ଓଡିଶା

odisha

ଜୁଲୁମ କରୁଛନ୍ତି ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ, ନଗର କଂଗ୍ରେସର କାଳିମାଡ଼ ଧମକ

By

Published : Dec 3, 2021, 7:43 AM IST

ଜୁଲୁମ କରୁଛନ୍ତି ଅନୁଗୋଳ ପୋୖର ପାଳିକା ନିର୍ବାହୀ ଅଧିକାରୀ, ନଗର କଂଗ୍ରେସର କାଳିମାଡ଼ ଧମକ
ଜୁଲୁମ କରୁଛନ୍ତି ଅନୁଗୋଳ ପୋୖର ପାଳିକା ନିର୍ବାହୀ ଅଧିକାରୀ, ନଗର କଂଗ୍ରେସର କାଳିମାଡ଼ ଧମକ ()

ପୌରପାଳିକାରେ ଚାଲିଛି ବ୍ରିଟିଶ ରାଜ। ପୌରପାଳିକା ନିର୍ବାହୀ ଅଧିକାରୀ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛନ୍ତି । ଏଭଳି ଅଭିଯୋଗ ଆଣିଛି ଅନୁଗୋଳ ନଗର କଂଗ୍ରେସ । ଅଧିକ ପଢ଼ନ୍ତୁ

ଅନୁଗୋଳ: ପୌରପାଳିକାର ନିର୍ବାହୀ ଅଧିକାରୀ ଲୋକଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ ଆଣିଛି ନଗର କଂଗ୍ରେସ । ଗତ ଦୁଇଦିନ ପୂର୍ବେ ଅନୁଗୋଳ ସହର ହୁଲୁରୁସିଂହା ଛକରେ କଂଗ୍ରେସ ନେତା ତଥା ସାମ୍ବାଦିକ ସଂଜୀବ କୁମାର ମାଣ୍ଡୋଠିଆଙ୍କ ଘରକୁ ଯାଇ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଜୁଲମକୁ ଦୃଢ ନିନ୍ଦା କରିଛି ଅନୁଗୋଳ ନଗର କଂଗ୍ରେସ । ଏହାକୁ ନେଇ ନଗର କଂଗ୍ରେସ ସଭାପତି ଆଜି(ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ଜୁଲୁମ କରୁଛନ୍ତି ଅନୁଗୋଳ ପୋୖର ପାଳିକା ନିର୍ବାହୀ ଅଧିକାରୀ, ନଗର କଂଗ୍ରେସର କାଳିମାଡ଼ ଧମକ

ଜିଲ୍ଲା ପ୍ରଶାସନର ଶାସନ ବ୍ୟବସ୍ଥାକୁ ବ୍ରିଟିଶ ରାଜ ସହ ତୁଳନା କରିବା ସହ ବ୍ରିଟିଶରାଜ ବିରୁଦ୍ଧରେ ନଗର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ନେଇ ଧମକ ଦିଆଯାଇଛି । ଯେଉଁଭଳି ଭାଵରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସାଧାରଣ ଲୋକଙ୍କ ଉପରେ ଆକ୍ରୋଶ ରଖି କାର୍ଯ୍ୟ କରୁଛନ୍ତି । ସେଥିପାଇଁ ସେ ଆସନ୍ତା 7 ଦିନ ମଧ୍ୟରେ ନଗରବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଚେତାବନୀ ଦେଇଛି । ନଚେତ ସେ ଅଧିକାରୀଙ୍କୁ ସହରର ଯେକୌଣସି ସ୍ଥାନରେ କାଳିମାଡ଼ କରାଯିବ ବୋଲି ଧମକ ଦେଇଛି ନଗର କଂଗ୍ରେସ ।


ଏହାସହ ବିଗତ ଦିନରେ ଯେଉଁଭଳି ଭାବେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହୋଇଛି ତାର ନିନ୍ଦା କରିଛି ଦଳ । ପ୍ରଶାସନ ତାର ଜୁଲମ ବନ୍ଦ କରୁ ନଚେତ କଂଗ୍ରେସ ଦଳ ତାହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details