ଓଡିଶା

odisha

ଅଷ୍ଟପ୍ରହରୀରେ ଅଘଟଣ: ଜଙ୍ଗଲରୁ ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, 2 ମୃତ 4 ଗୁରୁତର

By

Published : Mar 9, 2023, 2:35 PM IST

ଅଷ୍ଟପ୍ରହରୀ ପାଇଁ ଝାଟି ନେଇ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ । ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଅଷ୍ଟପ୍ରହରୀରେ ଅଘଟଣ
ଅଷ୍ଟପ୍ରହରୀରେ ଅଘଟଣ

ଅଷ୍ଟପ୍ରହରୀରେ ଅଘଟଣ

ଢେଙ୍କାନାଳ:ଅଷ୍ଟପ୍ରହରୀରେ ଅଘଟଣ । ଜଙ୍ଗଲରୁ ଝାଟି ସଂଗ୍ରହ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା । ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଟିପିଲେଇ ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ହୋଇଥିବା ବ୍ୟକ୍ତ ହେଲେ ସୁରପ୍ରତାପପୁର ଗ୍ରାମର ପ୍ରଫୁଲ୍ଲୁ କୁମାର ସାମଲ ଏବଂ ହରିହର ସାମଲ ।

ମିଳିଥିବା ସୂଚନା ମୁତାବକ, ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ସଂଗ୍ରହ କରି ଫେରୁଥିବା ସମୟରେ ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଟିପିଲେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଟ୍ରକଟି ଓଲଟି ପଡିଥିଲା । ଉପରେ ବସିଥିବା ଏହି ଦୁଇ ନାବାଳକ ସମେତ ୬ଜଣଙ୍କ ଉପରେ ଟ୍ରାକ୍ଟରଟି ମାଡି ବସିଥିଲା । ଫଳରେ ଟ୍ରାକ୍ଟର ଉପରେ ବସିଥିବା ଗ୍ରାମବାସୀଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ତେବେ ଖବର ପାଇ ଗ୍ରାମିବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତି କରାଇଥିବାବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ: ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ, ନାକେଦମ୍ ଅଗ୍ନିଶମ ବାହିନୀ

ତେବେ ମଠକରୋଗଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୁରପ୍ରତାପ ପୁରର ପ୍ରଫୁଲ୍ଲୁ କୁମାର ସାମଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଭୁବନ ମେଡିକାଲରେ ଭର୍ତ୍ତି ହୋଇଥିବା ହରିହର ସାମଲଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ଦୁଇ ଜଣ ନାବାଳକ ଗୁରୁତର ଥିବା ଜଣାପଡିଛି । ଦୁଇ ନାବାଳକ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

ତେବେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି । ତେବେ ଗୁରୁତର ମାନଙ୍କ ମଧ୍ୟରେ ସୁରପ୍ରତାପ ପୁର ଗ୍ରାମର ୧୫ବର୍ଷର ନାବାଳକ ସତ୍ୟଜିତ ପୁହାଣ ଓ ୧୪ବର୍ଷୀୟ ଉମାଶଙ୍କର ରାଉଳ ସମେତ ଜଳଧର ସ୍ବାଇଁ ଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଖବରପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସୁରପ୍ରତାପପୁର ଗ୍ରାମରେ ଦୁଃଖର ଲହରୀ ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜ୍ବାଇଁଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୂର ଘର ଲୋକେ, 5 ଅଟକ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details