ଦୁର୍ଘଟଣା ପରେ ରାଣୀଙ୍କ ନାଁରେ ଥାନାରେ ଏତଲା, କ୍ଷତିପୂରଣ ଦାବି

author img

By

Published : Nov 26, 2022, 11:41 AM IST

ଦୁର୍ଘଟଣା ପରେ ରାଣୀଙ୍କ ନାଁରେ ଥାନାରେ ଏତଲା

ରାଣୀ ପଣ୍ଡାଙ୍କ କାର ଧକ୍କାରେ ବାଇକ ଚାଳକ ମୃତ । ଆଠଗଡ ଥାନାରେ ରାଣୀଙ୍କ ନାଁରେ ଏତଲା । ଅଧିକ ପଢନ୍ତୁ

କଟକ: ଆଠଗଡରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା ଗସ୍ତ । ଏକ ବାଇକକୁ ରାଣୀଙ୍କ କାର ଧକ୍କା ଦେବାରୁ ଚାଳକଙ୍କ ମୃତ ହୋଇଛି । ଏହି ଦୁର୍ଘଟଣା ପରେ ରାଣୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ମୃତ ଯୁବକଙ୍କ ଭାଇ । ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ୨ଜଣ ଗୁରୁତର ହୋଇପଡିଥିଲେ । କିନ୍ତୁ ରାଣୀ ପଣ୍ଡା ଆମ୍ବୁଲାନ୍ସ ଡାକିବା ବଦଳରେ ଘଟଣା ସ୍ଥଳରେ ଭିଡିଓ କରୁଥିବା ଅଭିଯୋଗ ହୋଇଛି । ଏନେଇ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ସୁକାନ୍ତ ଵେହେରାଙ୍କ ପରିବାର ଲୋକେ ।

ଦୁର୍ଘଟଣା ପରେ ରାଣୀଙ୍କ ନାଁରେ ଥାନାରେ ଏତଲା

ଏହି ଦୁର୍ଘଟଣା ପରେ ମୃତ ସୁକାନ୍ତଙ୍କ ଭାଇ କହିଛନ୍ତି ଯେ, ''ରାଣୀ ପଣ୍ଡାଙ୍କ ଡ୍ରାଇଭର ବେପରୁଆ ଗାଡି ଚଳାଇବାରୁ ଏହି ଦୁର୍ଘଟଣା ଘଟିଥିବା ମୁଁ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛି, ଡ୍ରାଇଭର ଓ ରାଣୀ ପଣ୍ଡା ନାଁରେ ଅଭିଯୋଗ କରିଛି, ଯେହେତୁ ମୋ ଭାଇର ୨ଟି ପିଲା ରହିଛନ୍ତି ତେଣୁ ଆମେ କ୍ଷତିପୂରଣ ଦାବି କରୁଛୁ । ମୋ ଭାଇର ୫ ବର୍ଷ ହେଲା ବିବାହ ହୋଇଥିଲା, ତାର ଏକ ୨ ବର୍ଷ ପୁଅ ଓ ଚାରି ବର୍ଷ ଝିଅ ରହିଛି, ଯଦି ସରକାର କିଛି ସହାୟତା ଦିଅନ୍ତେ ତେବେ ଆମେ ଉପକୃତ ହେବୁ ।

ଏହା ମଧ୍ୟ ପଢନ୍ତୁ-ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା, ଜଣେ ମୃତ

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାଣୀ ପଣ୍ଡା ଏକ ବିବାହ ଭୋଜିରେ ସାମିଲ ହେବାକୁ ଅନୁଗୋଳ ଯାଇଥିଲେ, ସେଠାରୁ ଫେରିବା ବେଳେ ଆଠଗଡ଼ ମୁଣ୍ଡଳୀ ରାସ୍ତା ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏକ ବାଇକ ସହ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସୁକାନ୍ତ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରକୁ ଆଠଗଡ ଥାନାକୁ ନେଇ ଆସିଥିଲା । ଏନେଇ ସୂଚନା ଦେଇଥିଲେ ଆଠଗଡ ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.