ଓଡିଶା

odisha

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଜୋର ଧରିଲା, ଆନ୍ଦୋଳନରେ ସାମିଲ ହେଲା କଂଗ୍ରେସ

By

Published : Nov 20, 2022, 9:09 AM IST

ଜିଲ୍ଲାର ଟିଟିଲାଗଡ ସଦର ମହକୁମାକୁ ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ ଆକ୍ସନ କମିଟି ଆନ୍ଦୋଳନ ଜାରି ରଖିଛି । ଆନ୍ଦୋଳନ ଦଶନ୍ଧି ଦଶନ୍ଧି ଧରି ଚାଲିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଯାହାକୁ ନେଇ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ପଦ୍ମପୁର ଉପନିର୍ବାଚନ ଥିବାରୁ ବିଜେଡି ଏହାକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଛି । ଅଧିକ ପଢନ୍ତୁ

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଜୋର ଧରିଲା, ଆନ୍ଦୋଳନରେ ସାମିଲ ହେଲା କଂଗ୍ରେସ
ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଜୋର ଧରିଲା, ଆନ୍ଦୋଳନରେ ସାମିଲ ହେଲା କଂଗ୍ରେସ

ବଲାଙ୍ଗୀର: ଜିଲ୍ଲାର ଟିଟିଲାଗଡ ସଦରମହକୁମାକୁ ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ ଆକ୍ସନ କମିଟି ଆନ୍ଦୋଳନ ଜାରି ରଖିଛି । ଆନ୍ଦୋଳନ ଦଶନ୍ଧି ଦଶନ୍ଧି ଧରି ଚାଲିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଯାହାକୁ ନେଇ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ପଦ୍ମପୁର ଉପନିର୍ବାଚନ ଥିବାରୁ ବିଜେଡି ଏହାକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଛି ।

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଜୋର ଧରିଲା, ଆନ୍ଦୋଳନରେ ସାମିଲ ହେଲା କଂଗ୍ରେସ

ଏଭଳି ସ୍ଥିତିରେ ଟିଟିଲାଗଡ ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ ପୁଣି ଥରେ ଯୋର ହୋଇଛି । କାରଣ ଆଜି ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ଆନ୍ଦୋଳନକୁ ସମର୍ଥନ କରିବା ସହ ଆନ୍ଦୋଳନରେ ସାମିଲ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଆଜି ସରକାରଙ୍କୁ ଘେରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଧୂଆଁ ବାଣ ବୋଲି କହିଛନ୍ତି ସୁରେନ୍ଦ୍ର ।

ଟିଟିଲାଗଡ ଭୌଗୋଳିକ ଦୃଷ୍ଟି କୋଣରୁ ଜିଲ୍ଲା ହେବାର ଯଥାର୍ଥତା ରଖିଛି । ଟିଟଲାଗଡ ବାସୀ ଏକ ହୋଇ ବର୍ଷର ହେଲା ଜିଲ୍ଲା ଦାବି କରି ଆସୁଛନ୍ତି । ତେବେ ଗତ 2014 ଏବଂ 2019ରେ ନିଜେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ ଆସି ଟିଟିଲାଗଡ ଓଡ଼ିଶାର 31 ନମ୍ୱର ଜିଲ୍ଲା ହେବ ବୋଲି କହିଥିଲେ । ସମାନ ଭାବରେ ସୁରେନ୍ଦ୍ର ସିଂହ ଭୋଇ ଏହାକୁ ଏହି ବିଧାନସଭାରେ ଉଠାଇଥିବା ବେଳେ ଧାରଣା ମଧ୍ୟ ଦେଇଥିଲେ। ଯାହାକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ତାଙ୍କୁ ମଧ୍ୟ ଜିଲ୍ଲା ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ ବୋଲି ସୁରେନ୍ଦ୍ର କହିଛନ୍ତି ।

ହେଲେ କେବଳ ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବାର ସେ ଅଭିଯୋଗ ଆଣିଛନ୍ତି । ଆଗାମୀ ଦିନରେ ଜିଲ୍ଲା ଦାବି ନେଇ ସର୍ବଦଳୀୟ ଉଦ୍ୟମରେ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details