ଓଡିଶା

odisha

ରାଞ୍ଚି ବିଜୟୱାଡା ରାସ୍ତାରେ ଦୁର୍ଘଟଣା: ବାଇକକୁ ପଛରୁ ପିଟିଲା କାର, ଜଣେ ମୃତ

By

Published : Jan 17, 2023, 12:41 PM IST

road accident
road accident ()

ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତରାପାଲି ଗ୍ରାମ ସ୍ଥିତ ରାଞ୍ଚି ବିଜୟୱାଡା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 3 ବାଇକ କୁ ପଛରୁ ଧକ୍କା ଦେଲା କାର । ଏନେଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର। ଅଧିକ ପଢନ୍ତୁ

ଦେବଗଡ:ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତରାପାଲି ଗ୍ରାମ ସ୍ଥିତ ରାଞ୍ଚି ବିଜୟୱାଡା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 3 ବାଇକକୁ ପଛରୁ ଧକ୍କା ଦେଲା କାର । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର। ମୃତକ ସେନା କର୍ମଚାରୀ ସାମାନ୍ତରାପାଲି ଗ୍ରାମର ସୁଶୀଲ ସାମଲ ହୋଇଥିବା ବେଳେ ସେହିପରି ଗୁରୁତର ଯୁବକ ସୁନାମୁଣ୍ଡା ଗ୍ରାମର ପ୍ରଶାନ୍ତ କୁମାର ସାହୁ ବୋଲି ଜଣା ପଡିଛି ।

ସୂଚନା ମୁତାବକ, ଦେବଗଡ ଥାନା ଅନ୍ତର୍ଗତ ସାମାନ୍ତରାପାଲି ଗ୍ରାମରେ ଆଜି ଅପରାହ୍ନରେ ରାସ୍ତା କଡରେ ଏକ ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ଏକ କାର ଧକ୍କା ଦେବାରୁ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସେହିପିର ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ମେଡ଼ିକାଲକୁ ପଠାଯାଇଛି । ସେପଟେ ଘଟଣାସ୍ଥଳରେ ଉତ୍ୟକ୍ତ ଗ୍ରାମବାସୀ ରାଞ୍ଚି - ବିଜୟୱାଡା ରାସ୍ତା ଅବରୋଧ କରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହାନ ଅଟକି ରହିଥିଲା l

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାର ଚାଳକ ଛେପଲିପାଲି ଗ୍ରାମର ଭରତ ଚରଣ ମହାନନ୍ଦଙ୍କୁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଦେବଗଡ଼ ଥାନାରେ ଅଟକ ରଖିଛି । ରାଞ୍ଚି ବିଜୟୱାଡା ରାସ୍ତା ଦେଇ ଛେପଲିପାଲି ଗ୍ରାମରୁ ଦେବଗଡ଼ ପଟକୁ ଦ୍ରୁତ ଗତିରେ ଭରତ ନିଜ କାର ନେଇ ଆସୁଥିବା ବେଳେ ରାସ୍ତା କଡରେ ଥିବା ଏକ ସେଲୁନ ସମ୍ମୁଖରେ ଥିବା ତିନୋଟି ବାଇକ କୁ ଧକ୍କା ଦେବା ସହ ସେଠାରେ ବସିଥିବା ଲୋକଙ୍କୁ ଧକ୍କା ଦେଇଥିଲା । ଫଳରେ ସେଠାରେ ଥିବା ୩ଟି ବାଇକ ଭାଙ୍ଗି ରୁଜି ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି ହୋଇଛି । କାରଟି ଧକ୍କା ଦେବା ପରେ ରାସ୍ତା କଡକୁ ପଶି ଆସିଥିବା ଦେଖିବାକୁ ମିଳିଛି । ତେବେ ଗୁରୁତର ଆହାତ ହୋଇଥିବା ପ୍ରଶାନ୍ତଙ୍କୁ ତୁରନ୍ତ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା ।

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details