ଓଡିଶା

odisha

Padmapur Bypoll: ପ୍ରାର୍ଥୀପତ୍ର ଦାଖଲ କଲାନି ବିଜେପି, ଚାଷୀ ଆନ୍ଦୋଳନକୁ କଲା ସମର୍ଥନ

By

Published : Nov 14, 2022, 6:42 PM IST

Updated : Nov 14, 2022, 7:03 PM IST

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରାର୍ଥୀପତ୍ର ଦାଖଲ କଲେନି ପ୍ରଦୀପ । ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲାନି ବିଜେପି । ଆଜି ଦଳର ହେବିୱେଟ ନେତାଙ୍କ ସହିତ ବିରାଟ ରାଲିରେ ବିଜେପି (BJP Rally in Padmapur) ପ୍ରାର୍ଥୀ ପ୍ରଦୀପ ଯାଇଥିଲେ । ମାତ୍ର ପ୍ରଦୀପ ନାମାଙ୍କନ ପତ୍ର ଦାଖଲ ନକରି ଫେରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Padmapur Bypoll: ପ୍ରାର୍ଥୀପତ୍ର ଦାଖଲ କଲାନି ବିଜେପି, ଚାଷୀ ଆନ୍ଦୋଳନକୁ କଲା ସମର୍ଥନ
Padmapur Bypoll: ପ୍ରାର୍ଥୀପତ୍ର ଦାଖଲ କଲାନି ବିଜେପି, ଚାଷୀ ଆନ୍ଦୋଳନକୁ କଲା ସମର୍ଥନ

ବରଗଡ଼:ଆଜି ପଦ୍ମପୁର ଉପନିର୍ବାଚନ (Padmapur Bypoll) ପାଇଁ ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ (BJP Candidate Pradip Purohit) ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଦଳୀୟ ନେତାଙ୍କ ସହିତ ପ୍ରଦୀପ ବିରାଟ ରାଲି ସହିତ ଆସି ମଧ୍ୟ ସେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଓ ସମ୍ମାନ ଜଣାଇ ଆଜି ପାଇଁ ନାମାଙ୍କନ ପତ୍ର ଦାଖଲକୁ ବାତିଲ କରିଛନ୍ତି । ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବରଗଡ଼ ଜୟକିଶାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Padmapur Bypoll: ପ୍ରାର୍ଥୀପତ୍ର ଦାଖଲ କଲାନି ବିଜେପି

ବିରାଟ ଆୟୋଜନ ସହିତ ବିଜେପି ଦଳର ଧର୍ମେନ୍ଦ୍ର ପ୍ରଧାନ, ସମୀର ମହାନ୍ତି, ଜୟନାରାୟଣ ମିଶ୍ର, ସୁରେଶ ପୁଜାରୀ, ବସନ୍ତ ପଣ୍ଡାଙ୍କ ପରି ହେବିୱେଟ ନେତାଙ୍କ ଏକ ବିରାଟ ରାଲି ଉପନିର୍ବାଚନର ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପହଞ୍ଚିଥିଲା । ମାତ୍ର ଦୀର୍ଘ ଦିନରୁ ଚାଷୀଙ୍କ ଫସଲବୀମାକୁ ନେଇ ଲାଗିରହିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ପ୍ରଦୀପ ଆନ୍ଦୋଳନରତ ଚାଷୀଙ୍କ ସହିତ ପ୍ରଥମେ ଆଲୋଚନା କରିଥିଲେ ଏବଂ ପରେ ନାମାଙ୍କନ ପତ୍ର ଦାଖଲ କରିବେ ନାହିଁ ବୋଲି ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ- Padampur byPoll: ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ତେବେ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସି ମଧ୍ୟ ନାମାଙ୍କନ ପତ୍ର ଦାଖଲ ନକରି ଫେରି ଯାଇଛନ୍ତି । ଆଗାମୀ ୧୭ ତାରିଖ ମଧ୍ୟରେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁର ନିର୍ବାଚନ ପୂର୍ବରୁ ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲବୀମା ଅର୍ଥକୁ ନେଇ ବିଜେଡ଼ି ବିଜେପି ମୁହାଁମୁହିଁ ହୋଇଛନ୍ତି । ଉଭୟ ପରସ୍ପର ଉପରେ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ଫସଲ ବୀମା ନ ପାଇବାରେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ନାହିଁ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ (BJP Leader Pradip Purohit)ଅଭିଯୋଗ ଆଣିଥିବା ବେଳେ ଏହାକୁ ଖଣ୍ଡନ କରିଛି ବିଜେଡି ।

ଏହା ବି ପଢନ୍ତୁ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୟ କିଶାନ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପ୍ରଦୀପଙ୍କ ଅଭିଯୋଗର ଜବାବ ଦେଇ ବିଜେଡିର ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, "ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀ ଭାଇ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ପ୍ରଦୀପ ପୁରୋହିତ ।" ତାଙ୍କର ଏପରି ମିଥ୍ୟା ଲାଞ୍ଛନାକୁ ନିନ୍ଦା କରୁଛି ବୋଲି ଦେବେଶ କହିଛନ୍ତି । ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଏପଟେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଇଟିଭି ଭାରତ, ବରଗଡ଼

Last Updated :Nov 14, 2022, 7:03 PM IST

ABOUT THE AUTHOR

...view details