ETV Bharat / state

Padampur byPoll: ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

author img

By

Published : Nov 14, 2022, 8:18 AM IST

Updated : Nov 14, 2022, 8:39 AM IST

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଅଧିକ ପଢ଼ନ୍ତୁ

bjp candidate pradeep purohit to file nomination today for Padmapur By Poll
Padmapur By Poll: ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ନଭେମ୍ବର 17 ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଶାସକ ଦଳ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ପଦ୍ମପୁର ଉପନିର୍ବାଚନ ପାଇଁ ସମସ୍ତ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଲେଣି । ବିଜେପି ଦଳ ଓ କଂଗ୍ରେସ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି ।

ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

କିନ୍ତୁ ଶାସକ ଦଳର ଅଙ୍କ ଛିଣ୍ଡୁନି । ପ୍ରାର୍ଥୀଙ୍କ ନାମ ଘୋଷଣା ପୂର୍ବରୁ ବିଜେଡି ଦଳର ହେଭିୱେଟ ନେତା ଓ ମନ୍ତ୍ରୀମାନେ ପଦ୍ମପୁର ଉପନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିସାରିଛନ୍ତି । ଧାମନଗରରେ ହାରିବା ପରେ ପଦ୍ମପୁର ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଦଳର ବିକାଶକୁ ନେଇ ନେତାଙ୍କ ପ୍ରଚାର ଆରମ୍ଭ ହୋଇଯାଇଥିବାବେଳେ, ପ୍ରାର୍ଥୀ ଘୋଷଣା ପରେ ପ୍ରାର୍ଥୀଙ୍କ ପ୍ରଚାର କରିବ ବିଜେଡି । ଏନେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, "ଶାସକ ଦଳ ଯେତେ ଚେଷ୍ଟା କଲେ ବି ଜନସାଧାରଣ ସେମାନଙ୍କୁ ଗ୍ରହଣ କରିବେ ନାହିଁ । ସେମାନେ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ପାଇଁ ମନସ୍ଥ କରିସାରିଛନ୍ତି । ସରକାରଙ୍କ ମନ୍ତ୍ରୀ ଭୋଟ କିଣିବା ପାଇଁ ଏଠାକୁ ଆସୁଛନ୍ତି । ପଦ୍ମପୁରବାସୀ ବିଜୁ ଜନତାକୁ କଡ଼ା ଜବାବ ଦେବେ। ଜନତାଙ୍କ ସମର୍ଥନ ମୋ ସହ ଅଛି ।" ତେଣୁ ଆସନ ହାତେଇବା ପାଇଁ ଆଶାବାଦୀ ଥିବା କହିଛନ୍ତି ପ୍ରଦୀପ ।

ଏହା ମଧ୍ୟ ପଢ଼ନ୍ତୁ: Padmapur BY Poll: ୧୭ରେ ନାମାଙ୍କନ ଭରିବ କଂଗ୍ରେସ, ସୂଚନା ଦେଲେ ବିଧାୟକ ସୁର

ଅନ୍ୟପଟେ ଆଜି ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପାତ୍ର ଦାଖଲ ସମୟରେ ବିରାଟ ରାଲିରେ ଯୋଗଦେବାକୁ ପହଞ୍ଚିଛନ୍ତି ରାଜ୍ୟ ବିଜେପି ଦଳର ହେଭିୱେଟ ନେତା ଓ ମନ୍ତ୍ରୀ । ସେହିପରି ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀଙ୍କ ସମେତ ଅନେକ ପ୍ରମୁଖ ନେତା ମନ୍ତ୍ରୀ ଗତକାଲି ରାତିରୁ ବରଗଡରେ ଡେରା ପକାଇଛନ୍ତି ।

ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ, ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ସେହିପରି ୧୮ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଧାମନଗର ଉପନିବାର୍ଚନରେ ବିଜେପିର ବିଜୟ ପରେ ବିଜେପି ଶିବିର ଉତ୍ସାହିତ ରହିଛି । ପଦ୍ମପୁର ଉପନିବାର୍ଚନ ପାଇଁ ଦଳ ବିଜୟୀ ହେବାକୁ ସମସ୍ତ ରଣନୀତି କରୁଛି ।

ଇଟିଭି ଭାରତ, ବରଗଡ଼

Last Updated : Nov 14, 2022, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.