ଓଡିଶା

odisha

Justice For Mamita: ୯ ରେ ବିଧାନସଭା ଘେରାଉ କରିବ BJP

By

Published : Dec 5, 2021, 5:22 PM IST

JUSTICE FOR MAMITA : ୯ରେ ବିଧାନସଭା ଘେରାଉ କରିବ BJP

ମମିତା ମେହେର ହତ୍ୟାକାଣ୍ଡ ଘଟଣା । ପୁଣି ବିଜେପି ତୀବ୍ର ଆନ୍ଦୋଳନ କରିବ ବୋଲି ସ୍ପଷ୍ଟ କରିଛି। ତେବେ ପଶ୍ଚିମ ଓଡ଼ିଶାର ବିଜେପି ଯୁବ ମୋର୍ଚ୍ଚା ଆସନ୍ତା 9 ତାରିଖରେ ବିଧାନସଭା ଘେରାଉ କରିବ । ଅଧିକ ପଢନ୍ତୁ

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏହାକୁ ନେଇ ପୁଣି ବିଜେପି ତୀବ୍ର ଆନ୍ଦୋଳନ କରିବ ବୋଲି ସ୍ପଷ୍ଟ କରିଛି । ତେବେ ପଶ୍ଚିମ ଓଡ଼ିଶାର ବିଜେପି ଯୁବ ମୋର୍ଚ୍ଚା ଆସନ୍ତା 9 ତାରିଖରେ ବିଧାନସଭା ଘେରାଉ କରି ଆନ୍ଦୋଳନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ।

JUSTICE FOR MAMITA : ୯ରେ ବିଧାନସଭା ଘେରାଉ କରିବ BJP

ତେବେ ଏଥିପାଇଁ ଜିଲ୍ଲାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ଥିଲେ । ମମିତା ମେହେର ତ୍ୟାକାଣ୍ଡ ଘଟଣାରେ ଗୃହମନ୍ତ୍ରୀ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି ବିଜେପି । ସେହିପରି ରାଜ୍ୟ ସରକାର ଓ ପୋଲିସ ତାଙ୍କୁ ସୁରକ୍ଷା ଦେଉଥିବା ବେଳେ କେବଳ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁକୁ ଗିରଫ କରି ତଦନ୍ତ ଦିଗହରା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟ ସରକାର ପ୍ରକୃତ ଦୋଷୀକୁ ବଞ୍ଚାଇବାର ଚେଷ୍ଟା କରୁଥିବା ବେଳେ ବିଜେପି ତାହା ହେବାକୁ ଦେବ ନାହିଁ ।

ମନ୍ତ୍ରୀଙ୍କ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବି କରିବା ସହ ଏହି ହତ୍ୟାକାଣ୍ଡର ନିରେପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଭାର ଦେବା ପାଇଁ ଦାବି ହୋଇଛି । ଏଥିପାଇଁ ଆସନ୍ତା 9 ଡିସେମ୍ବରରେ ପାଞ୍ଚଟି ଜିଲ୍ଲାର ହଜାର ହଜାର ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ବିଧାନସଭା ଘେରାଉ କରିବେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ବିଜେପି ପ୍ରମୁଖ ନେତା ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details