ଓଡିଶା

odisha

ନୂଆଁଖାଇରେ ବାଲ୍ୟବିବାହ ବିରୋଧରେ ସରପଞ୍ଚଙ୍କ ସଚେତନତା

By

Published : Sep 3, 2022, 4:46 PM IST

ଗଣପର୍ବ ନୂଆଁଖାଇ ପରେ ଗାଁ ଗାଁରେ ଆରମ୍ଭ ହୋଇଛି ବନ୍ଧୁ ମିଳନ, ଭେଟଘାଟ ଓ ଛାଡଖାଇ ଭଳି କେତେ କଣ ଉତ୍ସବ । ତେବେ ଏଭଳି ସମୟରେ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ପଞ୍ଚାୟତର ସରପଞ୍ଚ ନେଇଛନ୍ତି ଅଭିନବ ପଦକ୍ଷେପ । ଅଧିକ ପଢନ୍ତୁ

ନୂଆଁଖାଇରେ ସରପଞ୍ଚଙ୍କ ଅଭିନବ ପଦକ୍ଷେପ, ବାଲ୍ୟବିବାହ ନିରୋଧ ନେଇ ବାଣ୍ଟୁଛନ୍ତି ସଚେତନ ବାର୍ତ୍ତା
ନୂଆଁଖାଇରେ ସରପଞ୍ଚଙ୍କ ଅଭିନବ ପଦକ୍ଷେପ, ବାଲ୍ୟବିବାହ ନିରୋଧ ନେଇ ବାଣ୍ଟୁଛନ୍ତି ସଚେତନ ବାର୍ତ୍ତା

ବୌଦ୍ଧ:ଗଣପର୍ବ ନୂଆଁଖାଇ ପରେ ଗାଁ ଗାଁରେ ଆରମ୍ଭ ହୋଇଛି ବନ୍ଧୁ ମିଳନ, ଭେଟଘାଟ ଓ ଛାଡଖାଇ ଭଳି କେତେ କଣ ଉତ୍ସବ । ତେବେ ଏଭଳି ସମୟରେ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ପଞ୍ଚାୟତର ସରପଞ୍ଚ ନେଇଛନ୍ତି ଅଭିନବ ପଦକ୍ଷେପ । ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ନୂଆଁଖାଇ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି । ବିଶେଷ ଭାବରେ କଣ୍ଟାମାଳ ବ୍ଲକର ଅନେକ ସ୍ଥାନରେ ନୂଆଁଖାଇର ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ ବନ୍ଧୁ ମିଳନ, ଛାଡଖାଇ ଓ ଭେଟଘାଟ ଭଳି ଉତ୍ସବ ହୋଇଥାଏ ।

ନୂଆଁଖାଇରେ ସରପଞ୍ଚଙ୍କ ଅଭିନବ ପଦକ୍ଷେପ, ବାଲ୍ୟବିବାହ ନିରୋଧ ନେଇ ବାଣ୍ଟୁଛନ୍ତି ସଚେତନ ବାର୍ତ୍ତା

ତେବେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ବରଗାଁ ପଞ୍ଚାୟତର ସରପଞ୍ଚ ନେଇଛନ୍ତି ଅଭିନବ ପଦକ୍ଷେପ । କନ୍ଧ ଘାଟି ଭାବରେ ପରିଚିତ ଏହି ଅଞ୍ଚଳରେ କନ୍ଧେନବୁଢୀ ଦେବୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ନୂଆଁଖାଇ ଓ ତତ୍ପରେ ପାଞ୍ଚ ଦିନ ଧରି ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥାଏ । କିନ୍ତୁ ବରଗାଁ ପଞ୍ଚାୟତର କୁନାସିଲା, କାଙ୍କେନଯୋର, ସାହାଜପିଟା, ସୌରୀ ବେଙ୍ଗେସ ଭଳି ଅନେକ ଗାଁକୁ ଯୋଗାଯୋଗ ଅବ୍ୟବସ୍ଥା ସହିତ ଆବାସ, ରାସନ, ବିଦ୍ୟୁତ, ପାନୀୟ ଜଳ ଭଳି ଅନେକ ଯୋଜନାରେ ସମସ୍ୟା ରହିଛି ।

ଏହାବି ପଢନ୍ତୁ:ସରିଲା ନୂଆଁଖାଇ,ଆରମ୍ଭ ହେଲା ବନ୍ଧୁ ମିଳନ ଓ ଛାଡଖାଇ ପର୍ବ

ଏଣୁ ଏହି ପାଞ୍ଚ ଦିନ ବରଗାଁ ପଞ୍ଚାୟତର ମହିଳା ସରପଞ୍ଚ ନିଜ ସ୍ବାମୀଙ୍କ ସହିତ ମିଶି ବିଭିନ୍ନ ଗାଁକୁ ଯାଇ ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ କିଭଳି ସମସ୍ତ ସରକାରୀ ଯୋଜନା ଠିକ୍‌ରେ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ସଙ୍କଳ୍ପ ନେଇଛନ୍ତି । ଏହାଛଡା ସରପଞ୍ଚ ବିଭିନ୍ନ ଗାଁରେ ପହଞ୍ଚି ସ୍ବଚ୍ଛତା, ବାଲ୍ୟବିବାହ ନିରୋଧ, ଘରୋଇ ହିଂସା ବିରୋଧରେ ଲୋକଙ୍କୁ ସଚେତନ କରୁଛନ୍ତି । ମହିଳା ସରପଞ୍ଚଙ୍କ ଏଭଳି ଅଭିନବ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ବୌଦ୍ଧ,ଇଟିଭି ଭାରତ

ABOUT THE AUTHOR

...view details