ଓଡିଶା

odisha

ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ

By ETV Bharat Odisha Team

Published : Oct 25, 2023, 10:12 PM IST

ହନୁମାନଙ୍କଠାରୁ ଲଙ୍କେଶ୍ଵରୀ ଯେପରି ପରାସ୍ତ ହୋଇଥିଲେ, ସେହିପରି ପଦ୍ମଶ୍ରୀ ହଳଧର ନାଗ ନିଜେ ଲଙ୍କେଶ୍ୱରୀ ବେଶ ହୋଇ ହନୁମାନ ସହ ଲଢେଇ କରି ପରାସ୍ତ ହୋଇଥିବା ଅଭିନୟ କରିଛନ୍ତି । ବିଭିନ୍ନ ସ୍ଥାନରେ ବହୁ ଆଡମ୍ବରରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ସମାପ୍ତ ହୋଇଛି ।

haldhar nags performance as lankeswari
ଲଙ୍କେଶ୍ବରୀ ବେଶରେ ହଳଧରଙ୍କ ଅଭିନୟ

ଲଙ୍କେଶ୍ବରୀ ବେଶରେ ହଳଧରଙ୍କ ଅଭିନୟ

ବରଗଡ଼:ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଆଡମ୍ବରରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ସମାପ୍ତ ହୋଇଛି । ବରଗଡ଼ ସହରରେ 12ଟି ମେଢରେ ଦେବୀ ମା' ପୂଜା ପାଇଛନ୍ତି । ତେବେ ଚଳିତ ବର୍ଷ 80 ବର୍ଷରେ ପଦାର୍ପଣ କରିଥିବା ସୋହେଲାର ପ୍ରସିଦ୍ଧ ଦୁର୍ଗାପୂଜା ଚଳିତ ବର୍ଷ ବେଶ ଆକର୍ଷଣୀୟ ରହିଥିଲା । ସୋହେଲାର ରାମ ଲୀଳା ସହିତ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଆଖପାଖ ଅଞ୍ଚଳରୁ ତଥା ପଡୋଶୀ ଛତିଶଗଡ ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିଥିଲା । ସେହିପରି ଘେଁସଠାରେ ଚାଲିଥିବା ଦୁର୍ଗାପୂଜାରେ ପଦ୍ମଶ୍ରୀ ଲୋକକବି ହଳଧର ନାଗ ନିଜେ ଲଙ୍କେଶ୍ୱରୀ ବେଶରେ ସହର ପରିକ୍ରମାର କରିଥିଲେ ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଅନେକ ଲୋକ ଆସିଥିଲେ ।



ଲଙ୍କେଶ୍ୱରୀ ବେଶରେ ଅଭିନୟ କରି ଲୋକଙ୍କ ମନୋରଞ୍ଜନ କଲେ ପଦ୍ମଶ୍ରୀ ହଳଧର ନାଗ । ପଦ୍ମପୁର ଉପଖଣ୍ଡ ଘେଁସ ଠାରେ ଚାଲିଥିବା ଶାରଦୀୟ ଦୁର୍ଗା ପୂଜା ଅବସରରେ ପଦ୍ମଶ୍ରୀ ହଳଧର ନାଗ ଲଙ୍କେଶ୍ୱରୀ ବେଶରେ ସହର ପରିକ୍ରମାର କରିଥିଲେ। ପୂରାଣ ଅନୁସାରେ ରାବଣ, ମାତା ସୀତାଙ୍କୁ ଚୋରି କରିଥିଲା । ମାତା ସୀତାଙ୍କୁ ଠାବ କରିବା ପାଇଁ ଶ୍ରୀରାମ ହନୁମାନଙ୍କୁ ଲଙ୍କା ପଠାଇଥିଲେ । ହନୁମାନ ଲଙ୍କାକୁ ପ୍ରବେଶ କରିବା ସମୟରେ ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ନିଜେ ପ୍ରକଟ ହୋଇ ହନୁମାନଙ୍କୁ ଲଙ୍କା ଭିତରକୁ ପ୍ରବେଶ କରିବାକୁ ବାଧା ଦେଇଥିଲେ ଓ ହନୁମାନଙ୍କ ସହିତ ଲଢେଇ କରିଥିଲେ । ତେବେ ହନୁମାନଙ୍କଠାରୁ ଲଙ୍କେଶ୍ଵରୀ ଯେପରି ପରାସ୍ତ ହୋଇଥିଲେ ସେହିପରି ବିଜୟା ଦଶମୀ ଦିନ ଘେଁସ ଶାରଦୀୟ ଦୁର୍ଗାପୂଜାରେ ପଦ୍ମଶ୍ରୀ ହଳଧର ନାଗ ନିଜେ ଲଙ୍କେଶ୍ୱରୀ ବେଶ ହୋଇ ହନୁମାନ ସହ ଲଢେଇ କରି ପରାସ୍ତ ହୋଇଥିବା ଅଭିନୟ କରିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Durga puja in USA: ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡିଆ

ଏନେଇ ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି, "ଏହି ପରମ୍ପରା ଦୁଷ୍ଟର ବିନାଶ ଓ ସଂସାର ପାଳନର ବାର୍ତ୍ତା ପ୍ରଦାନ କରିଥାଏ । ସେ କହିଛନ୍ତି, "ଯିଏ ଯେତେ ବଡ ପଦ ପଦବୀରେ ଥାଉ ନା କାହିଁକି ଗର୍ବ କରିବା ଉଚିତ ନୁହେଁ , କାରଣ ଗର୍ବ କାରଣରୁ ରାବଣର ନିପାତ ହୋଇଥିଲା ।" ପଦ୍ମଶ୍ରୀଙ୍କ ଏହି ଅଭିନୟ ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିଲା । ସେହିପରି ସୋହେଲାଠାରେ ମଧ୍ୟ ରାମଳୀଳାରେ ରାବଣ ବଦ୍ଧ ପରେ ରାବଣ ପୋଡି କାର୍ଯ୍ୟକ୍ରମ କରାଯାଇ ସମାଜକୁ ଏକ ବାର୍ତ୍ତା ପ୍ରଦାନ କରାଯାଇଛି । ସେହି ବାର୍ତ୍ତା ହେଉଛି, "ଅନ୍ୟାୟ, ଅତ୍ୟାଚାର ଓ ପାପର ବିନାଶ ନିଶ୍ଚୟ ଏବଂ ନ୍ୟାୟ ଓ ଧର୍ମର ବିଜୟ ସୁନିଶ୍ଚିତ ।"

ଇିଟିଭି ଭାରତ, ବରଗଡ଼

ABOUT THE AUTHOR

...view details