ଓଡିଶା

odisha

ପାରଳାଖେମୁଣ୍ଡିରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

By

Published : Oct 2, 2022, 5:22 PM IST

ପାରଳାଖେମୁଣ୍ଡିରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ
ପାରଳାଖେମୁଣ୍ଡିରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ()

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

ଗଜପତି:ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା(Jan Sampark Padyatra) ଆରମ୍ଭ ହୋଇଛି । ଏହି କ୍ରମରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହାସହ ପଦଯାତ୍ରାର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ପାରଳାଖେମୁଣ୍ଡିରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ଗତ 22ବର୍ଷ ଧରି ରାଜ୍ୟରେ ବିଜେଡି ଶାସନ ଜାରି ରହିଥିବାବେଳେ, ଏହି ସମୟରେ ବହୁ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ ହୋଇଛି । ଯାହାଦ୍ବାରା ସାଧାରଣ ଲୋକେ ଉପକୃତ ହେଉଛନ୍ତି । ତେଣୁ ପ୍ରତି ନିର୍ବ।ଚନରେ ଦଳକୁ ଲୋକେ ଆଶୀର୍ବାଦ ଦେଉଥିବା ନିଜ ଅଭିଭାଷଣରେ ସାଂସଦ କହିଥିଲେ । ସ୍ଥାନୀୟ ଗାନ୍ଧୀ ଛକ ଠାରେ ଦଳୀୟ ନେତା ଓ କର୍ମୀ ଏକାଠି ହେବା ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାର ସହର ପରିକ୍ରମା କରିଥିଲା । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖେ ପହଞ୍ଚି ପଦଯାତ୍ରା ଶେଷ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଶୁଭାରମ୍ଭ କରିବେ ନବୀନ

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍ଗରାଜ, ବରିଷ୍ଠ ବିଜେଡି ନେତା ବସନ୍ତ ଦାଶ, ରୂପେଶ ପାଣିଗ୍ରାହୀ, ଡ.ତିରୁପତି ପାଣିଗ୍ରାହୀ, ଲକ୍ଷ୍ମୀୀକାନ୍ତ ପରିଚ୍ଛା, ଏନି ଶଙ୍କର ରାଓ ଏବଂ ସୁଜିତ ଦାଶଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଏନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ, "ଗତ 29 ଏବଂ 30 ତାରିଥ ଦିନ ବିଜୁଜନତା ଦଳର ଦଳ ପ୍ରତିନିଧୀ, ପଞ୍ଚାୟତ ପ୍ରତିନିଧୀ ଏବଂ ନେତୃବୃନ୍ଦଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତି ଏକ ମାଧ୍ୟମ । ନିର୍ବାଚନ ସରିଲା ପରେ ଆମେ ଲୋକମାନଙ୍କ ସେବା କରିବା ସହ ଉନ୍ନୟନମୂଳକ କାର୍ଯ୍ୟକରିବା ଆମର ଲକ୍ଷ୍ୟ । ଏବେ ଦୁର୍ଗାପୂଜା ଚାଲିଥିବାରୁ ସରିଲା ପରେ ପଞ୍ଚାୟତସ୍ତରରେ ଏହି କାର୍ଯ୍ୟକ୍ରମ ଚାଲିବ। ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସେବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଚାଲିବ ।"

ଏହି ପଦଯାତ୍ରା ସମୟରେ ଅକ୍ଟୋବର 2 ତାରିଖରେ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର 9 ତାରିଖରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ଏବଂ ଅକ୍ଟୋବର 11 ତାରିଖରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ପାଳନ ହେବ । ଏ ବର୍ଷର ଜନ ସମ୍ପର୍କ ପଦଯାତ୍ରା ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details