ଓଡିଶା

odisha

ବାଟରେ ଛକିଥିଲା ମୃତ୍ୟୁ ! ପାଣି ଆଣି ଫେରୁଥିବା ବେଳେ ମହିଳାଙ୍କ ଉପରେ ଛିଣ୍ଡିଲା ବିଦ୍ୟୁତ୍‌ ତାର

By ETV Bharat Odisha Team

Published : Sep 9, 2023, 9:09 AM IST

ପିଇବା ପାଇଁ ପାଣି ନେଇ ଘରକୁ ଫେରୁଥିଲେ । ଉପରେ ଖସିପଡିଲା ବିଦ୍ୟୁତ ତାର । ଘଟଣାସ୍ଥଳରେ ମହିଳା ମୃତ । ଅଧିକ ପଡ଼ନ୍ତୁ

ବିଦ୍ୟୁତ ତାର ନେଲା ମହିଳାଙ୍କ ଜୀବନ
ବିଦ୍ୟୁତ ତାର ନେଲା ମହିଳାଙ୍କ ଜୀବନ

ବିଦ୍ୟୁତ ତାର ନେଲା ମହିଳାଙ୍କ ଜୀବନ

ଗଜପତି:ପିଇବା ପାଇଁ ପାଣି ନେଇ ଘରକୁ ଫେରୁଥିଲେ ହେଲେ ବାଟରେ ଜଗିଥିଲା ଯମ । ଅକାଳରେ ଚାଲିଗଲା ନୀରିହ ଜୀବନ । ବାଟରେ ମୁକୁଳା ବିଦ୍ୟୁତ ତାର ବେକ ଲାଗିଗଲା ଆଉ କ୍ଷଣୀକ ମଧ୍ୟରେ ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।

ସୂଚନା ଅନୁସାରେ, ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ସୁବଲଡା ପଞ୍ଚାୟତର ବେଡିଙ୍ଗ ଗ୍ରାମର ଦୁଃଖୀ ମଣ୍ଡଳ ସବୁଦିନ ଭଳି ନିଜ ଘର ପାଖରେ ଥିବା ଏ କୂଅକୁ ପାଣି ଆଣିବା ପାଇଁ ଯାଇଥିଲେ । ଗତକାଲି(ଶୁକ୍ରବାର) ସକାଳୁ ପାଣି ଆଣି ଘରକୁ ଫେରିବା ବେଳେ ହଠାତ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ଫଳରେ ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟରୁ ମୁକୁଳା ହୋଇ ରହିଥିବା ତାର ଗୁଡ଼ିକ ତଳକୁ ଖସି ପଡ଼ିଥିଲା । ତେବେ ତାରା ଗୁଡ଼ିକ ଆସି ଦୁଃଖୀଙ୍କ ବେକରେ ଲାଗିଯାଇଥିଲା ଫଳରେ ତାଙ୍କୁ ଶକ୍ତ ଆଘାତ ଲାଗିଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଃଖୀ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ଦୁଃଖୀ ଛଟପଟ ହେଉଥିବା ଦେଖି ଗ୍ରାମର ସୀତା ଜାନୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ପୁଣି ଦାଦନ ଦୁଃଖ: ବିଦ୍ୟୁତ ତାର ଲାଗି କେରଳରେ ଶ୍ରମିକଙ୍କ ମୃତ୍ୟୁ

ସେପଟେ ଦୁଃଖୀଙ୍କୁ ଉଦ୍ଦାର କରିବାକୁ ଯାଇ ସୀତା ଜାନୀଙ୍କ ହାତରେ ବିଦ୍ୟୁତ ତାର ଲାଗିଯିବା ସହ ସେ ଗୁରୁତର ହୋଇ ପଡ଼ିଥିଲେ। ତେବେ ଗ୍ରାମବାସୀମାନେ ସେମାନଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଦୁଃଖୀ ମଣ୍ଡଳକୁ ମୃତ ଘୋଷଣା କରିଥିଲେ । ଏହାସହ ଗୁରୁତର ଥିବା ସୀତା ଜାନୀଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା କହିଛନ୍ତି ଡାକ୍ତର ଜୟକୃଷ୍ଣ ସେଠୀ । ତେବେ ଏଭଳି ଦୁଃଖଦ ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....11KV ବିଦ୍ୟୁତ୍‌ ତାର ନେଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପୂର୍ବରୁ ଢେଙ୍କାନାଳ ସଦର ଥାନା କୃଷ୍ଣକୁମାରପୁରେ ବଂଶୀଧର ନାମକ ଜଣେ ଚାଷୀ ସକାଳେ ସୋରିଷ ବିଲକୁ ସୋରିଷ ଉପାଡିବାକୁ ଯାଇଥିଲେ। ସେହି ସମୟରେ ଛିଣ୍ଡିପଡିଥିବା ବିଦ୍ୟୁତ ତାର ଉପରେ ତାଙ୍କର ପାଦ ପଡ଼ିଯାଇଥିଲା। ଫଳରେ ଶକ୍ତ ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ ବିଦ୍ୟୁତ ବିଭାଗର ଖାମ ଖିଆଲି ମନୋଭାବ ପାଇଁ ଚାଷୀଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲା।

ଇଟିଭି ଭାରତ, ପାରଳାଖେମୁଣ୍ଡି

ABOUT THE AUTHOR

...view details