ଓଡିଶା

odisha

ପୋଷ୍ୟ ସନ୍ତାନଙ୍କୁ ଦମ୍ପତିଙ୍କ ହାତରେ ହସ୍ତାନ୍ତର କଲେ ଗଜପତି ଜିଲ୍ଲାପାଳ

By

Published : Nov 13, 2020, 6:42 AM IST

ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 3 ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ସୁଦୂର ଇଟାଲୀର ଗୋଟିଏ ଦମ୍ପତି ଏବଂ ପଶ୍ଚିମବଙ୍ଗର ଦୁଇ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି ଜିଲ୍ଲାପାଳ ଅନୁପମ ସାହା । ଅଧିକ ପଢନ୍ତୁ...

ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଶିଶୁଙ୍କୁ ବିଦେଶୀ ଦମ୍ପତିଙ୍କ ହାତରେ ହସ୍ତାନ୍ତର କଲେ ଜିଲ୍ଲାପାଳ
ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଶିଶୁଙ୍କୁ ବିଦେଶୀ ଦମ୍ପତିଙ୍କ ହାତରେ ହସ୍ତାନ୍ତର କଲେ ଜିଲ୍ଲାପାଳ

ଗଜପତି: ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 3 ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ସୁଦୂର ଇଟାଲୀର ଗୋଟିଏ ଦମ୍ପତି ଏବଂ ପଶ୍ଚିମବଙ୍ଗର ଦୁଇ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି ଜିଲ୍ଲାପାଳ ଅନୁପମ ସାହା । ଲକଡାଉନ ଓ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ ରଖାଯିବା ସହ ସେମାନଙ୍କର ଲାଳନପାଳନ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ବିଜ୍ଞପ୍ତି ଜାରି କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଏହା ଦ୍ବାରା ଶିଶୁମାନେ ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବେ ବୋଲି ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇଦିଆଯାଇଥିଲା । ମାସ ମାସ ଧରି ସନ୍ତାନ ପାଇଁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତିମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ ।

ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଶିଶୁଙ୍କୁ ବିଦେଶୀ ଦମ୍ପତିଙ୍କ ହାତରେ ହସ୍ତାନ୍ତର କଲେ ଜିଲ୍ଲାପାଳ

ଉପରୋକ୍ତ ଦମ୍ପତି ଶିଶୁଙ୍କୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ତା’ପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିସାରିବା ପରେ ଦୁଇ ଜଣ ଶିଶୁଙ୍କୁ ପଶ୍ଚିମବଙ୍ଗର ଦମ୍ପତି ଓ ଅନ୍ୟ ଜଣେ ଶିଶୁକୁ ସୁଦୂର ଇଟାଲୀର ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସମସ୍ତ ଶିଶୁ କନ୍ୟାରତ୍ନ ହୋଇଥିଲା ବେଳେ ଏମାନଙ୍କୁ ପାଇ ଦମ୍ପତିମାନେ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା ।

ଗଜପତି ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details