ଓଡିଶା

odisha

ଆସନ୍ତା ୨୫ରୁ ବଲାଙ୍ଗୀରରେ ଧାନ କିଣା ଆରମ୍ଭ

By

Published : Nov 16, 2022, 12:59 PM IST

ବଲାଙ୍ଗୀରରେ ୨୫ରୁ ଧାନ କିଣା ଆରମ୍ଭ

ବଲାଙ୍ଗୀରରେ ଚଳିତ ବର୍ଷ ଖରିଫ ଋତୁ ଧାନ କିଣା ଆସନ୍ତା ନଭେମ୍ବର 25 ତାରିଖରୁ ଆରମ୍ଭ ହେବ। ଏନେଇ ଗତାକଲି ଜିଲ୍ଲାସ୍ତରୀୟ ଧାନ କିଣା କମିଟି ସ୍ଥିର କରିଛି । ଯେଉଁଥିରେ 158ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ସହିତ 16ଟି ସ୍ୱଂସହାୟିକା ଗୋଷ୍ଠୀ ଜରିଆରେ ଚାଷୀଙ୍କ ଠୁ ଧାନ କିଣାଯିବ । ଅଧିକ ପଢନ୍ତୁ

ବଲାଙ୍ଗୀର: ଚଳିତ ବର୍ଷ ଖରିଫ ଋତୁ ଧାନ କିଣା ନଭେମ୍ବର 25 ତାରିଖରୁ ଆରମ୍ଭ ହେବ । ଏନେଇ ଜିଲ୍ଲାସ୍ତରୀୟ ଧାନ କିଣା କମିଟି ସ୍ଥିର କରିଛି । ଯେଉଁଥିରେ 158ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ସହିତ 16ଟି ସ୍ୱଂସହାୟିକା ଗୋଷ୍ଠୀ ଜରିଆରେ ଚାଷୀଙ୍କଠୁ ଧାନ କିଣାଯିବ ।

ବଲାଙ୍ଗୀରରେ ୨୫ରୁ ଧାନ କିଣା ଆରମ୍ଭ

ସେହିପରି ଏଥର ଧାନର ବର୍ଦ୍ଧିତ ଏମଏସପି ମୂଲ୍ୟ ଯଥା ସାଧାରଣ ଧାନ କ୍ବିଣ୍ଟାଲ 2040 ଟଙ୍କା ଓ ଗ୍ରେଡ ଏ ଧାନ କ୍ବିଣ୍ଟାଲ 2060 ଟଙ୍କା ଦରରେ କିଣା ହେବ । ଧାନର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବାର ସ୍ଥିର ହୋଇଛି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ 25ଲକ୍ଷ କ୍ବିଣ୍ଟାଲ ଧାନ କିଣା ଯିବାର ଟାର୍ଗେଟ ରହିଛି । ତେବେ ଏଥିପାଇଁ ଜିଲ୍ଲାର ଚାଷୀ ପଞ୍ଜିକୃତ କରିସାରିଥିବା ବେଳେ ମୋଟ 74 ହଜାର 450 ଜଣ ଚାଷୀ ନିଜର ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି । ସେପଟେ ଏଥର ଯେମିତି ସୁରୁଖୁରୁରେ ଧାନ କିଣାହେବ ଏବଂ ଚାଷୀ ଶୋଷଣର ଶିକାର ନହେବେ ସେଥି ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଗଠନ କରାଯାଇଛି ।

ସବୁ ପ୍ୟାକ୍ସ ତଥା ଏସଏଚଜିମାନେ ଧାନ କିଣାବିକାରେ ପାରିଦର୍ଶିତା ଆଣିବେ । ଏହାସହ ଚାଷୀ ଯେମିତି ହଇରାଣ ନହେବେ ତାଙ୍କ ଟୋକନ ଅବଧି ମଧ୍ୟରେ ଧାନ ବିକ୍ରି କରିବେ ତାକୁ ନିଶ୍ଚିତ କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ନିଆଯାଇଛି । ସମାନ ଭାବରେ ସବୁ ପ୍ୟାକ୍ସରେ ସିସିଟିଭି ବ୍ୟବସ୍ଥା କରିବାର ମଧ୍ୟ ସ୍ଥିର ହୋଇଛି ।

