ଓଡିଶା

odisha

ଚାଷୀ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ

By

Published : Sep 15, 2021, 10:37 PM IST

civil society farmers  pressmet for protection in bhadrak

ସମବାୟ ସମିତି ମାଧ୍ୟମରେ ଚାଷୀମାନେ ଉପକୃତ ହୋଇ ଆସୁଥିବାବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଲୋକେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବା ମିଥ୍ୟା ଅଭିଯୋଗ କରି ଚାଷୀଙ୍କ ମଧ୍ୟରେ ପ୍ରହେଳିକା ସୃଷ୍ଟି କରାଯାଉଥିବା କରିଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକ: ଜିଲ୍ଲା ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ। ସମିତି ମାଧ୍ୟମରେ ଚାଷୀମାନେ ଉପକୃତ ହୋଇ ଆସୁଥିବାବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଲୋକେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବା ମିଥ୍ୟା ଅଭିଯୋଗ କରି ଚାଷୀଙ୍କ ମଧ୍ୟରେ ପ୍ରହେଳିକା ସୃଷ୍ଟି କରାଯାଉଥିବା କହିଛନ୍ତି।

ଚାଷୀ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ

ଚାଷୀମାନେ ସମବାୟ ସମିତିରୁ ସମସ୍ତ ସହଯୋଗ ପାଉଥିବାବେଳେ ପଞ୍ଚାୟତର କିଛି ନିର୍ଦ୍ଦିଷ୍ଟ ରାଜନୈତିକ ବ୍ୟକ୍ତି ଆକ୍ରୋଶ ମୂଳକ ଭାବେ ସମବାୟ ସମିତି ଓ ସମ୍ପାଦକଙ୍କ ନାମରେ ମିଥ୍ୟା ଅଭିଯୋଗ କରି ଅପପ୍ରଚାର ଚଳାଇଛନ୍ତି। ଫସଲ ବୀମା ପ୍ରଦାନରେ ସମ୍ପାଦକଙ୍କର କୌଣସି ଭୂମିକା ନଥିବାବେଳେ ତାଙ୍କୁ ଅଯଥାରେ ଦୋଷାରୋପ କରାଯାଇ ସମିତିକୁ ବଦନାମ କରାଯାଉଛି। ସଂପାଦକଙ୍କ ନାମରେ ମିଥ୍ୟା ଆରୋପ କରାଯାଉଛି, ଯାହା ସମବାୟ ସମିତି ଉପରେ କୁପ୍ରଭାବ ପଡ଼ିବା ସହିତ ଆଗାମୀ ଦିନରେ ସମିତି ଅଚଳ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ଯଦି ସମିତିର ଅଚଳାବସ୍ଥା ସୃଷ୍ଟି ହୁଏ, ତେବେ ଚାଷୀମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବା ସହିତ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସମବାୟ ସମିତି ଯେପରି ସୁରୁଖୁରୁରେ ଚାଲିବ ପ୍ରଶାସନ ସେଥପ୍ରତି ଦୃଷ୍ଟି ଦେବାକୁ ଏହି ସୁରକ୍ଷା ମଞ୍ଚ ଦାବି କରିଛି। ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଯାଏ ତେବେ ସମବାୟ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details