ଓଡିଶା

odisha

ଏମିତି ଚାଲିଛି ସ୍ବାସ୍ଥ୍ୟସେବା: ଷ୍ଟ୍ରେଚରରେ ଯାଉଛି ମେଡିସିନ, କୋଳରେ ବୁହା ହେଉଛନ୍ତି ରୋଗୀ

By

Published : Nov 26, 2022, 2:06 PM IST

ଏସସିବିରେ ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର

ଏସସିବି ହସ୍ପିଟାଲରେ ମିଳୁନି ଷ୍ଟ୍ରେଚର, କୋଳରେ ବୁହା ହେଉଛନ୍ତି ରୋଗୀ । ଅନ୍ୟପେଟ ଷ୍ଟ୍ରେଚରରେ ମେଡିସିନ ବୁହାଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କଟକ: ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ଷ୍ଟ୍ରେଚରରେ ବୁହା ହେଉଛି ସାଲାଇନ, ଅକ୍ସିଜେନ ସିଲିଣ୍ଡର, କିନ୍ତୁ ରୋଗୀଙ୍କୁ କୋଳରେ ଧରି ବୁଲୁଛନ୍ତି ସମ୍ପର୍କୀୟ । କଟକ ଏସସିବି ମେଡିକାଲ ପରିସରରୁ ସାମ୍ନାକୁ ଆସିଛି ସ୍ବାସ୍ଥ୍ୟ ସେବାର ଏହି କରୁଣ ଚିତ୍ର । ପ୍ରଥମ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଏକ ଷ୍ଟ୍ରେଚରରେ ସାଲାଇନ, ଅକ୍ସିଜେନ ସିଲିଣ୍ଡର ଆଉ ଔଷଧ ବୁହାଯାଉଛି । ଅନ୍ୟପଟେ ଷ୍ଟ୍ରେଚର ନମିଳିବାରୁ ଏସସିବି କାଜୁଆଲଟିରୁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ବୋହି ନେଉଥିବାର ଦେଖିବାକୁ ମିଳିଛି । ବଡ଼ ମେଡିକାଲ ପରିସରର ଏହି ଦୃଶ୍ୟ ଜନମାନସକୁ ଆନ୍ଦୋଳିତ କରିଛି ।

ଏସସିବିରେ ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର

ଏସସିଵିରେ ପର୍ଯ୍ୟାପ୍ତ ପରିମାଣର ଷ୍ଟ୍ରେଚର ଓ ହୁଇଲ ଚେୟାର ଥାଇ ମଧ୍ୟ ରୋଗୀ ମାନେ ଏହାର ସୁବିଧା ପାଉନଥିବା ଏହି ଦୃଶ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏସସିବିରେ ଦୁଇଟି କାଜୁଆଲଟି ରହିଥିବାବେଳେ ସେଥିରେ 50ରୁ ଅଧିକ ଷ୍ଟ୍ରେଚର ଓ ହୁଇଲ ଚେୟାର ରହିଛି । ହେଲେ ଏହା ହଜି ଯାଇଥିବା ଆଳ ଦେଖାଇ କାଜୁଆଲଟିରେ ଦାୟିତ୍ୱରେ ଥିବା କର୍ମଚାରୀ ଷ୍ଟ୍ରେଚର ଓ ହୁଇଲ ଚେୟାର ପକାଇ ରଖୁଛନ୍ତି । ଫଳରେ ଜଣେ ରୋଗୀ ଗୁରୁତର ହେଲେ ଡାକ୍ତରୀ ପରୀକ୍ଷା ପାଇଁ ଯିବାକୁ ହେଲେ ଷ୍ଟ୍ରେଚରର ଅଭାବ ପରିଲିକ୍ଷିତ ହୋଇଥାଏ । ଫଳରେ ଜୀବନ ବଞ୍ଚାଇବା ପାଇଁ ରୋଗୀଙ୍କୁ ସମ୍ପର୍କୀୟ କୋଳରେ ବୋହି ବୋହି ନେଉଛନ୍ତି । କିନ୍ତୁ ଏନେଇ କୌଣସି ଖବର ବିଭାଗ ପାଖରେ ନାହିଁ । କିପରି ଭାବେ ରୋଗୀ ସହଜରେ ଷ୍ଟ୍ରେଚର ଓ ହୁଇଲ ଚେୟାର ପାଇ ପାରିବେ ସେ ନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣା ପରେ ରାଣୀଙ୍କ ନାଁରେ ଥାନାରେ ଏତଲା, କ୍ଷତିପୂରଣ ଦାବି

ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ''ମୋ ସ୍ତ୍ରୀ ଗୋଡରେ ବଥ ହୋଇଥିବାରୁ ସେ ଚାଲିପାରୁନି, ଚିକିତ୍ସା ପାଇଁ ଆଣିଛି, ବେଟ୍ରି ଗାଡି ପଚାରିବାରୁ ସେ ମନା କରିଥିଲେ, ସେଥି ପାଇଁ ମୋ ସ୍ତ୍ରୀକୁ କୋଳରେ ଧରି ଯାଉଛି'' ।

ଏନେଇ ଏସସିବି ଜରୁରୀକାଳିନ ଅଧିକାରୀ କହିଛନ୍ତି, ''କାଜୁଆଲିଟି ଓ ଓ୍ବାର୍ଡ ଗୁଡିକରେ ଷ୍ଟ୍ରେଚର ଓ ହୁଇଲ ଚେୟାର ଏବେ ସପ୍ଲାଏ ହୋଇଛି, ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା କଣ ପାଇଁ ହେଲା ତାହା ଆଗକୁ ଦେଖିବୁ, ବହୁ ଜିନିଷ ଆମ ଅଜାଣତରେ ହେଉଛି, ଯଦି ଏପରି ହୋଇଥାଏ ଆଲୋଚନା କରି ପଦକ୍ଷେପ ନିଆଯିବ '' ।

ଇଟିଭି ଭାରତ, କଟକ

ABOUT THE AUTHOR

...view details