ଓଡିଶା

odisha

ଟ୍ରେନ ଦୁର୍ଘଟଣାକୁ 48 ଘଣ୍ଟା, ଏଯାଏଁ ସ୍ବାଭାବିକ ହୋଇପାରୁନି ରେଳ ଚଳାଚଳ

By

Published : Sep 16, 2021, 11:03 AM IST

ଟ୍ରେନ ଦୁର୍ଘଟଣାକୁ 48 ଘଣ୍ଟା, ଏଯାଏଁ ସ୍ବାଭାବିକ ହୋଇପାରୁନି ଟ୍ରେନ ଚଳାଚଳ
ଟ୍ରେନ ଦୁର୍ଘଟଣାକୁ 48 ଘଣ୍ଟା, ଏଯାଏଁ ସ୍ବାଭାବିକ ହୋଇପାରୁନି ଟ୍ରେନ ଚଳାଚଳ

ଟ୍ରେନ ଦୁର୍ଘଟଣାକୁ 48 ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ସ୍ବାଭାବିକ ହୋଇପାରୁନି ଅନୁଗୋଳ-ତାଳଚେର ରୋଡ ରେଳ ଲାଇନ। ଅଧିକ ପଢନ୍ତୁ...

ଅନୁଗୋଳ: ଟ୍ରେନ ଦୁର୍ଘଟଣାକୁ 48 ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ସ୍ବାଭାବିକ ହୋଇପାରୁନି ଅନୁଗୋଳ-ତାଳଚେର ରୋଡ ରେଳ ଲାଇନ। ସୋମବାର ରାତିରେ ଏହି ରୁଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ପରେ କ୍ଷତିଗ୍ରସ୍ତ ରେଳଲାଇନର ମରାମତି କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। କିନ୍ତୁ ଆଜି(ଗୁରୁବାର) ସକାଳ ସୁଦ୍ଧା ମରାମତି କାମ ଶେଷ ହୋଇପାରିନାହିଁ। ରେଳ ଧାରଣାରୁ ବଗିଗୁଡିକୁ ହଟାଇ ଦିଆଯାଇଥିଲେ ମଧ୍ୟ ଟ୍ରାକ୍ ମରାମତି କାର୍ଯ୍ୟ ଶେଷ ହୋଇନି।

ଟ୍ରେନ ଦୁର୍ଘଟଣାକୁ 48 ଘଣ୍ଟା, ଏଯାଏଁ ସ୍ବାଭାବିକ ହୋଇପାରୁନି ଟ୍ରେନ ଚଳାଚଳ

ପ୍ରବଳ ବର୍ଷା ଯୋଗୁଁ ମରାମତି କାର୍ଯ୍ୟ ବିଳମ୍ବିତ ହେଉଥିବା କୁହାଯାଉଛି। ତେଣୁ ବ୍ୟସ୍ତବହୁଳ ତାଳଚେର-ସମ୍ବଲପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ଅନୁମାନ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ କିନ୍ତୁ ଆଜି କାର୍ଯ୍ୟ ଶେଷ ହେବ ଓ ଟ୍ରେନ ଚଳାଚଳ ସ୍ବଭାବିକ ହେବ ବୋଲି କହିଛନ୍ତି ।

ଅନ୍ୟପଟେ ଦୁର୍ଘଟଣା କାରଣରୁ ଏହି ରୁଟର 6 ଟି ଟ୍ରେନ ବାତିଲ କରାଯାଇଥିବା ପୂର୍ବତଟ୍ଟ ରେଳବାଇ ପକ୍ଷରୁ ସୂଚନା ମିଳିଛି । ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲକୁ ଉଭୟ ରାଉରକେଲା ଓ ଭୁବନେଶ୍ୱରର ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଓ ରାଉରକେଲା-ପୁରୀ ସ୍ପେଶାଲକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details