ETV Bharat / state

11KV ବିଦ୍ୟୁତ୍‌ ତାର ନେଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Mar 1, 2023, 12:50 PM IST

ଢେଙ୍କାନାଳ ସଦର ଥାନା କୃଷ୍ଣକୁମାରପୁରରେ ୧୧କେଭି ବିଦ୍ୟୁତ ତାର ଲାଗି ଚାଷୀଙ୍କର ମୃତ୍ୟୁ । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

farmer died due to electric shock
farmer died due to electric shock

farmer died due to electric shock

ଢେଙ୍କାନାଳ: ଜିଲ୍ଲାରେ ଅଭାବନୀୟ ଘଟଣା । ବିଦ୍ୟୁତ ବିଭାଗର ଅବହେଳା ପାଇଁ ଚାଷୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଚାଷୀଙ୍କର ମୃତ୍ୟୁ । ଢେଙ୍କାନାଳ ସଦର ଥାନା କୃଷ୍ଣକୁମାରପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତ ଚାଷୀ ହେଲେ ବଂଶୀଧର ସାମଲ । ତେବେ ଘଟଣାପରେ ଚାପା ଉତ୍ତେଜନା ଦେଖାଦେଇଛି । ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।

ସୂଚନାଅନୁସାରେ, ବଂଶୀଧର ଗତକାଲି(ମଙ୍ଗଳବାର) ସକାଳେ ତାଙ୍କ ସୋରିଷ ବିଲକୁ ସୋରିଷ ଉପାଡିବାକୁ ଯାଇଥିଲେ । ସେହି ସମୟରେ ଛିଣ୍ଡିପଡିଥିବା ବିଦ୍ୟୁତ୍‌ ତାର ଉପରେ ତାଙ୍କର ପାଦ ପଡିଯାଇଥିଲା । ଫଳରେ ଶକ୍ତ ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ବିଦ୍ୟୁତ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ଚାଷୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏଥିପାଇଁ ବିଦ୍ୟୁତ ସରବରାହ ଠିକା ସଂସ୍ଥା ଟାଟା ପାୱାରକୁ ଗ୍ରାମବାସୀ ଦାୟୀ କ୍ଷତି ପୂରଣ ଦାବିରେ ରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇଥିଲେ । ବ୍ୟବଚ୍ଛେଦ କରିବା ପରେ କୃଷ୍ନକୁମାର ପୁର ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିବା ଯୋଗୁଁ କପିଳାଶ ଓ ଗଁନ୍ଦିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ଗ୍ରାମବାସୀ ବିଦ୍ୟୁତ ସରବରାହ ଓ ମରାମତି ଠିକାଦାରୀ ନେଇଥିବା ଟାଟା ପାୱାରର ଅବହେଳାକୁ ଦାୟୀ କରିଥିଲେ । ଦୁଇଦିନ ଧରି ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିଥିବା ବେଳେ ଟାଟା ପାୱାରର ଅବହେଳା କରି ଉଠାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ପ୍ରବେଶ ପାଇଁ ମୁସଲିମ IRS ଅଫିସରଙ୍କ ଜିଦ, ବାରଣ କରିବାରୁ ପ୍ରୋଟକଲ ଅଫିସରଙ୍କୁ ବଦଳି

ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ସାଙ୍ଗକୁ କ୍ଷତିପୂରଣ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ଦେଢ଼ ଘଣ୍ଟା ପରେ ରାସ୍ତା ବରୋଧରୁ ହଟିଦେଲେ ଗ୍ରାମବାସୀ । ଘଟଣାସ୍ଥଳକୁ ସଦର ଥାନା ପୋଲିସ ଓ ଢେଙ୍କାନାଳରୁ ତହସିଲଦାର ଯାଇ ବୁଝାସୁଝା କରିବା ସହ ରେଡ଼କ୍ରସରୁ ୨୦ହଜାର ଟଙ୍କା ପ୍ରଦାନ ସାଙ୍ଗକୁ ଟାଟା ପାୱାର ପକ୍ଷରୁ କ୍ଷତି ପୂରଣ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ପରେ ରାସ୍ତାରୋକ ହଟିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.