ଓଡିଶା

odisha

ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Oct 6, 2022, 12:50 PM IST

ଢେଙ୍କାନାଳ ମିନି ଷ୍ଟାଡିୟମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ:ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ଓ ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ଏହି ଦିନ ଦୁର୍ଗତିନାଶିନୀ ମା' ଦୁର୍ଗା ପ୍ରବଳ ପ୍ରତାପୀ ମହିଷାଶୂରକୁ ବଦ୍ଧ କରିଥିଲେ । ଅନ୍ୟାୟ ଓ ଅତ୍ୟାଚାରରୁ ମୁକ୍ତ ହୋଇଥିଲା ତିନିପୁର ଯାହାର ପ୍ରତୀକ ରୂପେ ପାଳିତ ହୁଏ ବିଜୟା ଦଶମୀ । ଏହି ଦିନ ରାବଣ ପୋଡି ମଧ୍ୟ ହୋଇଥାଏ । ଢେଙ୍କାନାଳ ମିନି ଷ୍ଟାଡିୟମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବିଜୟା ଦଶମୀରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିକାଶ, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଏହି ଉତ୍ସବ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କୁନି କୁନି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯୋଗଦେଇ ସମାଜରୁକୁ ସଂସ୍କାର , ଅନ୍ୟାୟ ଅନୀତି ଓ ଭ୍ରଷ୍ଟାଚାରର ପ୍ରତୀକ ରାବଣକୁ ବିଜୟା ଦଶମୀ ଅବସରରେ ମୂଳ ଉତ୍ପାଟନ ପାଇଁ ପ୍ରୟାସ ଅନୁଷ୍ଠାନର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ବି ପଢନ୍ତୁ...ବାଣୀକ୍ଷେତ୍ରରେ ରାବଣ ପୋଡି ଉତ୍ସବ, ମନମୋହିଲା କଳାକାରଙ୍କ ନାଟକ

ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ରାବଣ ଠାରେ ଅଗ୍ନି ସଂଯୋଗ କରାଯାଇଥିଲା । ପୂର୍ବରୁ ପ୍ରସ୍ତୁତ ବିଭିନ୍ନ ଆତସବାଜିରେ ରାବଣ ପୋଡି ବିଭିନ୍ନ ରଙ୍ଗ ବେରଙ୍ଗର ଆକାଶ ରଙ୍ଗୀନ ହୋଇ ଉଠିଥିଲା । ଆତସବାଜିରେ ପ୍ରକମ୍ପିତ ହୋଇ ଉଠିଥିଲା ଅଞ୍ଚଳ । ଏହି କାର୍ଯ୍ୟକ୍ରମରେ ବିଜେପି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଶହ ଶହ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲେ ।

ଇଟିିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details