ETV Bharat / state

ଜ୍ବାଇଁଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୂର ଘର ଲୋକେ, ୪ ଗିରଫ

author img

By

Published : Mar 9, 2023, 11:44 AM IST

Updated : Mar 9, 2023, 6:02 PM IST

ବଲାଙ୍ଗୀରରେ ଜଘନ୍ୟ ହତ୍ୟାକାଣ୍ଡ । ଜ୍ବାଇଁଙ୍କୁ ପିଟିପିଟି ଜୀବନରୁ ମାରିଦେଲେ ଶ୍ବଶୂର ଘର ଲୋକେ । ଏହି ଘଟଣାରେ 4 ଜଣ ଗିରଫ । ଅଧିକ ପଢନ୍ତୁ

ଜ୍ବାଇଁଙ୍କୁ ପିଟିପିଟି ଜୀବନରୁ ମାରିଦେଲେ ଶ୍ବଶୂର ଘର ଲୋକେ
ଜ୍ବାଇଁଙ୍କୁ ପିଟିପିଟି ଜୀବନରୁ ମାରିଦେଲେ ଶ୍ବଶୂର ଘର ଲୋକେ

ଜ୍ବାଇଁଙ୍କୁ ପିଟିପିଟି ଜୀବନରୁ ମାରିଦେଲେ ଶ୍ବଶୂର ଘର ଲୋକେ

ବଲାଙ୍ଗୀର: ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା । ପାରିବାରିକ କଳହକୁ ନେଇ ଜ୍ବାଇଁର ଜୀବନ ନେଲେ ଶ୍ବଶୁର ଘର ଲୋକେ । ଜ୍ବାଇଁକୁ ପିଟିପିଟି ହତ୍ୟା ପରେ ମୃତଦେହକୁ ଅଖାରେ ପୁରାଇ ଫୋପାଡିବାକୁ କରାଯାଇଥିଲା ଯୋଜନା । ଶେଷରେ ପୋଲିସ ହାତରେ ଧରାପଡିଲେ ଶ୍ବଶୁର ଘର ଲୋକେ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବିରି ପାଲି ଗ୍ରାମରେ। ମୃତକ ଜଣଙ୍କ ହେଉଛନ୍ତି ବରଗଡ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ରମେହର । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ତେବେ ମୃତକ ଜଣକ ହେଲେ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ରମଣି ମେହର। । ସେ ଦୀର୍ଘ ଆଠ ମାସ ହେବ ସେ ନିଜ ଶ୍ଵଶୁର ଘରେ ରହୁଥିଲେ । ଗତ ବୁଧବାର ତାଙ୍କ ଶ୍ବଶୁର ଓ ଶଳାମାନେ ମିଶି ତାଙ୍କ ପତ୍ନୀ ଘରେ ନ ଥିବା ବେଳେ ରୁଦ୍ରମଣି ମେହରଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଗତକାଲି କୌଣସି କାରଣକୁ ନେଇ ଶ୍ଵଶୁର ଘର ଲୋକେ ଜ୍ବାଇଁକୁ ପିଟି ପିଟି ହତ୍ୟା କରିବା ପରେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଭ୍ୟାନରେ ଏକ ଜରି ବସ୍ତାରେ ଜ୍ବାଇଁର ମୃତଦେହ ପୁରାଇ ଫିଙ୍ଗିବାକୁ ଯାଉଥିଲେ ଶ୍ବଶୁର ଘର ଲୋକେ । କିନ୍ତୁ ଏନେଇ ସୂଚନା ପାଇଥିଲା ପୋଲିସ । ମୃତଦେହକୁ ଫୋପାଡିବା ପୂର୍ବରୁ ଗାଡିକୁ ଅଟକାଇ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଶାରିରୀକ ସମ୍ପର୍କ ପାଇଁ ଅରାଜି ହେବାରୁ ପ୍ରେମିକାକୁ ଭୁଜାଲିରେ ଆକ୍ରମଣ

ସ୍ତ୍ରୀ ସରୋଜିନୀଙ୍କ ସହ ଦୀର୍ଘ ଦିନ ହେଲା ରୁଦ୍ର ମେହେରଙ୍କ ବିବାଦ ଲାଗି ରହିଥିଲା। ଗତକାଲି ସରୋଜିନୀ ଏକ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ଶ୍ବଶୁର ଘର ଲୋକଙ୍କ ସହ କଳହ ହୋଇଥିଲା । ଏହାପରେ ଉଗ୍ର ରୂପ ନେଇଥିବା ବିବାଦ । ଶେଷରେ ଜ୍ବାଇଁଙ୍କୁ ଶ୍ବଶୂର ଘର ଲୋକେ ପିଟିପିଟି ହତ୍ୟା କରିଥିବା ପ୍ରାଥମିକ ସୁତ୍ରରୁ ଜଣାପଡିଛି ।

ଅନ୍ୟପକ୍ଷରେ ଶ୍ଵଶୁର ଘର ଲୋକେ ଉକ୍ତ ହତ୍ୟା ଘଟଣାକୁ ଚପାଇ ଦେବା ପାଇଁ ଏକ ଗାଡ଼ିରେ ଜ୍ବାଇଁର ମୃତଦେହକୁ ଏକ ଜରି ବସ୍ତାରେ ପୁରାଇ ଫିଙ୍ଗିବା ଉଦ୍ୟମ କରୁଥିଲେ । ଏନେଇ କିନ୍ତୁ ପୋଲିସ ବୁଧବାର ରାତିରେ ଏନେଇ ସୂଚନା ପାଇବା ପରେ ଚାବ୍ରିପାଲ ଗାଁକୁ ଯାଇ ଘଟଣାର ଛାନଭିନ କରି ଉଦ୍ଧବ ମେହେର, ଅନିରୁଦ୍ଧ ମେହେର, ସୁନିଲ କୁମାର ମେହେର ଓ ଅନ୍ୟ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ତେବେ ହତ୍ୟାକାଣ୍ଡ ପଛର କାରଣ କଣ ରହିଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଏନେଇ ମୃତକଙ୍କ ସ୍ତ୍ରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ସେହିପରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବାର କହିଛନ୍ତି ଏସଡିପିଓ ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Mar 9, 2023, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.