ETV Bharat / state

ଶ୍ରୀମନ୍ଦିର ପ୍ରବେଶ ପାଇଁ ମୁସଲିମ IRS ଅଫିସରଙ୍କ ଜିଦ, ବାରଣ କରିବାରୁ ପ୍ରୋଟକଲ ଅଫିସରଙ୍କୁ ବଦଳି

author img

By

Published : Feb 28, 2023, 9:34 PM IST

ମୁସଲିମ ହୋଇ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଜିଦ ଧରିଲେ IRS ଅଫିସର ରେସମା ଲେଖାନୀ । ବାରଣ କରିବାରୁ ପ୍ରୋଟକଲ ଅଫିସରଙ୍କୁ କରାଗଲା ବଦଳି । ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

Muslim entry into Sri Mandir controversy
Muslim entry into Sri Mandir controversy

ଶ୍ରୀମନ୍ଦିର ପ୍ରବେଶ ପାଇଁ ମୁସଲିମ IRS ଅଫିସରଙ୍କ ଜିଦ

ପୁରୀ: ଶ୍ରୀମନ୍ଦିର ଭିତରକୁ ଜଣେ ମୁସଲିମ ଧର୍ମାବଲମ୍ବୀ IRS ଅଫିସର ରେସମା ଲେଖାନୀ ପ୍ରଵେଶ ପାଇଁ ଉଦ୍ୟମ କରିଥିଲେ । ଏହାପରେ ପୁରୀ ପୋଲିସ ଓ ତାଙ୍କ ପ୍ରୋଟକଲ ଅଫିସର ରୋସନ ଯାଦବ ତାଙ୍କୁ ଅଟକାଇଥିଲେ । ଏହାପରେ ରେସମାଙ୍କ ରୋଷର ଶିକାର ହୋଇଛନ୍ତି ପ୍ରୋଟକଲ ଅଫିସର । ଅଫିସରଙ୍କୁ ବିନା ନୋଟିସରେ ତାଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ଭିତରକୁ ହିନ୍ଦୁଙ୍କ ବ୍ୟତୀତ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି । ରେସମା ଜଣେ ମୁସଲିମ ଧର୍ମାବଲମ୍ବୀ ହୋଇଥିବା ବେଳେ ତାଙ୍କୁ ମଧ୍ୟ ବାରଣ କରାଯାଇଥିଲା । ମାତ୍ର ସେ ନିଜ ପାୱାର ବଳରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଜଗନ୍ନାଥ ଦର୍ଶନ କରିବାକୁ ଅପଚେଷ୍ଟା କରୁଥିଲେ । ଏହାପରେ ତାଙ୍କୁ ପ୍ରୋଟୋକଲ ଅଫିସର ରୋସନ ଯାଦବ ଓ ପୁରୀ ପୋଲିସ ଅଟକାଇଥିଲା । ଏହି ଘଟଣାରେ ସେ ପ୍ରୋଟୋକଲ ଅଫିସର ରୋସନ ଯାଦବଙ୍କ ଉପରେ ରାଗି ଯାଇଥିଲେ । ତାଙ୍କୁ ସର୍ବସମ୍ମୁଖରେ ଆତଙ୍କବାଦୀ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ ନେଇ ସେ ଉପରିସ୍ଥ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହା ବି ପଢନ୍ତୁ- Environmental Pollution: ବାଲୁକା ଚିତ୍ରକଳାରେ ପରିବେଶ ସୁରକ୍ଷାର ବାର୍ତ୍ତା

ଏହାପରେ ତାଙ୍କ ଅଭିଯୋଗକୁ ନେଇ ଭୁବନେଶ୍ବର GST ଅଫିସର କମିଶନର ଉକ୍ତ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଛନ୍ତି । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ବାରଣ ଥିବା ବେଳେ ଜଣେ ମୁସିଲମ ଜୋର ଜବରଦସ୍ତ ପ୍ରବେଶ କରିବା ଠିକ ନୁହେଁ ବୋଲି ସେବାୟତ କହିଛନ୍ତି । ଉକ୍ତ ପ୍ରୋଟକଲ ଅଫିସର ସଠିକ୍ ଡ୍ୟୁଟି କରିଥିବା ବେଳେ ତାଙ୍କୁ ବଦଳି କରିବା ଅତି ଦୁଃଖଦାୟକ ବୋଲି ସେବାୟତ କହିଛନ୍ତି।

ସାମାଜିକ ଗଣମାଧ୍ୟମରେ ତୀବ୍ର ଅସନ୍ତୋଷ
ସାମାଜିକ ଗଣମାଧ୍ୟମରେ ତୀବ୍ର ଅସନ୍ତୋଷ

ପ୍ରତ୍ୟେକ ଧର୍ମପୀଠରେ ସ୍ଵତନ୍ତ୍ର ନିୟମ ରହିଛି। ଯାହାକୁ ସମସ୍ତେ ମାନିଥାନ୍ତି । କିନ୍ତ ମୁସଲିମ ହୋଇ ଶ୍ରୀମନ୍ଦିରକୁ ରେସମା ଲେଖାନୀ ପ୍ରବେଶ ପାଇଁ ଜିଦ ଧରିବା ଉଚିତ ନୁହେଁ ବୋଲି ସେବାୟତ କହିଛନ୍ତି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେସମା ଲେଖାନୀଙ୍କୁ କଡ଼ା ସମାଲୋଚନା କରାଯାଇଛି । ଗତ ୨୪ ତାରିଖରେ ଏହି ଘଟଣା ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଘଟିଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.