ଓଡିଶା

odisha

ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଦକ ବିଜେତା ପାରାଲମ୍ପିଆନଙ୍କୁ ସମ୍ବର୍ଦ୍ଧନା

By

Published : Sep 8, 2021, 10:51 PM IST

ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଦକ ବିଜେତା ପାରାଲମ୍ପିଆନଙ୍କୁ ସମ୍ବର୍ଦ୍ଧନା
ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଦକ ବିଜେତା ପାରାଲମ୍ପିଆନଙ୍କୁ ସମ୍ବର୍ଦ୍ଧନା ()

ଟୋକିଓ ପାରାଲମ୍ପିକ୍ସରେ ପଦକ ହାସଲ କରିଥିବା ପାରା ଅଲମ୍ପିଆନଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଏହାକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ପଦକ ହାସଲ କରିଥିବା ପାରା ଅଲମ୍ପିଆନଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଏହାକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଇନ ମନ୍ତ୍ରୀ କିରଣ ରିଜିଜୁ ଯୋଗଦେଇ ପାରା ଅଲମ୍ପିଆନଙ୍କୁ ସମ୍ମାନିତ କରିଛନ୍ତି । ସଦ୍ୟ ସମାପ୍ତ ଟୋକିଓ ପାରାଲମ୍ପିକ୍ସରେ ଭାରତୀୟ ଦଳ ମୋଟ ୧୯ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିଛି । ଏଥିରେ ୫ଟି ସ୍ବର୍ଣ୍ଣ ପଦକ ସାମିଲ ଥିବା ବେଳେ ୮ଟି ରୌପ୍ୟ ପଦକ ସାମିଲ ରହିଛି ।

ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସମସ୍ତ ପାରାଲମ୍ପିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "୨୦୧୬ ପାରାଲମ୍ପିକ୍ସରେ ମୋଟ ୧୯ ଜଣ ପାରା କ୍ରୀଡ଼ାବିତ ଯୋଗ ଦେଇଥିବା ବେଳେ ଟୋକିଓ ପାରାଲମ୍ପିକ୍ସରେ ଭାରତୀୟ ଦଳ ମୋଟ ୧୯ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି । ପ୍ରତିଭାବାନ ପାରାଆଥେଲେଟଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି । ଏଥିପାଇଁ ସେମାନଙ୍କ ନିକଟରେ ଆମେ କୃତଜ୍ଞ । ଭାରତ ପାଇଁ ଏହି ଆଥଲେଟମାନେ ସମ୍ମାନ ଆଣି ଦେଇଛନ୍ତି ।"

ଆଗାମୀ ଦିନରେ ପାରା ଆଥଲେଟଙ୍କ ଅନ୍ୟାନ ବିଶ୍ବ ସ୍ତରୀୟ ପ୍ରତିଯୋଗିତା ପାଇଁ ସହାୟତାର ହାତ ବଢ଼ାଇବେ କେନ୍ଦ୍ର ସରକାର । ଏହାସହ ସେମାନଙ୍କ ପାଇଁ ଆର୍ଥିକ ଅନୁଦାନ ମଧ୍ୟ ବୃଦ୍ଧି ପାଇବ । ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ଭାରତ ଅଧିକ ପଦକ ହାସଲ କରିବା ନେଇ ଆଶାୟୀ ଅଛନ୍ତି କ୍ରୀଡ଼ା ମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଇନ ମନ୍ତ୍ରୀ କିରଣ ରିଜିଜୁ ରାଷ୍ଟ୍ରମନ୍ତ୍ରୀ ନିତୀଶ ପ୍ରମାଣିକ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟର ସଚିବ ରବି ମିତ୍ତଲ ଯୁବ ବ୍ୟାପାର ମନ୍ତ୍ରାଳୟର ସଚିବ ଉଶା ଶର୍ମା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ହେବାପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଓ ଅନରାଗ ଠାକୁରଙ୍କ ଧନ୍ୟବାଦ ଦେଇଛନ୍ତି ପଦକ ବିଜେତା ଭାରତୀୟ ପାରାଲମ୍ପିଆନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details