ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୟ କିଶାନ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 13, 2022, 10:27 AM IST

ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ବରଗଡର ଜୟକିଶାନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏନେଇ ବରଗଡ଼ ଜିଲ୍ଲାରେ ବିରାଟ ପଦଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୟ କିଶାନ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୟ କିଶାନ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ବରଗଡର ଜୟକିଶାନ ପକ୍ଷରୁ ଆନ୍ଦୋଳନ କରାଯାଇଛି (Jaykisan protesters set on strike in district collector office) । ଏନେଇ ବରଗଡ଼ ଜିଲ୍ଲାରେ ବିରାଟ ପଦଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଗାନ୍ଧୀ ଛକ ଠାରୁ ସହର ପରିକ୍ରମା କରି ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ବିରାଟ ରୂପ ନେବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ ଚାଷୀ ନେତା ଲିଙ୍ଗରାଜ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୟ କିଶାନ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଜିଲ୍ଲାରେ ଚାଷୀମାନଙ୍କ ଧାନ କିଣାବିକା ପ୍ରକ୍ରିୟାକୁ ଗୋଟେ ମାସ ବିଳମ୍ବ କରି ନଭେମ୍ବର 25ରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଏବେ ଠାରୁ ଚାଷୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଘରେ ଧାନ ଅମଳ ହୋଇ ପଡି ରହିଲାଣି । ମାତ୍ର ଧାନ ବିକ୍ରି ପାଇଁ ମଣ୍ଡି ଖୋଲାଯାଇ ନାହିଁ । ସେହିପରି 2020-21ର ଫସଲବୀମା ରାଶି ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ପ୍ରଦାନ କରାଯାଇନାହିଁ ।

ଅନ୍ୟପକ୍ଷରେ ଟାଟା କମ୍ପାନୀକୁ ଚାଷୀ ମାନଙ୍କର ବିଜୁଳି ବିଲ୍ ବସୁଲି କରିବାର ଦାୟିତ୍ଵ ଦିଆଗଲା ପରେ ଚାଷୀଙ୍କ ଉପରେ ଟାଟା କମ୍ପାନୀର ଜୁଲୁମ ଓ ଦାଦାଗିରି ବିରୋଧରେ ବରଗଡରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଚାଷୀ ନେତା ଲିଙ୍ଗରାଜ କହିଛନ୍ତି, ''ଆମ ବରଗଡ଼ ଜିଲ୍ଲାର ବହୁ ସଂଖ୍ୟାର ଚାଷୀ ନଭେମ୍ବର ପ୍ରଥମ ସପ୍ତାହରୁ ଧାନ ଅମଳ କରି ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ନିଷ୍ପତି ନିଆଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ଧାର୍ଯ୍ୟରେ ଚାଷୀମାନେ ଧାନ ବିକିବେ । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଚାଷୀଙ୍କ ପାଇଁ ଏକ ଷଡ଼ଯନ୍ତ୍ର । ଯାହା ସବୁ ଜିଲ୍ଲାର ଚାଷୀ ମହଲରେ ପ୍ରଭାବ ପଡ଼ିଛି ।''

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.