ଓଡିଶା

odisha

ଏକା ସଙ୍ଗେ ଜଳିଲା ପାଞ୍ଚ ଜୁଇ, ଶୋକରେ ବୁଡିଛି ବାଙ୍ଗୁରା ଗାଁ

By

Published : Aug 29, 2022, 5:18 PM IST

Updated : Aug 29, 2022, 9:03 PM IST

ମହୁଲ ପେଶାଇବାକୁ ଯାଉଥିବା ବେଳେ ଅଟୋ ଉପରେ ମାଡିଗଲା କୋଇଲା ବୋଝେଇ ଟ୍ରକ । ୫ଜଣଙ୍କ ଅକାଳ ବିୟୋଗରେ ଶୋକରେ ବୁଡିଛି ବାଙ୍ଗୁରା ଗାଁ । ଅଧିକ ପଢନ୍ତୁ

ଏକା ସଙ୍ଗେ ଜଳିଲା ପାଞ୍ଚ ଜୁଇ, ଶୋକରେ ଏକା ସଙ୍ଗେ ଜଳିଲା ପାଞ୍ଚ ଜୁଇ, ଶୋକରେ ବୁଡିଛି ବାଙ୍ଗୁରା ଗାଁବୁଡିଛି ବାଙ୍ଗୁରା ଗାଁ
ଏକା ସଙ୍ଗେ ଜଳିଲା ପାଞ୍ଚ ଜୁଇ, ଶୋକରେ ବୁଡିଛି ବାଙ୍ଗୁରା ଗାଁ

ଢେଙ୍କାନାଳ: ରବିବାର କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକରେ ଘଟିଥିବା ସଡକ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ବାଙ୍ଗୁରା ଗ୍ରାମ । ଦୁଃଖରେ ମ୍ରିୟମାଣ ହୋଇ ହୋଇ କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛନ୍ତି ବନ୍ଧୁ ଓ ପରିବାର ସଦସ୍ୟ । ସ୍ବାମୀକୁ ହରାଇ କାନ୍ଦୁଛି ସ୍ତ୍ରୀ ଆଉ ପୁଅକୁ ହରାଇ ଛାତି ବାଡେଇ ବାହୁନି ବାହୁନି କାନ୍ଦୁଛି ମାଆ । ଏ ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ଦୁଃଖଦାୟକ ମଧ୍ୟ ।

ଏକା ସଙ୍ଗେ ଜଳିଲା ପାଞ୍ଚ ଜୁଇ

ରବିବାର ସକାଳ ସମୟରେ ମୁକ୍ତାପଶି ଗ୍ରାମକୁ ମହୁଲ ପେଶାଇବାକୁ ଏକ ଅଟୋ ଯୋଗେ ବାଙ୍ଗୁରା ଗ୍ରାମରୁ ବାହାରିଥିଲେ । ଏହାପରେ NH ୫୩ ମୁକ୍ତାପଶି ଗ୍ରାମ ନିକଟରେ ତାଳଚେରରୁ ଆସୁଥିବା ଏଜ କୋଇଲା ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ମୃତକଙ୍କ ପରିବାରରେ ଖେଳିଯାଇଥିବା ଶୋକର ଛାୟା । ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ବାପ ପୁଅ ସମେତ ପାଞ୍ଚ ପାଞ୍ଚଟି ଜୀବନ ଚାଲିଯାଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ମର୍ମାହାତ ହୋଇପଡିଛନ୍ତି ବାଙ୍ଗୁରା ଗ୍ରାମବାସୀ । ଶେଷରେ ବାଙ୍ଗୁରା ଗ୍ରାମ ଶ୍ମଶାନରେ ଏକା ସାଙ୍ଗରେ ଜଲିଥିଲା ପାଞ୍ଚଟି ଜୁଇ ।

ଏହା ମଧ୍ୟ ପଢନ୍ତୁ-କୋଇଲା ଟ୍ରକ ଧକ୍କାରେ ଚାଲିଗଲା 5 ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହି ଘଟଣା ଜାଣିବାପରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ପୂର୍ତ୍ତ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦୁର୍ଘଟଣା ସ୍ଥଳକୁ ଯାଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପରିବାରକୁ ମୁଖ୍ୟମନ୍ତ୍ରୀ ୧ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ ।

ଦୁର୍ଘଟଣା ଘଟାଇଥିବା କୋଇଲା ଟ୍ରକକୁ ପୋଲିସ ଜବତ କରିବା ସହ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ ଟ୍ରକ ଡ୍ରାଇଭରକୁ ଖୋଜୁଛି ପୋଲିସ ।

Last Updated :Aug 29, 2022, 9:03 PM IST

ABOUT THE AUTHOR

...view details