ଓଡିଶା

odisha

ଆସିଲା ହାତୀ ଘଉଡାଇବା ଯନ୍ତ୍ର ଲାଇଟର ଗନ, ବିନା ବନ୍ଧୁକରେ ଫୁଟୁଛି ଗୁଳି

By

Published : Dec 3, 2021, 10:24 AM IST

ଆସିଲା ହାତୀ ଘଉଡାଇବା ଯନ୍ତ୍ର ଲାଇଟର ଗନ,, ବିନା ବନ୍ଧୁକରେ ଫୁଟୁଛି ଗୁଳି
ଆସିଲା ହାତୀ ଘଉଡାଇବା ଯନ୍ତ୍ର ଲାଇଟର ଗନ,, ବିନା ବନ୍ଧୁକରେ ଫୁଟୁଛି ଗୁଳି

ହାତୀ ଉପଦ୍ରବ ରୋକିବାକୁ ହାତୀ ଘଉଡାଇବା ଯନ୍ତ୍ର ଲାଇଟର ଗନ ତିଆରି କଲେ ଅନୁଗୋଳ କଲେଇପଡା ଗାଁର ରସାନନ୍ଦ ସାହୁ । ବନ୍ଧୁକ ନ ହୋଇବି ଲାଇଟର ଗନରୁ ଫୁଟୁଛି ଗୁଳି ଓ ବାଣ ପରି ହେଉଛି ବିସ୍ଫୋରଣ ଶବ୍ଦ । ଅଧିକ ପଢନ୍ତୁ

ଅନୁଗୋଳ:କିଛି ବର୍ଷ ହେଲା ଅନୁଗୋଳ ଜିଲ୍ଲାରେ ବୃଦ୍ଧି ପାଉଛି ହାତୀ ଉପଦ୍ରଵ (Elephant poaching rise in Angul)। ହାତୀପଲ ଜନବସତି ମୁହାଁ ହେଉଛନ୍ତି । ଅନେକ ସମୟରେ ଧନ ଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ହାତୀପଲକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେବାକୁ ପଡୁଛି। ନିଆଁ ହୁଳା ଏବଂ ବାଣକୁ ହାତୀ ଆଉ ମାନୁ ନାହାନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାର ବନ୍ତଳା କଲେଇପଡା ଗାଁର ରସାନନ୍ଦ ସାହୁ (Rasananda Sahu) ନାମକ ଜଣେ ବ୍ୟକ୍ତି ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଲାଇଟର ଗନ (Lighter gun )। ଯେଉଁଥିରୁ ପ୍ରଚଣ୍ଡ ଶବ୍ଦ ନିର୍ଗତ ହେଉଛି। ବନ୍ଧୁକ ନହୋଇବି ଲାଇଟର ଗନରୁ ଫୁଟୁଛି ଗୁଳି ଓ ବାଣ ପରି ହେଉଛି ବିସ୍ଫୋରଣ ଶବ୍ଦ । ଯାହାକୁ ଏବେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଘଉଡେଇବା ପାଇଁ ବ୍ୟବହାର କରାଯାଉଛି।

ଆସିଲା ହାତୀ ଘଉଡାଇବା ଯନ୍ତ୍ର ଲାଇଟର ଗନ, ବିନା ବନ୍ଧୁକରେ ଫୁଟୁଛି ଗୁଳି

ପରୀକ୍ଷା ମୂଳକ ଭାବେ ବନ ବିଭାଗ ଏହି ଲାଇଟର ଗନ ବ୍ୟବହାର କରି ହାତୀ ଘଉଡାଯାଉଛି । ଅଳ୍ପ କେତେଖଣ୍ତ ପ୍ଲାଷ୍ଟିକ ପାଇପ ଓ ବୋତଲର ଠିପି ଓ ଏକ ଗ୍ୟାସ ଲାଇଟର ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏହି ଲାଇଟର ଗନ । ଯାହାର ବିଶେଷତ୍ୱ ହେଉଛି ଏହା ବିନା ନିଆଁରେ ବାଣ ଫୁଟିବା ଭଳି ଶବ୍ଦ କରିବା ସହ ବନ୍ୟଜନ୍ତୁଙ୍କୁ ଭୟଭୀତ କରାଇ ପାରୁଛି। ଏହି ଯନ୍ତ୍ରକୁ ଲାଇଟିଙ୍ଗ ଗନ ଅର୍ଥାତ ହାତୀ ଘଉଡା ଯନ୍ତ୍ର ବୋଲି ନାଁ ଦିଆଯାଇଛି ।


ଏହି ଯନ୍ତ୍ରରୁ ନିଆଁ ଧୂଆଁ କିଛି ବାହାରେ ନାହିଁ। ଏଥିରେ କୌଣସି ପ୍ରକାର ବାରୁଦ ବ୍ୟବହାର କରାଯାଏ ନାହିଁ। କିଛି ମାତ୍ରାରେ କାର୍ବାଇଟ ଓ ପାଣି ବ୍ୟବହାର କରାଯାଏ। ଲାଇଟର ମାରିବା ମାତ୍ରେ ରାସାୟନିକ ପ୍ରତିକ୍ରିୟା ହୋଇ ପ୍ରଚଣ୍ଡ ଶବ୍ଦ ହୁଏ । ମାତ୍ର ୧୦୦ଗ୍ରାମ କାର୍ବାଇଟକୁ ବ୍ୟବହାର କରି ୨୫ ଥର ଗୁଳି ଫୁଟାଇ ହେଉଛି । ତେଣୁ କମ ଖର୍ଚ୍ଚରେ ଏଭଳି ଯନ୍ତ୍ର ବ୍ୟବହାର କରି ହାତୀ ଘଉଡା ଯାଇ ପାରୁଛି। ଖାଲି ସେତିକି ନୁହଁ ବାରୁଦ କିମ୍ବା ନିଆଁ ହୁଳା ଦ୍ୱାରା ହାତୀ ଘଉଡାଇଲେ ମଣିଷ ଓ ଜଙ୍ଗଲ ପ୍ରତି ବିପଦ ରହିଥାଏ ଅନେକ ସମୟରେ ବାଣ ଫୁଟି ବନ କର୍ମଚାରୀ ଆହତ ହେବା ଏବଂ ନିଆଁ ଲାଗି ଜଙ୍ଗଲ ପୋଡି ହେବାର ମଧ୍ୟ ଉଦାହରଣ ରହିଛି । ତେଣୁ ସେ ସବୁ ଦୃଷ୍ଟିରୁ ଏହି ଲାଇଟର ଗନ ବ୍ୟବହାରକୁ ବିପଦ ମୁକ୍ତ କୁହାଯାଇ ପାରେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details