ETV Bharat / state

ପୁଣି ଦାଦନ ଦୁଃଖ: ବିଦ୍ୟୁତ ତାର ଲାଗି କେରଳରେ ଶ୍ରମିକଙ୍କ ମୃତ୍ୟୁ

author img

By

Published : Jun 8, 2022, 10:41 PM IST

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଚିଙ୍ଗିରିପାସ୍ ଗାଁରେ ପୁଣି ଜଣେ ଦାଦନଙ୍କ ମୃତ୍ୟୁ ଘଟିଛି । ସୁଦର୍ଶନ ଝୋଡିଆ କେରଳର ଏକ ଷ୍ଟିଲ କମ୍ପାନୀରେ କାମ କରୁଥିଲେ କିନ୍ତୁ, ଆଜି ସେ କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହାରାଇଛନ୍ତି । ଅଧିକ ପଢନ୍ତୁ

ପୁଣି ଏକ ଦାଦନ ମୃତ୍ୟୁ: ବିଦ୍ୟୁତ ତାର ଲାଗି କେରଳରେ ଶ୍ରମିକଙ୍କ ମୃତ୍ୟୁ
ପୁଣି ଏକ ଦାଦନ ମୃତ୍ୟୁ: ବିଦ୍ୟୁତ ତାର ଲାଗି କେରଳରେ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତଦେହ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହୋଇ ଫେରୁଛି । ଆଉ କିଏ ଫେରି ମଧ୍ୟ ପାରୁନାହାନ୍ତି । ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏପଟେ ତାହାର ଓଲଟା ଦେଖିବାକୁ ମିଳୁଛି ।

ପୁଣି ଥରେ ସେହି ଦାଦନ ଦୁଃଖ ଦେଖିବାକି ମିଳିଛି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଚିଙ୍ଗିରିପାସ୍ ଗାଁରେ । ସୁଦର୍ଶନ ଝୋଡିଆ ପରିବାର ପ୍ରତିପୋଷଣ ଆଶାରେ ଗତ ୩ ବର୍ଷ ତଳେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ ଷ୍ଟିଲ କମ୍ପାନୀରେ କାମ କରୁଥିଲେ କିନ୍ତୁ, ଆଜି(ବୁଧବାର) ସକାଳୁ ସେ କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସୁଦର୍ଶନଙ୍କୁ ସାଥି ଶ୍ରମିକ ମାନେ ତୁରନ୍ତ ନିକଟରେ ମେଡ଼ିକାଲକୁ ନେଇଯାଇଥିଲେ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଆଣିବା ପାଇଁ ପରିବାର ଲୋକେ କମ୍ପାନୀ ସହ ଆଲୋଚନା କରିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ସୁଦରଦର୍ଶନଙ୍କ ମୃତଦେହ ଗାଁକୁ ଫେରୁଥିବା ସୂଚନା ମିଳିଛି । ସେପଟେ ସୁଦରଦର୍ଶନଙ୍କ ମୃତ୍ୟୁ ଖବର ପାଇବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.