ଓଡିଶା

odisha

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ପ୍ରତିକ୍ରିୟା ରଖିଲେ ଉତ୍ତରାଞ୍ଚଳ ପୋଲିସ୍ ଡିଆଇଜି, ନିଲମ୍ବିତ ହେଲେ କଣ୍ଟାବାଞ୍ଜି ଜେଲ ଓ୍ୱାର୍ଡର

By

Published : Dec 20, 2022, 10:54 PM IST

ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ପରେ କୋର୍ଟରେ ତାଙ୍କ ବିରୋଧରେ ଚାଲିଥିବା ମାମଲା ବନ୍ଦ ହେବ, କିନ୍ତୁ ଅନ୍ୟମାନଙ୍କ ବିରୋଧରେ ଚାଲିବ ବୋଲି କହିଛନ୍ତି ସରକାରୀ ପକ୍ଷର ଓକିଲ ଅମରେନ୍ଦ୍ର ମିଶ୍ର । ସେପଟେ ଆତ୍ମହତ୍ୟା ଘଟଣା ସମ୍ପର୍କିତ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ପୋଲିସ୍ ଡିଆଇଜି ଦୀପକ କୁମାର । ଅଧିକ ପଢ଼ନ୍ତୁ

ଗୋବିନ୍ଦ ସାହୁଙ୍କ ବିରୋଧରେ ମାମଲା ବନ୍ଦ ହେବ କହିଲେ ସରକାରୀ ଓକିଲ
ଗୋବିନ୍ଦ ସାହୁଙ୍କ ବିରୋଧରେ ମାମଲା ବନ୍ଦ ହେବ କହିଲେ ସରକାରୀ ଓକିଲ

ଗୋବିନ୍ଦ ସାହୁଙ୍କ ବିରୋଧରେ ମାମଲା ବନ୍ଦ ହେବ କହିଲେ ସରକାରୀ ଓକିଲ
ପ୍ରତିକ୍ରିୟା ରଖିଲେ ଉତ୍ତରାଞ୍ଚଳ ପୋଲିସ୍ ଡିଆଇଜି

ବଲାଙ୍ଗୀର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଛନ୍ତି । ଏହାପରେ କୋର୍ଟରେ ତାଙ୍କ ବିରୋଧରେ ଚାଲିଥିବା ମାମଲା ଏବେ କଣ ହେବ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ପକ୍ଷର ଓକିଲ ଅମରେନ୍ଦ୍ର ମିଶ୍ର । ସେପଟେ ଆତ୍ମହତ୍ୟା ଘଟଣା ସମ୍ପର୍କିତ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ପୋଲିସ୍ ଡିଆଇଜି ଦୀପକ କୁମାର । ଏପଟେ କଣ୍ଟାବାଞ୍ଜି ଜେଲ ଓ୍ୱାର୍ଡର ଅକ୍ଷୟ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି ।

ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ବଲାଙ୍ଗୀର ପୋଲିସ୍ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରିଥିଲା । ୨ ଜଣଙ୍କୁ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା । ତେବେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେପଟେ ଗୋବିନ୍ଦ ସାହୁର ମୃତ୍ୟୁ ପରେ ତା ବିରୋଧରେ ଚାଲିଥିବା ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି ମମିତା ହତ୍ୟାକାଣ୍ଡର ଶୁଣାଣି ପାଇଁ ସରକାର ପକ୍ଷରୁ ନିଯୁକ୍ତ ପାଇଥିବା ସ୍ବତନ୍ତ୍ର ଓକିଲ ଅମରେନ୍ଦ୍ର ମିଶ୍ର । ସେ କହିଛନ୍ତି, "ଗୋବିନ୍ଦ ସାହୁଙ୍କର ମୃତ୍ୟୁ ଘଟିଥିବାରୁ କେବଳ ତାଙ୍କ ନାମରେ ଚାଲିଥିବା ମାମଲା ବନ୍ଦ ହେବ । କିନ୍ତୁ ଅନ୍ୟମାନଙ୍କ ନାରେ କେସ୍ ଚାଲିବ ।"

ଏହା ମଧ୍ୟ ପଢ଼ନ୍ତୁ...ମମିତା ମେହେର ହତ୍ୟା ଘଟଣାରେ ନୂଆ ମୋଡ: DNA ରିପୋର୍ଟ ନେଇ ଦ୍ୱନ୍ଦ୍ୱ, ମିଳିଥିବା ମୃତଦେହ ମମିତାର ନୁହେଁ !

ସେପଟେ ଉତ୍ତରାଞ୍ଚଳ ପୋଲିସ୍ ଡିଆଇଜି ଦୀପକ କୁମାର ଆତ୍ମହତ୍ୟା ଘଟଣା ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଏହାର କାରଣ ତଦନ୍ତ ପରେ ଜଣା ପଡ଼ିବ । ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ବତନ୍ତ୍ର ଦଳ ଏହାର ତଦନ୍ତ କରିବା ସହ ତାଙ୍କୁ ସ୍ବତନ୍ତ୍ର ଭାବରେ ଦୁଇ ଜଣିଆ ଡାକ୍ତରୀ ଦଳ ଓ ଫରେନ୍ସିକ ଟିମ୍ ସହଯୋଗ କରିବେ । ସୁପ୍ରିମ କୋର୍ଟ ଓ ଜାତୀୟ ମାନବ ଅଧିକାର କମିଶନର ସ୍ବତନ୍ତ୍ର ହାଜତ ମୃତ୍ୟୁ ତଦନ୍ତ ନିୟମ ଅନୁସାରେ ଏହାର ତଦନ୍ତ ହେବ । ଗୋବିନ୍ଦ ସାହୁ ଓଡ଼ିଶା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ଏ ମଧ୍ୟରେ ଏହି ମାମଲାର ସାକ୍ଷୀଙ୍କୁ ଧମକ ମାମଲାରେ ସେ ପୁଣି ଛନ୍ଦି ହୋଇଥିଲେ । ଫଳରେ ଜାମିନ ପାଇବା ଆଶା କ୍ଷୀଣ ହୋଇଥିବା ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ।" କ୍ରାଇମବ୍ରାଞ୍ଚ୍ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି ।

ପ୍ରକାଶ ଥାଉକି, ଗତ ୨୦୨୧ ଅକ୍ଟୋବର ୨୧ ତାରିଖରେ ଗୋବିନ୍ଦ ସାହୁ ଗିରଫ ହୋଇଥିଲା । ଏହି ହତ୍ୟାକାଣ୍ଡ ମାମଲା କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି ଚାଲିଥିଲା । ଯେଉଁଥିରେ ମୁଖ୍ୟ ସାକ୍ଷୀମାନଙ୍କର ସାକ୍ଷ୍ୟଗ୍ରହଣ ସରିଥିବାବେଳେ ନିକଟରେ ମମିତାଙ୍କ ମାଆ ଓ ବାପାଙ୍କ ସାକ୍ଷ୍ୟଗ୍ରହଣ ମଧ୍ୟ ସରିଛି । ଏପଟେ ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଜେଲ୍ ପରିସରରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ଏହି ମାମଲାରେ ଜଣେ ମାତ୍ର ଅଭିଯୁକ୍ତ ଏବେ ଜେଲରେ ଅଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details