ଏଥର ଚାଷୀ ସୁବିଧାରେ ତାଙ୍କ ଧାନ ବିକ୍ରି କରି ପାରିବେ ବୋଲ ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଏଥର ବଲାଙ୍ଗୀରରେ ମିଲରମାନେ ପ୍ୟାକ୍ସ ମଧ୍ୟରେ ଧାନ ସଂଗ୍ରହ ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ନେବେ ବୋଲି ସ୍ଥିର ହୋଇଛି । ତେବେ ପୂର୍ବ ବର୍ଷମାନଙ୍କରେ ପ୍ୟାକ୍ସ ଏହି କାମ କରି ଆସୁଥିବା ବେଳେ ଏଥିପାଇଁ ସରକାରଙ୍କ ଠୁ ମିଳୁଥିବା ପ୍ରାପ୍ୟ କ୍ୟୁଣ୍ଟାଲ ଅତି କମ ହେଉଥିବାର ସେମାନେ ଅଭିଯୋଗ କରିଛନନ୍ତି ।

ଏହାସହ ନିଜର ଅସମର୍ଥ ଜଣାଇଥିଲେ । ସେପଟେ ଏହି ସମସ୍ୟାକୁ ଦୂର କରିବା ପାଇଁ ମିଲରକୁ ତାହାର ଦାୟିତ୍ୱ ଦିଆଯାଇଛି । ଯାହାକୁ କିଛି ସଦସ୍ୟ ବିରୋଧ କରିଛନ୍ତି । ଯେଉଁଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହାକୁ ନେଇ ଏଠି ପୁଣି ମିଲର ରାଜ୍ ଚାଲିବ ଓ ଚାଷୀ ଶୋଷିତ ହେବେ ବୋଲି କହିଛନ୍ତି।

ସମାନ ଭାବରେ ଗତ 25 ଏପ୍ରିଲ 2002ରେ ଉଚ୍ଚ ନ୍ୟାୟାଳୟ ବଲାଙ୍ଗୀରରେ ମିଲର ସିଧା ସଲଖ ଚାଷୀଙ୍କଠୁ ଧାନ କିଣିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏପଟେ ପୁଣି ପ୍ରଶାସନ ମିଲରଙ୍କୁ ଧାନ ମଣ୍ଡିରେ ସମ୍ପୃକ୍ତ କରିବାକୁ ନେଇ ଅନେକ ପ୍ରଶ୍ନ କରାଯାଇଛି । ସେହିପରି ସରକାର ଚଳିତ ମାସ 1 ତାରିଖରୁ ଆସନ୍ତା ମାର୍ଚ୍ଚ 2023 ପର୍ଯ୍ୟନ୍ତ ଖରିଫ ଧାନ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବଲାଙ୍ଗୀରରେ 15 ଦିନ ପରେ ବୈଠକ କରିବା ସହ ମାସ ଶେଷରେ ଧାନ କିଣା ହେବାକୁ ଦୁର୍ଭାଗ୍ୟ ବୋଲି କହିଛନ୍ତି କଣ୍ଟାବାଞ୍ଜି ବୋଧୟକ ସନ୍ତୋଷ ସିଂ ସାଲୁଜା ।

ସେହିପରି ଅନେକ ଚାଷୀ ଏଠି ତାଙ୍କର ଧାନ କମ୍ ଦରରେ ମିଲକୁ ବିକ୍ରି କରି ସାରିଥିବା ବେଳେ ମିଲର ମାନେ ଚଞ୍ଚକତା କରି ଆଗକୁ ମଧ୍ୟ ଚାଷୀଙ୍କ ଠୁଁ ଏହି ଭଳି ଧାନ କିଣିବେ ବୋଲି ସେ କହିଛନ୍ତି । ଚାଷୀ ଏଥର ମଧ୍ୟ ଶୋଷିତ ହୋଇ ବାହାର ରାଜ୍ୟକୁ ଦାଦନ ଖଟିଯିବେ ଓ ମିଲର କୋଟି ପତି ହେବେ ବୋଲି ସେ କହିଛନ୍ତି ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଟିଟିଲାଗଡ଼ ବିଧାୟକ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି, ସାଂସଦ ସଙ୍ଗୀତା ସିଂହ ଦେଓଙ୍କ ପ୍ରତିନିଧି, ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିନିଧି, ପଟଣାଗଡ ବିଧାୟକ ସରୋଜ ମେହେରଙ୍କ ପ୍ରତିନିଧି, ଲୋଇସିଙ୍ଗା ବିଧାୟକ ମୁକେଶ ମହଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କ ସହିତ ଜିଲ୍ଲା ପ୍ରଶାସନ, ବେସାମାରିକ ଯୋଗାଣ ବିଭାଗ, ଚାଷୀ ନେତା ଓ ମିଲର ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details