ଓଡିଶା

odisha

ମୋ ଘର ଯୋଜନାର ଶୁଭାରମ୍ଭ, ପ୍ରଥମ କିସ୍ତି ବଣ୍ଟନ

By

Published : Jul 13, 2023, 8:56 AM IST

ଗଞ୍ଜାମରେ ମୋ ଘର ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ କିସ୍ତି ବଣ୍ଟନ ହୋଇଛି । ଅଧିକ ପଢନ୍ତୁ

mo ghara scheme
mo ghara scheme

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ମୋ ଘର ଯୋଜନାର ଶୁଭାରମ୍ଭ । ଏହି କାର୍ଯ୍ୟକ୍ରମରେ ପ୍ରଥମ କିସ୍ତି ବଣ୍ଟନ । ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ସହିତ ସରକାରଙ୍କ ସବ୍‌ସିଡି ରାଶିକୁ ପ୍ରଦାନ କରାଯିବା ନେଇ ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ମୋ ଘର ଯୋଜନାରେ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-ମୋ ଘର ପାଇଁ ଆବେଦନ ଆରମ୍ଭ; ଆଦିବାସୀଙ୍କ ପାଇଁ ବ୍ୟବସ୍ଥା ଦାବି କଲା କଂଗ୍ରେସ, ବିଜେପି କହିଲା ନିର୍ବାଚନୀ ଚାଲ୍‌

ଏନେଇ ଜିଲ୍ଲାର ପ୍ରଥମ ହିତାଧିକାରୀଙ୍କୁ ତିନି ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିଞ୍ଜିଳିକାଟୁ ବ୍ଲକର ବୁରୁପଡ଼ା ପଞ୍ଚାୟତର ପୋଡଙ୍ଗି ଗ୍ରାମର ହିତାଧିକାରୀ ସୁମତି ଦାସଙ୍କୁ ପ୍ରଥମ କିସ୍ତି ରାଶି ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ରାଶି ହିଞ୍ଜିଳିକାଟୁ ବ୍ଲକ ଜରିଆରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ହିଞ୍ଜିଳିକାଟୁ ଶାଖା ତରଫରୁ ପ୍ରଦାନ କରାଯାଇଛି । ତେବେ ଏହି ଯୋଜନାରେ ସାମିଲ ହୋଇ ଲାଭ ପାଇବାକୁ ଯାଉଥ‌ିବା ଗଞ୍ଜାମ ଜିଲ୍ଲାର ପ୍ରଥମ ହିତାଧିକାରୀ ସୁମତି ଦାସ ।

ଏହା ମଧ୍ୟ ପଢନ୍ତୁ- Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି, ଉପକୃତ ହେବେ ନିମ୍ନ ମଧ୍ୟବିତ୍ତ ପରିବାର

ଅନ୍ୟପଟେ ଏହି ରାଶି ପାଇ ଖୁସି ପ୍ରକଟ କରି ସୁମତି ଦାସ କହିଛନ୍ତି, "ବ୍ୟାଙ୍କ ଋଣ ସହ ସରକାରଙ୍କ ସବସିଡି ରାଶିକୁ ନେଇ ଯଥାଶୀଘ୍ର ଗୃହ ନିର୍ମାଣ ଶେଷ କରିବି । ଏଥିସହ ବ୍ୟାଙ୍କ୍‌ ଋଣ ମଧ୍ୟ ଠିକ୍ ସମୟ ପୂର୍ବରୁ ପରିଶୋଧ କରିବି ।" ଆଗରୁ ରାଜ୍ୟ ସରକାରଙ୍କଠାରୁ ଗ୍ରାମକଣ୍ଠ ପଟ୍ଟା ପାଇଥିବା ସୁମତି ରାଜ୍ୟ ସରକାରଙ୍କ ସହାୟତାର ଗୃହ ନିର୍ମାଣ ପାଇଁ ସହାୟତା ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ମୋ ଘର ଯୋଜନାର ଶୁଭାରମ୍ଭ ଓ ପ୍ରଥମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତି ଭାଷନ , ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ଷ୍ଟେଟ୍‌ ବ୍ୟାଙ୍କ ଶାଖା ପରିଚାଳକ ସୌମ୍ୟକାନ୍ତ ପଟ୍ଟନାୟକ, ବ୍ୟାଙ୍କ କ୍ଷେତ୍ର ଅଧିକାରୀ ସୁଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details