ୍କୁ ଋଣ ଛାଡ଼ କରିବା, ଖରିଫ ଫସଲ ପାଇଁ ଋଣ ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚାଲିଥିବା ପ୍ରିୟାପ୍ରୀତି ପୋଷଣ ଦୂର କରି ଗରୀବ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦେବା ସହିତ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ନେଉଥିବା ଲାଞ୍ଚ କାରବାର ବନ୍ଦ କରିବା ପାଇଁ ଦାବି କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ: ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ବର ଶାଣିତ କଲା ବିଜେପି

ଆହୁରି ମଧ୍ୟ, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ହିତାଧିକାରୀ ଚୟନରେ ହେଉଥିବା ଦୁର୍ନୀତି ବନ୍ଦ କରି ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମନରେଗା (MGNREGA )ରେ କେନ୍ଦ୍ର ପଠାଉଥିବା ହଜାର ହଜାର କୋଟି ଟଙ୍କା ଗ୍ରାମାଞ୍ଚଳ ଗରୀବ ମଜୁରିଆଙ୍କୁ ପ୍ରଦାନ କରିବା, ମେସିନ ଦ୍ବାରା କାମ ବନ୍ଦ ପାଇଁ ବିଜେପି ଦଳ ପକ୍ଷରୁ ଦାବି କରାଯାଇଛି । ସେହିପରି ମଣ୍ଡିରେ କଟନି ଛଟନି ବନ୍ଦ କରି ମୋଦି ସରକାର ଦେଉଥିବା ଧାନର MSP ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା, DMF ବାବଦରେ କେନ୍ଦ୍ର ପଠାଉଥିବା ହଜାର ହଜାର କୋଟି ଟଙ୍କା ସରକାର ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେଇ ଦଳୀୟ ପ୍ରଚାର କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ବିଜେପି କହିଛି ।

ଏହାବ୍ୟତୀତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ଓ ନର୍ସ ପଦବୀ ତୁରନ୍ତ ପୂରଣ କରିବା, ସାସ୍ଥ୍ୟସେବା ନାଁରେ କେବଳ ହୋର୍ଡିଂ ନଲଗାଇବା ଏବଂ ଟାଟା, ଟିଟାନିୟମ, ଆଇ.ଆର୍.ଇ ଓ ଗୋପାଳପୁର ବନ୍ଦରରେ ସ୍ଥାନୀୟ ବେକାର ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି । ଏହି ଅବସରରେ ଆୟୋଜିତ ବିକ୍ଷୋଭରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାଜପା ନେତା ପ୍ରଶାନ୍ତ କର, ପ୍ରଦୀପ କୁମାର ପାଢୀ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ, ବିଜେପି ନେତା କୃଷ୍ଣ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Nov 22, 2023, 2:25 PM IST

ABOUT THE AUTHOR

...view details